ETV Bharat / sitara

କରିସ୍ମାଙ୍କ କାମକୁ କପି କରିଛନ୍ତି ସାରା

ପ୍ରଥମଥର କମେଡି ଅନ୍ଦାଜ ନେଇ ପରଦାରେ ଦେଖାଯିବେ ‘କେଦାରନାଥ’ ଫେମ ସାରା । ଡେଭିଡଙ୍କ କମେଡି ଡ୍ରାମା ଫିଲ୍ମରେ ସାମିଲ ହୋଇ ନିଜକୁ ଭାଗ୍ୟାଶାଳୀ ଭାବୁଛନ୍ତି ସେ । ଅଧିକ ପଢନ୍ତୁ...

author img

By

Published : Dec 1, 2020, 3:30 PM IST

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ କମେଡି ଡ୍ରାମା ଫିଲ୍ମ ‘କୁଲି ନଂ 1’ ରିମେକ ନେଇ ପରଦାକୁ ଫେରିବେ । ପ୍ରଥମଥର ସେ ପରଦାରେ ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନଙ୍କ ସହ ରୋମାନ୍ସ କରିବେ । ଲୋକପ୍ରିୟ ନିର୍ମାତା ଡେଭିଡ ଧୱନଙ୍କ ଏହି କମେଡି ଡ୍ରାମା ଫିଲ୍ମର ଜବରଦସ୍ତ ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ଯାହାକୁ ଦେଖି ହସି ହସି ବେହାଲ ଦର୍ଶକ । କାରଣ ସାରାଙ୍କ କମେଡି କିଣିଛି ସମସ୍ତଙ୍କ ମନ । କମେଡି ଦୁନିଆରେ ନିଜ ଜଲୱା ଦେଖାଇବାରେ ସଫଳ ସେ ।

ସବୁଠୁ ମୁଖ୍ୟ କଥା ହେଲା ଯେ ସେ ଫିଲ୍ମରେ ମାଉସୀ ତଥା ଅଭିନେତ୍ରୀ କରିସ୍ମା କପୁରଙ୍କ କମେଡିକୁ କପି କରିବାକୁ ଚେଷ୍ଟା କରିଛନ୍ତି । ଆଉ କିଛି ମାତ୍ରାରେ ସେ ସଫଳ ହୋଇଛନ୍ତି ମଧ୍ୟ । 1991ରେ ଆସିଥିବା ଏହି ସୁପରହିଟ୍ ଫିଲ୍ମରେ ଗୋବିନ୍ଦାଙ୍କ ସହ ଅଭିନୟ କରିଥିଲେ କରିସ୍ମା ।

ଟ୍ରେଲର ରିଲିଜକୁ ଭଲ ପ୍ରତିକ୍ରିୟା ମିଳିବା ପରେ ସାରା ନିଜ ଖୁସି ପ୍ରକାଶ କରି କହିଛନ୍ତି, ‘ଯେତେବେଳେ ମୁଁ କାମ ଆରମ୍ଭ କରିଥିଲି ସେତେବେଳେ ମୋର କେବଳ ଏହି ସ୍ବପ୍ନ ଥିଲା ଯେ ମୁଁ ନିର୍ଦ୍ଦେଶକଙ୍କ ସବୁ କାମକୁ ପରଫେକ୍ଟ କରିବି । ମୁଁ ଭାଗ୍ୟଶାଳୀ ଯେ ଡେଭିଡ ସାର୍‌ଙ୍କ ଭଳି ଦମଦାର କମେଡି ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛି । ଆଶା କରୁଛି ଯେ ମୁ ଡେଭିଡ ସାର୍‌ଙ୍କ କମେଡି ଦୁନିଆରେ ଭଲ କାମ କରିବାକୁ ଚେଷ୍ଟା କରିଥିଲି । ମୁଁ ନିଜକୁ ଏମିତି କରିବାକୁ ଚାହୁଁଛି ଯେମିତି ମୁଁ ସିରିୟସ ଡ୍ରାମା, ରୋମାଣ୍ଟି ଫିଲ୍ମ ସହ କମେଡି ମଧ୍ୟ ଭଲ ରୂପେ କରିପାରିବି । ଆଉ ଏହାସହ ମୁଁ ମହାନ ବ୍ୟକ୍ତିତ୍ବଙ୍କ ବାୟୋପିକରେ ମଧ୍ୟ ଅଭିନୟ କରିବାକୁ ପସନ୍ଦ କରିବି ।’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.