ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସେକ୍ସି ଶିଳ୍ପା ସେଟ୍ଟୀ ଏଥର ନିଜର ଏକ ନୂଆ ଭିଡିଓକୁ ନେଇ ଚର୍ଚ୍ଚାରେ । ବେଶ୍ ଭାଇରାଲ ହେଉଛି ତାଙ୍କର ଏହି ପୋଷ୍ଟ । ଯେଉଁଥିରେ ଦେଖିବାକୁ ମିଳୁଛି ହଲିଉଡ ଫିଲ୍ମରେ ତାଙ୍କ ଝଲକ । ଏହାକୁ ସେୟାର କରିବା ସହ ସେ ଜଣାଇଛନ୍ତି ମଜାଦାର କଥା । କାରଣ ଭିଡିଓଟି ତାଙ୍କ ପାଇଁ ତିଆରି କରିଛନ୍ତି ତାଙ୍କ ଲାଡଲା ଭିଆନ ।
- " class="align-text-top noRightClick twitterSection" data="
">
ସେହିପରି ଗୁରୁବାର ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ଶିଳ୍ପା କ୍ୟାପସନରେ ଲେଖିଛନ୍ତି, ‘ଭିଆନ ଏହି ଭିଡିଓ ସହିତ ମୋ ମୁହଁରେ ହସ ଫୁଟାଇଲେ, ମାମା କିପରି କୋରୋନା ସହ ଲଢୁଛନ୍ତି ତାହା ବର୍ଣ୍ଣନା କରିଛନ୍ତି । ସମସ୍ତ ନକାରାତ୍ମକ, ତଥାପି ସମସ୍ତଙ୍କ ପାଇଁ ଏକ ଉତ୍ତମ କୋଭିଡ୍ ମୁକ୍ତ ଭବିଷ୍ୟତ ପାଇଁ ସକରାତ୍ମକ ଆଶା ।’
ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଶିଳ୍ପା ଥର୍ ରାଗ୍ନୋରୋକରେ ମୃତ୍ୟୁର ଦେବୀ ସାଜିଥିବାର । ଏହି ଭିଡିଓ କ୍ଲିପ୍ଟି ‘ଆଭେଞ୍ଜର୍ସ’ ଫିଲ୍ମର । ହଲିଉଡ ଅଭିନେତ୍ରୀଙ୍କ ଫେସରେ ଶିଳ୍ପାଙ୍କ ଫେସ ଲଗାଇ ଭିଡିଓ ତିଆରି କରିଛନ୍ତି ଭିଆନ । ସେ ଏହାକୁ ନୂଆ ଫେସ ଆପ୍ ଜରିଆରେ ତିଆରି କରିଛନ୍ତି ।