ETV Bharat / sitara

ବଢୁଛି କଙ୍ଗନାଙ୍କ ଲୋକପ୍ରିୟତା, ଟ୍ବିଟରରେ କୁଇନଙ୍କୁ ଫଲୋ କରୁଛନ୍ତି 3 ମିଲିୟନ

ଏଥର ଟ୍ବିଟରର ଫଲୋଅର୍ସଙ୍କ ପାଇଁ ଚର୍ଚ୍ଚାରେ କଙ୍ଗନା । 3 ମିଲିୟନ ଛୁଇଁଲା ତାଙ୍କ ଫଲୋଅର୍ସ ସଂଖ୍ୟା । ଟ୍ବିଟ କରି ଜଣାଇଲେ ମନ କଥା । ଅଧିକ ପଢନ୍ତୁ...

author img

By

Published : Jan 7, 2021, 7:59 AM IST

ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ

ମୁମ୍ବାଇ: କଙ୍ଗନା ରଣାୱତ ସବୁବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଗତ ବର୍ଷରୁ ସେ ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଝଙ୍କ ସହ ଟ୍ବିଟର ୱାର କରିଆସୁଛନ୍ତି । ଏଯାବତ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ଜାରି ଅଛି ବାକ୍ ଯୁଦ୍ଧ । ହେଲେ ସେ ଯାହା ବି ହେଉ କଙ୍ଗନାଙ୍କୁ କିନ୍ତୁ ପସନ୍ଦ କରିବାରେ ଲାଗିଛନ୍ତି ଫ୍ୟାନ୍ସ । ବଢିଚାଲିଛି ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା । ଆଜ୍ଞା ହଁ, ତାଙ୍କ ଟ୍ବିଟର ଫଲୋଅର୍ସ ସଂଖ୍ୟା ଏବେ 3 ମିଲିୟନରେ ପହଞ୍ଚିଛି । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ ।

  • Thank you everyone, I joined in last August this was my team handle with few thousand followers I never thought so soon we will be 3 million of us, twitter is distracting at times but it’s also fun, thank you ❤️ https://t.co/QS7QTyM6F2

    — Kangana Ranaut (@KanganaTeam) January 6, 2021 " class="align-text-top noRightClick twitterSection" data=" ">

ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି, ‘ସମସ୍ତଙ୍କୁ ଧନ୍ୟବାଦ । ମୁଁ ଟ୍ବିଟରରେ ଗତ ଅଗଷ୍ଟରେ ସାମିଲ ହୋଇଥିଲି । ଯେତେବେଳେ ମୋ ଟିମ କିଛି ହଜାର ଫଲୋଅର୍ସଙ୍କ ସହ ଟ୍ବିଟର ହ୍ୟାଣ୍ଡେଲ କରୁଥିଲେ । ମୁଁ କେବେ ମଧ୍ୟ ଭାବିନଥିଲି ଯେ ମୁଁ ଆସିବା ପରେ 3 ମିଲିୟନ ଫଲୋଅର୍ସ ଛୁଇଁବ । କେବେ କେବେ ଟ୍ବିଟର ଭ୍ରମିତ କରିଦିଏ ହେଲେ ମଜା ମଧ୍ୟ ଦିଏ । ଧନ୍ୟବାଦ ।’

ପ୍ରକାଶ ଥାଉକି ଲକଡାଉନରୁ ନିଜ ହୋମ ଟାଉନ ହିମାଚଳରେ ସମୟ ବିତାଇବା ପରେ ନିକଟରେ ହାଇଦ୍ରାବାଦରେ ନିଜ ଫିଲ୍ମ ଥଲାଇଭି ସୁଟିଂ ଶେଷ କରିଥିଲେ । ଆଉ କିଛି ଦିନ ପୂର୍ବରୁ ମୁମ୍ବାଇ ଫେରି ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ସେ ନୂଆ ବର୍ଷ ପୂର୍ବରୁ ମୁମ୍ବାଇ ଘରକୁ ସଫା କରୁଥିବାର ନଜର ଆସିଥିଲେ । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରି ସେ ଏହା ବିଷୟରେ ଜଣାଇଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.