ETV Bharat / sitara

ବିଗ-ବିଙ୍କ ପରେ ଅଦନାନଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ

author img

By

Published : Jun 12, 2019, 2:35 AM IST

ଧିରେ ଧିରେ ବି-ଟାଉନ ଷ୍ଟାର୍ସଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ ହେବାରେ ଲାଗିଛି । ସୋମବାର ଅମିତାଭ ବଚ୍ଚନଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ବେଳେ ମଙ୍ଗଳବାର ଲୋକପ୍ରିୟ ଗାୟକ ଅଦନାନ ସାମୀଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ।

ମୁମ୍ବାଇ: ବି-ଟାଉନର ସେହେନସା ଅମିତାଭ ବଚ୍ଚନଙ୍କ ପରେ ଏବେ ଗାୟକ ଅଦନାନ ସାମୀଙ୍କ ଟ୍ବିଟର ହ୍ୟାଣ୍ଡଲ ମଧ୍ୟ ହ୍ୟାକ ହୋଇଛି । ଅଦନାନଙ୍କ ଟ୍ବିଟର ଆକାଉଣ୍ଟ ଠିକ୍ ସେହିପରି ହ୍ୟାକ ହୋଇଛି ଯେପରି ବିଗ-ବି ଅମିତାଭଙ୍କ ଟ୍ବିଟର ଆକାଉଣ୍ଟ ସୋମବାର ରାତିରେ ହ୍ୟାକ ହୋଇଥିଲା ।

twitter
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଅଦନାନ ସାମୀ

ଅଦନାନଙ୍କ ଟ୍ବିଟର ପ୍ରୋଫାଇଲ କଭର ପେଜରେ ମଧ୍ୟ ସେହି ଫଟୋ ଲଗାଯାଇଛି, ଯାହା ଅମିତାଭଙ୍କ ପ୍ରୋଫାଇଲରେ ଲଗାଯାଇଥିଲା । ଯେମିତି ଅମିତାଭଙ୍କ ଟ୍ବିଟର ହ୍ୟାକ ହେଲା ପରେ ପ୍ରୋଫାଇଲ ପିକ୍ଚରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଲଗାଯାଇଥିଲା । ଠିକ୍ ସେହି ପରି ଅଦନାନଙ୍କ ଟ୍ବିଟରରେ ଦେଖିବାକୁ ମିଳିଛି ।

ତାଙ୍କ ଟ୍ବିଟରରେ ଗୋଟିଏ ପରେ ଗୋଟିଏ କରି ଅନେକ ଟ୍ବିଟ କରାଯାଇଛି । Ayyildiz Tim ନାମର ଏକ ଲୋଗୋ, ପାକିସ୍ତାନୀ ଶୋରେ ନାଚୁଥିବା କିଛି ଲୋକଙ୍କ ଭିଡିଓ ସବୁ ସେୟାର କରାଯାଇଛି । ଏହାସହ ପାକିସ୍ତାନର ଜାତୀୟ ପତକାର ଫଟୋ ମଧ୍ୟ ସାମିଲ ଅଛି ।

ଅଦନାନଙ୍କ ଅନେକ ଟ୍ବିଟ ମଧ୍ୟରୁ ଗୋଟିଏ ଟ୍ବିଟରେ ଲେଖାଯାଇଛି, "ଯିଏ ମଧ୍ୟ ଆମର ଭାଇ ଦେଶ ପାକିସ୍ତାନ ସହ ଧୋକା କରିବ ସେ ଏହି କଥାକୁ ବୁଝିନିଅନ୍ତୁ କି ତାଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରୋଫାଇଲ ଫଟୋରେ ଏବଂ ପାକିସ୍ତାନୀ ଜାତୀୟ ପତକା ଦେଖିବାକୁ ମିଳିବ ।"

ଜଣାଇ ଦେଉଛୁ ଯେ ଅମିତାଭଙ୍କ ଆକାଉଣ୍ଟରେ ମଧ୍ୟ ଏହିପରି ପାକିସ୍ତାନ ପତକା ଏବଂ ଅନେକ ଫଟୋ ସହ ପାକିସ୍ତାନୀ ଭିଡିଓ ସେୟାର କରାଯାଇଥିଲା ।

Intro:Body:

gggggggss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.