ମୁମ୍ବାଇ: ଆଜି 35ତମ ଜନ୍ମଦିନ ପାଳନ କରୁଛନ୍ତି ପପୁଲାର ଆକ୍ଟର ଆଦିତ୍ୟ ରୟ କପୁର । ନିକଟରେ ରିଲିଜ ହୋଇଯାଇଛି ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ଲୁଡୋ’ । ଫିଲ୍ମକୁ କ୍ରିଟିକ୍ସ ଓ ଦର୍ଶକଙ୍କ ଶାନଦାର ପ୍ରତିକ୍ରିୟା ମଧ୍ୟ ମିଳିଛି । ଜନ୍ମଦିନ ଅବସରରେ ଆଦିତ୍ୟ ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି ନିଜ ଅପକମିଂ ଫିଲ୍ମ ବିଷୟରେ ଘୋଷଣା କରି । ସେ ଆକ୍ସନ ଡ୍ରାମା ଫିଲ୍ମ ‘ଓମ’ ନେଇ ପରଦାକୁ ଫେରିବେ । ଆଜ୍ଞା ହଁ, ସେ ଖୁବଶୀଘ୍ର ନିର୍ଦ୍ଦେଶକ କପିଲ ବର୍ମାଙ୍କ ଆଗାମୀ ଫିଲ୍ମ ‘ଓମ: ଦ ବାଟେଲ ୱିଥଇନ’ରେ ନଜର ଆସିବେ । ବର୍ତ୍ତମାନ ସେ ଫିଲ୍ମ ପାଇଁ ରାଜି ହୋଇଯାଇଛନ୍ତି ।
ଆସନ୍ତା ମାସ ଫିଲ୍ମର ସୁଟିଂ ସବୁ ସୁରକ୍ଷା ବ୍ୟବସ୍ଥା ସହ ଆରମ୍ଭ ହେବ । ସେହିପରି ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ନିକଟରେ ଚର୍ଚ୍ଚା ଜୋର ଧରିଥିଲା ଯେ ଫିଲ୍ମରେ ତାଙ୍କ ସହ ତାରା ସୁତାରିଆ ଓ ଦିଶା ପଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ହେଲେ ଏଯାବତ ଏହାକୁ ନେଇ ଫିଲ୍ମ ଟିମ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ ।
ପ୍ରକାଶ ଥାଉକି ଶେଷଥର ସିନେମାହଲରେ ରିଲିଜ ହୋଇଥିଲା ଆଦିତ୍ୟଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ମଲଙ୍ଗ’ । ତାଙ୍କ ବ୍ୟତୀତ ଏହି ଫିଲ୍ମ ଅନିଲ କପୁର, ଦିଶା, କୁନାଲ ଖେମୁ ଭଳି ଷ୍ଟାର ଅଭିନୟ କରିଥିଲେ । ଫିଲ୍ମକୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଯଦି ‘ଲୁଡୋ’ ଫିଲ୍ମ କଥା ହେବା ତେବେ ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଅନୁରାଗ ବାସୁ । ଫିଲ୍ମରେ ତାଙ୍କ ସହ ଜବରଦସ୍ତ ଅଭିନୟ କରିଥିଲେ ଅଭିଷେକ ବଚ୍ଚନ, ପଙ୍କଜ ତ୍ରିପାଠୀ, ସନୟା ମଲହୋତ୍ରା, ରାଜକୁମାର ରାଓ ଓ ଫାତିମା ସନା ସେଖ ଭଳି କଳାକାର ।