ETV Bharat / sitara

ଫ୍ଲାଇଟରେ ବସିବା ଡରକୁ ଭୁଲିବା ପାଇଁ ସୁଶାନ୍ତ ଖାଉଥିଲେ ମେଡିିସିନ: ରିଆ - ରିଆ ଚକ୍ରବର୍ତ୍ତୀଙ୍କ ହ୍ବାଟ୍ସଅପ ଚାର୍ଟ

ସୁଶାନ୍ତ ଫ୍ଲାଇଟରେ ବସିବା ଡରକୁ ଭୁଲିବା ପାଇଁ ଖାଉଥିଲେ ମେଡିସିନ୍‌ । ଏପରି କିଛି ସାକ୍ଷାତକାରରେ କହି ଚର୍ଚ୍ଚାରେ ରିଆ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 27, 2020, 2:36 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଯାଞ୍ଚ ବ୍ୟାପକ ହେବାକୁ ଯାଉଛି । କାରଣ କିଛି ଦିନ ହେବ ସୁଶାନ୍ତଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ହ୍ବାଟ୍ସଆପ ଚାର୍ଟରେ ଅନେକ ଜିନିଷର ଖୁଲାସା ହୋଇଛି । ଯେଉଁଥିରେ ଡ୍ରଗ କନେକ୍ସନ କଥା ମଧ୍ୟ ଉଠୁଛି । ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ୟତୀତ ଏହି କେସରେ ଏବେ ଏଣ୍ଟ୍ରି ମାରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) । ଖାଲି ଏତିକି ନୁହେଁ ସିବିଆଇ ବର୍ତ୍ତମାନ ସୁଶାନ୍ତଙ୍କ ୟୁରୋପ ଟ୍ରିପ ବିଷୟରେ ମଧ୍ୟ ଛାନବିନ କରୁଛି । ଇତିମଧ୍ୟରେ ରିଆ ୟୁରୋପ ଟ୍ରିପକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଏକ ସାକ୍ଷାତକାରରେ ସେ କହିଥିଲେ, ‘ଯେତେବେଳେ ଆମେ ୟୁରୋପ ଟ୍ରିପରେ ଯାଉଥିଲୁ ସେହି ସମୟରେ ସୁଶାନ୍ତ ମତେ କହିଥିଲେ ଯେ ତାଙ୍କୁ ଫ୍ଲାଇଟରେ ଯାତ୍ରା କରିବାକୁ ଡର ଲାଗେ । ଆଉ ଡର ଦୂର କରିବା ପାଇଁ ସେ ମେଡାଫିନିଲ ନାମକ ଏକ ମେଡିସିନ୍‌ ଖାଉଥିଲେ । ଫ୍ଲାଇଟରେ ବସିବା ପୂର୍ବରୁ ସେ ସେହି ମେଡିସିନ୍‌ ଖାଇଥିଲେ । ସବୁବେଳେ ମେଡିସିନ୍‌ ସେ ନିଜ ପାଖରେ ମଧ୍ୟ ରହୁଥିଲେ । ଆଉ ଯେତେବେଳେ ଆମ ପ୍ୟାରିସରେ ପହଞ୍ଚିଲୁ ତେବେ ସୁଶାନ୍ତ ତିନି ଦିନ ପର୍ଯ୍ୟନ୍ତ ରୁମରୁ ବାହାରକୁ ବାହାରିଲେ ନାହିଁ । ଯାହା ଦେଖି ମୁଁ ଭାବିଲି ତାଙ୍କର କିଛି ହୋଇଯାଇଛି ।

କାରଣ ସେ କହିଥିଲେ ସେ ସବୁ ସ୍ଥାନ ବୁଲି ଦେଖିବେ । ସେ ଚିନ୍ତାରେ ଥିବାରୁ ପ୍ୟାରିସରେ ଠିକ୍‌ରେ ବୁଲିପାରିଲେ ନାହିଁ । ହେଲେ ସ୍ବିଜରଲ୍ୟାଣ୍ଡରେ ସେ ଖୁସି ନଜର ଆସୁଥିଲେ । ସେହିପରି ଇଟାଲୀରେ ପହଞ୍ଚିବା ପରେ ସେଠାକାର ଏକ ହୋଟେଲର ରୁମ ବହୁତ ଭୟାନକ ଥିଲା । ଯାହାକୁ ନେଇ ମୁଁ ଡରିଯାଇଥିଲେ । ଆଉ ସୁଶାନ୍ତ କହିଥିଲେ ଯେ ସବୁ ଠିକ୍ ଅଛି । ହେଲେ ସେ ନିଜେ ରାତିରେ ଶୋଇ ପାରିଲେ ନାହିଁ । ଯାହାପରଠୁ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେ ସମ୍ପୂର୍ଣ୍ଣ ବଦଳିଯାଇଥିଲେ । ’

ପ୍ରକାଶ ଥାଉକି ରିଆଙ୍କ ୟୁରୋପ ଟ୍ରିପ ବୟାନ ପୂର୍ବରୁ ମଧ୍ୟ ଅନେକ ଖୁଲାସା ହୋଇସାରିଛି । ଶୁଣିବାକୁ ମିଳୁଛି ରିଆଙ୍କ କିଛି ଡଗ୍ସ ଡିଲିଂ ସହ ମଧ୍ୟ ସମ୍ପୃକ୍ତ ଥିଲେ । ତାଙ୍କର କିଛି ବନ୍ଧୁ ତାଙ୍କୁ ଡ୍ରଗସ୍ ଯୋଗାଉଥିଲେ । ଯାହାକୁ ସେ ସୁଶାନ୍ତଙ୍କୁ ମଧ୍ୟ ଦେଉଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.