ମୁମ୍ବାଇ: ନିକଟରେ ହିମାଚଳରୁ ମୁମ୍ବାଇ ଫେରିଥିଲେ କୁଇନ କଙ୍ଗନା ରଣାୱତ । ଆଉ ସବୁଠୁ ମଜାଦାର କଥା ହେଲା ମୁମ୍ବାଇ ଫେରି ଘର ସଫା କରିବାରେ ବ୍ୟସ୍ତ ହୋଇଯାଇଛନ୍ତି ସେ । ଏକଥା ଆମେ କହୁନାହୁଁ ଏହାର ଖୁଲାସା ସେ ନିଜେ କରିଛନ୍ତି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଘର ସଫା କରିବା ବିଷୟରେ ସେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।
-
Ever since I have come home, been only cleaning cleaning and cleaning. They say what you own, owns you as well, after incessant cleaning of days I feel like a slave of my own possessions. Hopefully I will be done today and enter 2021 like a Queen 👑 pic.twitter.com/EYyq1DeUKI
— Kangana Ranaut (@KanganaTeam) December 31, 2020 " class="align-text-top noRightClick twitterSection" data="
">Ever since I have come home, been only cleaning cleaning and cleaning. They say what you own, owns you as well, after incessant cleaning of days I feel like a slave of my own possessions. Hopefully I will be done today and enter 2021 like a Queen 👑 pic.twitter.com/EYyq1DeUKI
— Kangana Ranaut (@KanganaTeam) December 31, 2020Ever since I have come home, been only cleaning cleaning and cleaning. They say what you own, owns you as well, after incessant cleaning of days I feel like a slave of my own possessions. Hopefully I will be done today and enter 2021 like a Queen 👑 pic.twitter.com/EYyq1DeUKI
— Kangana Ranaut (@KanganaTeam) December 31, 2020
ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି କଙ୍ଗନା ନିଜର ସବୁ ହିଲ୍ସ ସଫା କରୁଥିବାର । ଆଉ ତାଙ୍କ ପାଖରେ ଅନେକ ହିଲ୍ସ ଥିବାର ମଧ୍ୟ ନଜର ଆସୁଛି । ସେହିପରି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ଯେତେବେଳେ ବି ଘରକୁ ଫେରେ କେବଳ ସଫା ସଫା ଓ ସଫା କରେ । ସେମାନେ କୁହନ୍ତି ତୁମର ଯାହା ଅଛି, ତୁମ ପାଖରେ ଯାହା ଅଛି, ଦିନ ସାରା ନିରନ୍ତର ସଫା କରିବା ପରେ ମୁଁ ମୋର ନିଜ ସମ୍ପତ୍ତିର ଦାସ ପରି ଅନୁଭବ କରେ । ଆଶା କରୁଛି ମୁଁ ଆଜି ସବୁ ସଫା କରିଦେବି ଏବଂ ରାଣୀ ପରି 2021ରେ ପ୍ରବେଶ କରିବି ।’
ପ୍ରକାଶ ଥାଉକି କଙ୍ଗନା ମୁମ୍ବାଇ ଫେରି ପ୍ରଥମେ ସିଦ୍ଧିବିନାୟକ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ଏହାପରେ ସେ ଟ୍ବିଟ କରି ମୁମ୍ବାଇକୁ ନିଜର ପ୍ରିୟ ସହର ମଧ୍ୟ କହିଥିଲେ । ଯଦି ତାଙ୍କ ଫିଲ୍ମ କଥା ହେବା ତାହାଲେ ସେ ଖୁବଶୀଘ୍ର ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାକୁ ଫେରିବେ । ଏହି କ୍ରମରେ ସାମିଲ ଅଛି ‘ଥଲାଇଭି’, ‘ଧାକଡ’ ଓ ‘ତେଜସ’ । ନିକଟରେ ‘ଥଲାଇଭି’ର ସୁଟିଂ ଶେଷ କରିଛନ୍ତି ଅଭିନେତ୍ରୀ ।