ETV Bharat / sitara

ଅସହାୟ ଶିଶୁଙ୍କୁ ସାହାଯ୍ୟ କରିବେ ରବୀନା - ଅନାଥ ପିଲାଙ୍କୁ ସବୁ ସୁବିଧା ଯୋଗାଇବେ ରବୀନା ଟଣ୍ଡନ

ଡିଜିଟାଲ ଶୋ ମାଧ୍ୟମରେ ଗରିବ ପିଲା, ଅନାଥ ପିଲାଙ୍କୁ ସବୁ ସୁବିଧା ଯୋଗାଇବେ ରବୀନା ଟଣ୍ଡନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବୀନା ଟଣ୍ଡନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବୀନା ଟଣ୍ଡନ
author img

By

Published : May 29, 2020, 4:14 PM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ଅଭାବରେ ବଞ୍ଚୁଥିବା ପିଲାଙ୍କ ସହଯୋଗର ହାତ ବଢାଇଛନ୍ତି। ‘ନୋ ହଙ୍ଗର’ ଅଭିଯାନରେ ବର୍ତ୍ତମାନ ସେ ସାମିଲ ହୋଇଛନ୍ତି। ଗୁରୁବାର ୱାର୍ଲ୍ଡ ହଙ୍ଗର ଡେ ଅବସରରେ ସେ ଏହି ଘୋଷଣା କରିଥିଲେ ସେ। ଏହି ଅଭିଯାନ ଜରିଆରେ ସେ ଦେଶର ଅନେକ ପରିବାର ଏବଂ ଗରିବ ପିଲାଙ୍କୁ ଖାଦ୍ୟ ଯୋଗାଇବେ।

କୋଭିଡ 19 ମହାମାରୀ ହେତୁ ଅନେକ ପୁଷ୍ଟିହୀନ ଶିଶୁ ଭୋକ ଏବଂ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ସହ ସଂଘର୍ଷ କରୁଛନ୍ତି। ଏହି ସମୟରେ, ରବୀନା ଏକ ମନୋରଞ୍ଜନ ଚ୍ୟାନେଲର ଏକ ସ୍ବତନ୍ତ୍ର ଡିଜିଟାଲ ଶୋ ମାଧ୍ୟମରେ ନିଜର ସମର୍ଥନ ପ୍ରଦର୍ଶନ କରୁଛନ୍ତି । ଏହି ଅଭିଯାନ ଦେଶର ନାଗରିକଙ୍କୁ ଏହି ଦିଗରେ ପଦକ୍ଷେପ ନେବାକୁ ପ୍ରେରଣା ଦେବା ପାଇଁ ଲକ୍ଷ୍ୟ ରଖିଛି।

ଏହି ଅବସରରେ ରବୀନା କହିଛନ୍ତି, ‘ଆମ ଦେଶରେ ଲକ୍ଷ ଲକ୍ଷ ପିଲା ଅଛନ୍ତି ଯେଉଁମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଯାହାକୁ ନେଇ ମତେ ବହୁତ କଷ୍ଟ ଲାଗିଥାଏ। ସେମାନଙ୍କର ପରିବାର ନାହିଁ, ରହିବାକୁ ଘର ନାହିଁ। ମୁଁ ଭାବୁଛି ଏହି ପିଲାମାନଙ୍କ ପାଇଁ ଯଥାସମ୍ଭବ କାର୍ଯ୍ୟ କରିବା ସମସ୍ତଙ୍କ ଦାୟିତ୍ୱ।’

ଏହାପୂର୍ବରୁ ଦେଶର ଲକ୍ଷାଧିକ ପିଲାଙ୍କୁ ସାହାଯ୍ୟ କରିସାରିଛନ୍ତି ସେ। ଖାଦ୍ୟ ଯୋଗାଇବା ଠୁ ନେଇ ପଢାପଢି ଦାୟିତ୍ବ ମଧ୍ୟ ବୁଝିଆସୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.