ETV Bharat / sitara

ସୋନୁଙ୍କ ସମର୍ଥନରେ ଅଦନାନ, ବଖାଣିଲେ ମନ କଥା

author img

By

Published : Jun 23, 2020, 4:29 PM IST

ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଦନାନ । ଏଥର ସେ ମ୍ୟୁଜିକ ଓ ଫିଲ୍ମରେ ଥିବା ମାଫିଆଙ୍କ ବିଷୟରେ କହିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଗାୟକ ସୋନୁ ନିଗମ ଇଣ୍ଡଷ୍ଟ୍ରିରେ ମ୍ୟୁଜିକ ମାଫିଆଙ୍କ ପ୍ରସଙ୍ଗ ଉଠାଇ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି । ତାଙ୍କର ଏପରି ବୟାନ ପରେ କିଛି କଳାକାର ତାଙ୍କ ସମର୍ଥନ କରୁଥିବାର ନଜର ଆସୁଛନ୍ତି । ସେହିପରି ଆଉ କିଛି କଳାକାର ଏଯାବତ ମୌନ ବ୍ରତ ପାଳନ କରି ବସିଛନ୍ତି । ହେଲେ ଇତିମଧ୍ୟରେ ଫେମସ ଗାୟକ ଅଦନାନ ସାମୀ ଏକ ପୋଷ୍ଟ ଜରିଆରେ ସୋନୁଙ୍କୁ ସମର୍ଥନ କରିଛନ୍ତି । ପୋଷ୍ଟରେ ସେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟରେ ଲେଖିଛନ୍ତି, ‘ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏହାକୁ ଗମ୍ଭୀରତା ରୂପେ ନେବା କଥା । ମୁଖ୍ୟତଃ ସଙ୍ଗୀତ, ନୂଆ ଗାୟକ, ଫେମସ ଗାୟକ, ସଙ୍ଗୀତକାର ଓ ସଙ୍ଗୀତ ନିର୍ମାତାଙ୍କ ଶୋଷଣ ହେଉଛି । କ୍ରିଏଟିଭିଟିକୁ କଣ୍ଟ୍ରୋଲ କରିବାକୁ କାହିଁକି ଚେଷ୍ଟା କରାଯାଉଛି । ତାହା ବି ସେମାନଙ୍କ ଦ୍ବାରା ଯାହାଙ୍କୁ କ୍ରିଏଟିଭିଟି ବିଷୟରେ ଆଦୌ ଜଣାନାହିଁ । ଆମେ 130 କୋଟି ଭାରତର ଲୋକ ଆଉ ଆମକୁ ସବୁ କିଛି ମିଳିଛି । ହେଲେ ଏହା ସତ୍ତ୍ବେ ରିମେକ ଓ ରିମିକ୍ସିସ ? ଭଗବାନଙ୍କ ପାଇଁ ଏହାକୁ ବନ୍ଦ କରନ୍ତୁ । ପ୍ରକୃତ ଟ୍ୟାଲେଣ୍ଟ ଓ ଭଲ କଳାକାରଙ୍କୁ ଶାନ୍ତିରେ ନିଶ୍ବାସ ନେବାକୁ ଦିଅ । ତୁମ ପାଖରେ ଫିଲ୍ମ ଏବଂ ମ୍ୟୁଜିକ ମାଫିଆ ଅଛନ୍ତି । ଯେଉଁମାନେ ନିଜକୁ ଦେବତା ଭାବୁଛନ୍ତି । ଏମାନେ ଇତିହାତରୁ କିଛି ମଧ୍ୟ ଶିଖିନାହାଁନ୍ତି । ଆପଣ କଳା ଏବଂ ସୃଜନଶୀଳତାକୁ ନିୟନ୍ତ୍ରଣ କରିପାରିବେ ନାହିଁ ।’

ପ୍ରକାଶ ଥାଉକି ନିକଟରେ ସୋନୁ ଏକ ଭିଡିଓ ଜାରି କରି ଟି-ସିରିଜ ମାଲିକ ଭୂଷଣ କୁମାରଙ୍କୁ କଡା ଧମକ ଦେଇଥିଲେ । ଯାହାପରେ ବିବାଦ ଆହୁରି ବଢିଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.