ମୁମ୍ବାଇ: ରବିବାର ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କୁ ପୂରିଲା 50 ବର୍ଷ । ସେ 1970 ଅଗଷ୍ଟ 16 ତାରିଖରେ ଜନ୍ମ ହୋଇଥିଲେ । ସେ ନିଜ ଜନ୍ମଦିନ ପରିବାର ସହ ଘରେ ଧୁମଧାମ ପାଳନ କରିଛନ୍ତି। ଏହି ଅବସରରେ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନ ତାଙ୍କୁ ସୋସିଆଲ ମିଡିଆରେ ଖାସ୍ ସରପ୍ରାଇଜ ଦେଇ ଚର୍ଚ୍ଚାରେ । ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସୈଫଙ୍କ ପିଲାବେଳରୁ ନେଇ ଏଯାବତର ଖାସ୍ ସ୍ମୃତି ଦେଖିବାକୁ ମିଳୁଛି ।
ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ସୈଫଙ୍କ ପୁରା ଯାତ୍ରାକୁ କଏଦ କରିଛନ୍ତି ସେ । ସେହିପରି ଭିଡିଓରେ ସୈଫଙ୍କ ଜନ୍ମ ସମୟଠୁ ନେଇ ଯୁବ ଅବସ୍ଥା ଦେଖିବାକୁ ମିଳୁଛି । ଏହାସହ ଭିଡିଓରେ ତାଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଓ ସାରା ଅଲ୍ଲୀଙ୍କ ସହ ତୈମୁରଙ୍କ ଖାସ୍ ମୂହୁର୍ତ୍ତକୁ ସାମିଲ କରିଛନ୍ତି କରୀନା ।
ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଜନ୍ମଦିନର ଶୁଭକାମନା । ମୁଁ ସୈଫଙ୍କ 50ତମ ଜନ୍ମଦିନରେ ତାଙ୍କ 50 ବର୍ଷକୁ କ୍ୟାପଚର କରିବାକୁ ଏକ ଭିଡିଓ ତିଆରି କରିଛି । ଯାହାକୁ ମୁଁ କାଲି ରାତିରେ ତାଙ୍କ ସହ ସେୟାର କରିଥିଲେ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି 2008ରେ ଆସିଥିବା ଫିଲ୍ମ ‘ଟଶନ’ର ସୁଟିଂ ସମୟରେ ସୈଫ ଓ କରୀନାଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏହି ଯୋଡି ‘ଏଲଓସି କାରଗିଲ’, ‘ଓମକାର’, ‘ଏଜେଣ୍ଟ ବିନୋଦ’ ଓ ‘କୁର୍ବାନ’ ଭଳି ଫିଲ୍ମରେ ଏକାଠି କାମ କରିଥିଲେ । ବର୍ତ୍ତମାନ ବଲିଉଡର ହଟ କପଲଙ୍କ ମଧ୍ୟରେ ଏହି ଯୋଡିଙ୍କ ନାମ ଅନ୍ୟତମ।
ଇଟିଭି ଭାରତ ବ୍ୟୁରୋ,ରିପୋର୍ଟ