ETV Bharat / sitara

ପଦ୍ମଶ୍ରୀ ପୁରସ୍କାର: ପାକିସ୍ତାନର ପ୍ରତିକ୍ରିୟାରେ ଅଦନାନଙ୍କ ଜବାବ

author img

By

Published : Feb 25, 2020, 7:07 PM IST

ପୁଣି ଚର୍ଚ୍ଚାରେ ଅଦନାନ ସାମୀ । ଏଥର ସେ ପାକିସ୍ତାନର ପ୍ରତିକ୍ରିୟାରେ ଦେଇଛନ୍ତି ଶାନଦାର ଜବାବ। ସାକ୍ଷାତକାରରେ ଯୋଗ ଦେଇ ନିଜ ମନ କଥା ବଖାଣିଲେ ଅଦନାନ।

adnan sami
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଦନାନ ସାମୀ

ମୁମ୍ବାଇ: ଫେମସ ଗାୟକ ଅଦନାନ ସାମୀ ଦୀର୍ଘ ସମୟ ପରେ ପୁଣିଥରେ ସଙ୍ଗୀତ ଦୁନିଆକୁ ଫେରିଛନ୍ତି। ତାଙ୍କ ନୂଆ ମ୍ୟୁଜିକ ଭିଡିଓ ‘ତୁ ୟାଦ ଆୟା’ ନିକଟରେ ରିଲିଜ ହୋଇଯାଇଛି। ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ଇତିମଧ୍ୟରେ ସେ ଏକ ସାକ୍ଷାତକାରରେ ଭାରତୀୟ ନାଗରିକତା ଓ ପାକିସ୍ତାନ ବିଷୟରେ ଅନେକ କଥା କହି ଚର୍ଚ୍ଚାରେ ଆସିଛନ୍ତି। ପୂର୍ବରୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ଓ ଭାରତ ନାଗରିକତା ନିଜ ପ୍ରତିକ୍ରିୟା ରଖିଥିଲେ।

ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ସେ ଭାରତର ନାଗରିକତା କାହିଁକି ନେଲେ ? ଏହାର ଜବାବରେ ସେ କହିଥିଲେ ସେ ପାଖାପାଖି 20 ବର୍ଷରୁ ଭାରତରେ ରହିଆସୁଛନ୍ତି। ସେ ଭାରତର ଆର୍ଟିଷ୍ଟ ରୂପେ ହିଁ ବିଦେଶରେ ଶୋଜ କରିବାକୁ ଯାଆନ୍ତି। ସେ ବହୁତ ଇମୋଶନାଲ ବ୍ୟକ୍ତି। ଭାରତରେ ତାଙ୍କୁ ଖୁବ୍ ପ୍ରେମ ଓ ସ୍ନେହ ମିଳିଛି। ଏଠାରେ ସମସ୍ତଙ୍କୁ ସମ୍ମାନ ଦିଆଯାଏ। ଏଥି ନିମନ୍ତେ ସେ ଭାରତର ନାଗରିକତା ନେଇଛନ୍ତି।

ତାଙ୍କୁ ଏହା ମଧ୍ୟ ପ୍ରଶ୍ନ କରାଯାଇଥିଲା ଯେ ଭାରତୀୟ ନାଗରିକତା ଓ ପଦ୍ମଶ୍ରୀ ମିଳିବା ପରେ ପାକିସ୍ତାନୀ ତରଫରୁ ପ୍ରତିକ୍ରିୟା ମିଳିଥିଲା । ଏହା ଉତ୍ତରରେ ସେ କହିଥିଲେ ଦୁର୍ଭାଗ୍ୟବଶତଃ ତାଙ୍କର ଏହି ଅଭ୍ୟାସ ଅଛି। ତାଙ୍କ ଟ୍ରୋଲିଂ ଚାଲିଥାଏ । କେବେ କେବେ ସେ ଏହାର ଜବାବ ମଧ୍ୟ ଦେଇଥାଆନ୍ତି। କିଛି ଲୋକ ନିଜ ନିଜ ସମସ୍ୟାରେ ଦୁଃଖ ଅଛନ୍ତି । ଏହି କାରଣ ପାଇଁ ସେ ସେମାନଙ୍କୁ କ୍ଷମା କରିଦିଅନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.