ETV Bharat / sitara

ବିବେକଙ୍କ ମୃତ୍ୟୁରେ ମର୍ମାହତ ଉର୍ବଶୀ - ତାମିଲ ଫିଲ୍ମରେ ଉର୍ବଶୀଙ୍କଙ୍କ ଡେବ୍ୟୁ

ବିବେକଙ୍କ ସହ ଉର୍ବଶୀ ଆଗାମୀ ତାମିଲ ଫିଲ୍ମରେ ନଜର ଆସିବେ । ପ୍ରଥମ ସିଡ୍ୟୁଲ ଶେଷ କରିଥିଲେ ଏହି ଯୋଡି । ହେଲେ ଶନିବାର ଦୁନିଆ ଛାଡି ଚାଲିଯାଇଛନ୍ତି ବିବେକ । ଆଉ ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ଉର୍ବଶୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଉର୍ବଶୀ ରୌତେଲା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଉର୍ବଶୀ ରୌତେଲା
author img

By

Published : Apr 19, 2021, 12:39 PM IST

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ରବିବାର ଦିନ ସୋସିଆଲ ମିଡିଆରେ ପଦ୍ମଶ୍ରୀ ଅଭିନେତା ବିବେକଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ତାଙ୍କ ଆଗାମୀ ତାମିଲ ଡେବ୍ୟୁ ଫିଲ୍ମରେ ତାଙ୍କ ସହ କାମ କରିବାର ଅଭିଜ୍ଞତାକୁ ମନେ ପକାଇଛନ୍ତି। ତାଙ୍କ ଏହି ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ମନାଲିରେ ହୋଇଥିଲା ।

ବିବେକଙ୍କ ସହ ନିଜ ଫଟୋ ସହ ଏକ ଭିଡିଓ ସେୟାର କରି ଅଭିନେତ୍ରୀ ଲେଖିଥିଲେ, ‘ମୋର ପଦ୍ମଶ୍ରୀ ମୁଁ ତୁମକୁ ସବୁଦିନ ପାଇଁ ମନେ ପକାଇବି । ମୋର ଡେବ୍ୟୁ ତାମିଲ ଫିଲ୍ମରେ ତୁମ ପରି କିମ୍ବଦନ୍ତୀ ସହିତ କାମ କରିବାର ମୋର ଅଭିଜ୍ଞତା ଅବିସ୍ମରଣୀୟ । ତୁମ ମୃତ୍ୟୁ ଦ୍ବାରା ହୋଇଥିବା କ୍ଷତିକୁ ନେଇ ମୁଁ ବହୁତ ଆଶ୍ଚର୍ଯ୍ୟ । ତୁମେ ମୋର ଯତ୍ନ ନେଇଥିଲ । ତୁମର ବ୍ୟଙ୍ଗ ସମୟ ଏବଂ ସଂଳାପ ସବୁ କିଛି ନିଆରା ଥିଲା । ଗଛ ପ୍ରତି ତୁମର ପ୍ରେମ । ସବୁ କିଛି ମନେ ପଡୁଛି । ବିବେକ ସାର୍‌ଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କୁ ମୋର ହୃଦୟରୁ ସମବେଦନା । ତୁମ ସହିତ ମୋର ଜୀବନର କିଛି ଭଲ ସ୍ମୃତି ଅଛି । ସବୁକିଛି ପାଇଁ ଧନ୍ୟବାଦ ସାର୍। ଭଗବାନ ତୁମ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।’

ପ୍ରକାଶ ଥାଉକି ତାମିଲ ଇଣ୍ଡଷ୍ଟ୍ରିର ଫେମସ ହାସ୍ୟ ଅଭିନେତା ତଥା ପଦ୍ମଶ୍ରୀ ପ୍ରାପ୍ତ ବିବେକଙ୍କ ଦେହାନ୍ତ ଶନିବାର ଦିନ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ହୋଇଥିଲା। ମାତ୍ର 59 ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.