ମୁମ୍ବାଇ: ‘ଧଡକନ୍’ ଫେମ ଶିଳ୍ପା ସେଟ୍ଟୀ ଓ ସୁନୀଲ ସେଟ୍ଟୀଙ୍କୁ ନେଇ ବର୍ତ୍ତମାନ ନୂଆ ଚର୍ଚ୍ଚା । ଏହି ଯୋଡି ବୁଧବାର ନିର୍ଦ୍ଦେଶ ମୁକେଶ ଛାବଡାଙ୍କୁ ଏକାଠି ସାକ୍ଷାତ କରିଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଶିଳ୍ପା । ସେପଟେ ଫ୍ୟାନ୍ସଙ୍କ ମନ କିଣୁଛି ବର୍ତ୍ତମାନ ଏହି ଫଟୋ । 2000ରେ ଆସିଥିବା ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଧଡକନ’ରେ ଦେବ ଭୂମିକାରେ ସୁନୀଲ ନଜର ଆସିଥିବା ବେଳେ ଅଞ୍ଜଳୀ ଭୂମିକାରେ ଅଭିନୟ କରିଥିଲେ ଶିଳ୍ପା । ସେହି ସମୟରୁ ଏହି ଯୋଡି ଫ୍ୟାନ୍ସଙ୍କ ଫେଭରେଟ ଯୋଡି ସାଜିଛି। ଦେବ ଓ ଅଞ୍ଜଳୀଙ୍କୁ ଏକାଠି ଦେଖି ଫ୍ୟାନ୍ସଙ୍କୁ ମନେ ପଡିଯାଇଛି ଫିଲ୍ମର ରାମ ତଥା ଅକ୍ଷୟ କୁମାରଙ୍କ କଥା ।
- " class="align-text-top noRightClick twitterSection" data="
">
ଫଟୋ ପୋଷ୍ଟ କରି ଶିଳ୍ପା ଲେଖିଥିଲେ, ‘ଦେବ, ଅଞ୍ଜଳୀ ଏବଂ ଛାବଡା । ପୁରୁଣା ବନ୍ଧୁ ନୂଆ ଧଡକନ । ଯେତେବେଳେ ଦୁଇ ସେଟ୍ଟୀ ମୁକେଶ ଛାବଡାଙ୍କୁ ସାକ୍ଷାତ କଲେ । କଣ କହୁଛ ସୁନୀଲ ସେଟ୍ଟୀ । #friends #laughs #positivity #workandfun #gratitude.’
ଶିଳ୍ପାଙ୍କ ଏହି ଫଟୋରେ ଜଣେ ଫ୍ୟାନ କମେଣ୍ଟ କରି ଲେଖିଛନ୍ତି, ‘ବାଃ କେତେ ଭଲ ବନ୍ଧୁ । ହେଲେ ତୁମ ଦୁଇଜଣକୁ ଦେଖି ଅକ୍ଷୟ ସାରଙ୍କ କଥା ମନେ ପଡୁଛି ।’
ସେହିପରି ଦ୍ବିତୀୟ ଫ୍ୟାନ କହିଛନ୍ତି, ‘ରାମଙ୍କୁ ମଧ୍ୟ ଡାକିବାର ଥିଲା ।’ ପ୍ରକାଶ ଥାଉକି ଫିଲ୍ମରେ ଅକ୍ଷୟ, ରାମ ଭୂମିକାରେ ଅଭିନୟ କରିଥିଲେ । ଯାହାଙ୍କ ପତ୍ନୀ ଶିଳ୍ପା ସାଜିଥିଲେ । ‘ଧଡକନ୍’ର ରିମେକ ଆସିବ ବୋଲି ଦୀର୍ଘ ସମୟରୁ ଚର୍ଚ୍ଚା ।