ETV Bharat / sitara

ଦ୍ବିତୀୟ ବିବାହ କରିବେ ଦିଆ ମିର୍ଜା ! - ଦ୍ବିତୀୟ ବିବାହ କରିବେ ଦିଆ ମିର୍ଜା !

ଦିଆ ମିର୍ଜାଙ୍କ ପ୍ରଶଂସକଙ୍କ ପାଇଁ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏବେ ଖବର ଆସିଛି ଯେ, ଦିଆ ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ଅଧିକ ପଢନ୍ତୁ...

actress-dia-mirza-to-tie-the-knot-with-mumbai-businessman-vaibhav-rekhi-on-15-february
ଦ୍ବିତୀୟ ବିବାହ କରିବେ ଦିଆ ମିର୍ଜା !
author img

By

Published : Feb 13, 2021, 4:47 PM IST

ନୂଆଦିଲ୍ଲୀ: ଆଜିକାଲି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସମ୍ପର୍କ ଭାଙ୍ଗିବା ଏବଂ ନୂଆ ସମ୍ପର୍କ ଗଢିଉଠିବା ଖବର ବହୁ ଶୁଣିବାକୁ ମିଳୁଛି । ଏହି ସମୟରେ ଅଭିନେତ୍ରୀ ଦିଆ ମିର୍ଜାଙ୍କ ପ୍ରଶଂସକଙ୍କ ପାଇଁ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । କିଛି ଦିନ ପୂର୍ବରୁ ହେବ ଦିଆ ତାଙ୍କ ଛାଡପତ୍ର ଖବରକୁ ନେଇ ବହୁ ଚର୍ଚ୍ଚାରେ ଥିଲେ ।

ଏବେ ଖବର ଆସିଛି ଯେ, ଦିଆ ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ।

ଦିଆ ଫେବୃଆରୀ 15ରେ ବିଜନେସମ୍ୟାନ ବୈଭବ ରେଖୀଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ଖବର ଅନୁଯାୟୀ, ବୈଭବ ଦିଆଙ୍କର ବିଶେଷ ବନ୍ଧୁ ଅଟନ୍ତି । ଏଥି ସହିତ, ବିବାହକୁ ସମ୍ପୂର୍ଣ୍ଣ ପ୍ରାଇଭେଟ ରଖାଯିବ । ଉଭୟ ପରିବାର ବିବାହକୁ ନେଇ ବହୁତ ଖୁସି ଅଛନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ।

ଉଭୟ ଦିଆ ଏବଂ ବୈଭବ ଲକଡାଉନ ସମୟରେ ପରସ୍ପରର ବହୁ ନିକଟତର ହୋଇଥିଲେ। ଦୁହେଁ ଏକାଠି ଲକଡାଉନରେ ଭଲ ସମୟ ଅତିବାହିତ କରିଥିଲେ ।

ବୈଭବ ମୁମ୍ବାଇର ଜଣେ ବିଜନେସମ୍ୟାନ । ଏଥି ସହିତ ଫିଲ୍ମ ଷ୍ଟାରମାନଙ୍କ ସହ ତାଙ୍କର ମଧ୍ୟ ଭଲ ସମ୍ପର୍କ ରହିଛି।

ପ୍ରକାଶ ଥାଉ ଯେ, ବୈଭବଙ୍କ ପୂର୍ବରୁ ଦିୟା ସାହିଲ ସଙ୍ଘାଙ୍କ ସହ ବିବାହ କରିଥିଲେ। କିନ୍ତୁ 11 ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। 2019ରେ ସୋସିଆଲ ମିଡିଆରେ ଦିଆ ସାହିଲଙ୍କ ଠାରୁ ଅଲଗା ହେବା ଘୋଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.