ETV Bharat / sitara

ମୁସଲିମ ରୂପେ ଭାରତରେ ସୁରକ୍ଷିତ ଅଦନାନ !

author img

By

Published : Mar 1, 2020, 4:44 AM IST

ଅନେକ ଥର ପାକିସ୍ତାନି ସୋସିଆଲ ମିଡିଆ ୟୁଜର୍ସଙ୍କୁ କଡା ଜବାବ ଦେଇ ଚର୍ଚ୍ଚାରେ ଗାୟକ ଅଦନାନ ସାମୀ। ଏବେ ସେ ସିଏଏ ସମର୍ଥନ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି।

adnan sami
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଦନାନ ସାମୀ

ମୁମ୍ବାଇ: ଫେମସ ଗାୟକ ଅଦନାନ ସାମୀ କିଛି ଦିନ ହେବ ଭାରତୀୟ ନାଗରିକତା ଓ ପଦ୍ମଶ୍ରୀ ପୁରସ୍କାରକୁ ନେଇ ଚର୍ଚ୍ଚାରେ । ଏହି ମାମଲାରେ ସେ ଅନେକ ପ୍ରତିକ୍ରିୟା ସୋସିଆଲ ମିଡିଆରେ ସେୟାର କରିସାରିଲେଣି । ଇତିମଧ୍ୟରେ ସେ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି । ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ ଅଦନାନା । ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଆମୀର ଖାନ କହୁଛନ୍ତି କି ଭାରତରେ ତାଙ୍କୁ ସୁରକ୍ଷିତ ଅନୁଭବ ହେଉନାହିଁ । ତେବେ ଆପଣଙ୍କୁ କଣ ଏମିତି ଅନୁଭବ ହେଉଛି ଆଉ ସିଏଏକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ।

ଏହାର ଜବାବରେ ସେ କହିଥିଲେ ଯେ ତାଙ୍କୁ ଭାରତରେ ଅସୁରକ୍ଷିତ ଅନୁଭବ ହୁଏନାହିଁ । ନାଗରିକତା ସଂଶୋଧନ ଆଉନ ସେହି ଲୋକଙ୍କ ପାଇଁ ଯିଏ ଭାରତରେ ନାଗରିକତା ଚାହୁଁଛନ୍ତି। ଏହା ଭାରତୀୟଙ୍କ ପାଇଁ ନୁହେଁ।

ଖାଲି ଏତିକି ନୁହେଁ ସେ ସିଏଏର ସମର୍ଥନ କରି କହିଥିଲେ ସେ ନିଜ ଆଖିରେ ଦେଖିଛନ୍ତି ଅନ୍ୟ ଦେଶରେ ସଂଖ୍ୟାଲଘୁଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସେ ଇସଲାମାବାଦରେ ଦେଖିଛନ୍ତି କପିରି ସେଠାରେ ସୋସିଇଟି ଦୁଇଟି ଗୋଷ୍ଠିରେ ବାଣ୍ଟି ହୋଇଯାଇଛନ୍ତି। ସେ ଏକ ସେକ୍ଟରରେ ଥିଲେ ଯେଉଁଠାରେ ସେ ଦେଖିଥିଲେ ସୋସାଇଟିର ଅନ୍ୟପଟେ ଏକ ସ୍ଲମ ବସ୍ତି ଥିଲା । ସେ ଜଣେ ଲୋକଙ୍କୁ ପଚାରିଥିଲେ ଯେ ସେହି ସ୍ଲମ ବସ୍ତି କାହାର। ଆଉ ତାଙ୍କୁ ଶୁଣିବାକୁ ମିଳିଥିଲା ଖ୍ରୀଷ୍ଟିୟାନ ଲୋକ ସେହି ବସ୍ତିରେ ରହୁଛନ୍ତି।

ବର୍ତ୍ତମାନ ସେ ଖୁସି ଅଛନ୍ତି ଯେ ସିଏଏ ଆସିବା ଦ୍ବାରା ଆଫଗାନିସ୍ତାନ, ପାକିସ୍ତାନ ଓ ବାଙ୍ଗଲାଦେଶରେ ରହୁଥିବା ଲୋକଙ୍କୁ ସାହାଯ୍ୟ ମିଳିବ ବୋଲି କହିଥିଲେ ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.