ETV Bharat / sitara

ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ ପ୍ରବାସୀ ଭାରତୀୟ ମହିଳାଙ୍କ ପାଇଁ ଖୁସ  ଦେଶୀ ଗାର୍ଲ - ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ଟ୍ବିଟ ଭାଇରାଲ

ପିସିଙ୍କ ଖୁସି ନକହିଲେ ସରେ । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ସେୟାର କଲେ ଖୁସି । ସେ ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ ପ୍ରବାସୀ ଭାରତୀୟ କମଲା ଚନୟ ହୋଇଥିବାରୁ ଖୁବ୍ ଖୁସି ନଜର ଆସୁଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 12, 2020, 4:59 PM IST

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ ଜୋନସଙ୍କ ସହ ଆମେରିକାରେ ରହୁଛନ୍ତି । ହେଲେ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ସବୁବେଳେ କନେକ୍ଟ ରୁହନ୍ତି । ଏବେ ସେ ନିଜର ଏକ ଖାସ୍ ପୋଷ୍ଟ ପାଇଁ ଚର୍ଚ୍ଚାରେ । ସେ ଆମେରିକା ନିର୍ବାଚନରେ ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ କମଲା ହାରିସ୍‌ଙ୍କୁ ଚୟନ କରାଯାଇଥିବାରୁ ଖୁସି ଜାହିର କରିଛନ୍ତି । କମାଲ ହାରିସ୍‌ ପ୍ରବାସୀ ଭାରତୀୟ।

କଥାଟି ହେଲା ଯେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ପ୍ରବାସୀ ଭାରତୀୟ କମଲା ହାରିସଙ୍କୁ ମନୋନୀତ କରିଛନ୍ତି। ଏମିତି ପ୍ରଥମଥର ହୋଇଛି ଯେବେ କୌଣସି କଳା ରଙ୍ଗ ମହିଳାଙ୍କୁ ଦେଶର ବଡ ପାର୍ଟି ତରଫରୁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଚନୟ କରାଯାଇଛି । ଯାହାକୁ ନେଇ ପ୍ରିୟଙ୍କା ସୋସିଆଲ ମିଡିଆରେ ନିଜ ମନ କଥା କହିଛନ୍ତି ।

ସେ ଇନଷ୍ଟାଗ୍ରାମରେ କମଲା ହାରିସ୍‌ଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ଏହା ସବୁ ମହିଳାଙ୍କ ପାଇଁ ଐତିହାସିକ, ପରିବର୍ତ୍ତନଶୀଳ ଏବଂ ଗର୍ବିତ ମୁହୂର୍ତ୍ତ । ସବୁ ରଙ୍ଗର ମହିଳା ସବୁ କଳା ରଙ୍ଗର ମହିଳା ଏବଂ ସମସ୍ତ ଦକ୍ଷିଣ ଏସିଆ ମହିଳାଙ୍କ ପାଇଁ । କମାଲ ହାରିସ୍‌ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ସେ ପ୍ରଥମ କଳା ରଙ୍ଗର ମହିଳା ଯିଏ ପ୍ରବାସୀ ଭାରତୀୟ ମହିଳା ରୂପେ ଆମେରିକାର ପାର୍ଟିର ମୁକାବୁଲା କରିବେ । ଦେଖନ୍ତୁ ଆମେ କେତେ ଦୂରକୁ ଆସିଗଲେଣି ।’

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.