ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ବଲିଉଡରେ ଉପରେ ପରିବାରବାଦ, ମାଫିଆଗିରି ଉପରେ କିଛି ଦିନ ହେବ ଅଭିଯୋଗ ଲଗାଇ ଆସୁଛନ୍ତି । ସେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅନେକ ସେଲିବ୍ରିଟିଙ୍କ ଉପରେ ବଲିଉଡରେ ପରିବାରବାଦ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି । ଏହି ମାଫିଆଗିରି ପାଇଁ ଆଉଟସାଉଡରଙ୍କ ସ୍ବପ୍ନ ବଲିଉଡରେ ଭାଙ୍ଗିଯାଉଛି ବୋଲି ବୟାନ ଦେଇ ବର୍ତ୍ତମାନ ସେ ଚର୍ଚ୍ଚାରେ ।
ସେହିପରି ସେ ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ତାପସୀ ପନ୍ନୁ ଓ ସ୍ବରା ଭାସ୍କରଙ୍କୁ ବି ଗ୍ରେଡ ଅଭିନେତ୍ରୀ କହିଥିଲେ । ଆଉ ଏବେ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ‘ପରିଶେଷରେ ଜଣଙ୍କର ଜୀବନ ଚାଲିଯାଇଛି। ଏହି ପରିବାରବାଦ ଆଗାମୀ ଆଉଟସାଇଡରଙ୍କ ସଂଘର୍ଷ ଏବଂ ମହତ୍ବକାଂକ୍ଷାକୁ ନଷ୍ଟ କରିଦେଇଛି । ଏମିତିରେ ବହୁତ କ୍ଷତି ହୋଇଛି । ପରିବାରବାଦକୁ କିପରି ଶେଷ କରାଯିବ । ଯାହା ଉପରେ ଆମକୁ ବର୍ତ୍ତମାନ ଆଲୋଚନା କରିବାର ଆବଶ୍ୟକ ଅଛି। ଏହି ଆଲୋଚନା ଦ୍ବାରା ଆମେ ଆଉଟସାଇଡରଙ୍କୁ ସାହାସୀ କରିପାରିବା । ପରିଶେଷରେ ଯେତେବେଳେ ଜଣେ ମଣିଷ, ଦକ୍ଷ ଅସାଧାରଣ ପ୍ରତିଭାଙ୍କ ମୃତ୍ୟୁକୁ ଚାପି ଦିଆଯାଏ । ଆଉ ନିଜ ନିଜ ଇଗୋ ପାଇଁ ଜଣଙ୍କୁ ମାରିଦିଆଯାଇଛି ତେବେ ସର୍ବଦା ଏହି ଖୁସି ସେହି ଦୋଷୀମାନଙ୍କର ରହିବ ନାହିଁ । ଏହା ଏକ ବିଶ୍ବ ନୁହେଁ, ଯାହା ପାଇଁ ସେମାନେ ପୁରସ୍କୃତ ହୋଇଛନ୍ତି।’
ସାମୂହିକ ସଚେତନା ଜାଗ୍ରତ ହୋଇଛି ଏବଂ ଲୋକେ ଷ୍ଟାର ସିଷ୍ଟମ ଉପରେ ପ୍ରଶ୍ନ କରୁଛନ୍ତି । ଯେଉଁଥିରେ ଶିକାର ହେଉଛନ୍ତି ଆଉଟସାଇଡର ବୋଲି କହିଛନ୍ତି କଙ୍ଗନା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ