ମୁମ୍ବାଇ: ସମ୍ପତ୍ତି କିଣିବା ସହ ସମ୍ପୃକ୍ତ ଥିବା ଏକ ମାମଲାରେ ପପୁଲାର ଗାୟକ ଅଦନାନ ସାମୀଙ୍କୁ ଆଶ୍ବସ୍ତି ମିଳିଛି । ତାଙ୍କ ଉପରେ କୋର୍ଟ 50 ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି । କିନ୍ତୁ ତାଙ୍କ କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ ହେବାରୁ ବଞ୍ଚିଯାଇଛି ।
ପ୍ରକାଶ ଥାଉକି 2003ରେ ଯେବେ ଅଦନାନ ଗୋଟିଏ ପରେ ଗୋଟିଏ ଗୀତ ଗାଇ ସୁପରହିଟ୍ ସାବ୍ୟସ୍ତ ହେବାରେ ଲାଗିଥିଲେ ସେହି ସମୟରେ ସେ ମୁମ୍ବାଇରେ 8ଟି ଫ୍ଲାଟ ଏବଂ 5ଟି ପାର୍କିଂ ସ୍ସେସ କିଣିଥିଲେ । ସେତେବେଳେ ସେ ପାକିସ୍ତାନର ନାଗରିକ ହେବା ସହ ଭାରତରେ କାମ ପାଇଁ ରହୁଥିଲେ ।
ଭାରତୀୟ ଆଇନ ଅନୁଯାୟୀ ପାକିସ୍ତାନର ନାଗରିକ ଯଦି ଭାରତରେ କୌଣସି ସମ୍ପତ୍ତି କିଣୁଛନ୍ତି କିମ୍ବା କୌଣସି ପ୍ରକାର ନିବେଶ କରୁଛି ତେବେ ଏହି ସୂଚନା ତାଙ୍କୁ ରିଜର୍ଭ ବ୍ୟାକ ଅଫ ଇଣ୍ଡିଆକୁ ଦେବାକୁ ପଡିବ । କିନ୍ତୁ 2003ରେ ସମ୍ପତ୍ତି କିଣିଥିବା ସମୟରେ ଅଦନାନ ରିଜର୍ଭ ବ୍ୟାଙ୍କକୁ କୌଣସି ସୂଚନା ଦେଇନଥିଲେ ।
ଯାହାନେଇ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଇଡି କୋର୍ଟ ନିଷ୍ପତ୍ତି ଶୁଣାଇ ଅଦନାନଙ୍କ ଉପରେ 20 ଲକ୍ଷ ଜୋରିମାନା ସହ ସମ୍ପତ୍ତି ବ୍ୟାଜାପ୍ତ କରିବାକୁ ଆଦେଶ ଦେଇଥିଲେ । ଅନ୍ୟପଟେ ଅଦନାନ ମଧ୍ୟ ଏହି ନିଷ୍ପତ୍ତିକୁ ଅଫିଲେଣ୍ଟ ଟ୍ରିବ୍ୟୁନାଲରେ ଚ୍ୟାଲେଞ୍ଜ ଦେଇଥିଲେ ।
ନିକଟରେ ଅପିଲେଟ ଟ୍ରିବ୍ୟୁନାଲ କୋର୍ଟ ଫେମା ଆଇନ ଅନୁସାରେ ନିଜର ନିଷ୍ପତ୍ତି ଶୁଣାଇ ଅଦନାନଙ୍କୁ 20 ପରିବର୍ତ୍ତେ 50 ଲକ୍ଷ ଟଙ୍କା ଜୋରିମାନା ଭରିବାକୁ ଆଦେଶ ଦେଇଥିଲେ । ପୂର୍ବରୁ 10 ଲକ୍ଷ ଭରିସାରିଛନ୍ତି ଅଦନାନ ।