ETV Bharat / sitara

ଟ୍ରୋଲର୍ସଙ୍କୁ ଦିୟାଙ୍କ କଡା ଜବାବ, ଗର୍ଭବତୀ ଉପରେ ଉଠିଥିଲା ପ୍ରଶ୍ନ

କିଛି ଦିନରୁ ଟ୍ରୋଲର ଶିକାର ହୋଇଆସୁଥିବା ଦିୟା ଟ୍ରୋଲର୍ସଙ୍କୁ ଦେଇଛନ୍ତି କଡା ଜବାବ। ସେ ଗର୍ଭବତୀ ହେବା ପରେ ପ୍ରଶ୍ନ ଉଠାଇଥିଲେ କିଛି ଟ୍ରୋଲର୍ସ । ଅଧିକ ପଢନ୍ତୁ...

author img

By

Published : Apr 6, 2021, 11:07 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଗତ ଫେବୃଆରୀ 15ରେ ବୈଭବ ରେଖୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଜା । ବର୍ତ୍ତମାନ ବିବାହର ଦେଢ ମାସ ପରେ ସେ ଗର୍ଭବତୀ ଅଛନ୍ତି । ନିକଟରେ ଏହି ଖୁସି ଖବର ସେ ସୋସିଆଲ ମିଡିଆରେ ଦେଇଥିଲେ । ତାଙ୍କ ବନ୍ଧୁ ଓ ଫ୍ୟାନ୍ସ ଏହି ଖବର ଶୁଣି ଖୁସି ଥିବା ବେଳେ ଟ୍ରୋଲର୍ସ କିନ୍ତୁ ରାଗିଯାଇଛନ୍ତି । ଆଉ ତାଙ୍କ ଏହି ଘୋଷଣା ପରଠୁ ତାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି । ଟ୍ରୋଲର୍ସଙ୍କ ଅନୁଯାୟୀ ଦିୟା ବିବାହ ପୂର୍ବରୁ ଏହି ସୂଚନା କାହିଁକି ଦେଲେନାହିଁ । ଯାହା ଠିକ୍ କଥା ନୁହେଁ । ଇତିମଧ୍ୟରେ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି ଅଭିନେତ୍ରୀ ।

କଥାଟି ହେଲା ପୂଜା ନାମକ ଜଣେ ୟୁଜର ତାଙ୍କୁ ଏହାର ଶୁଭେଚ୍ଛା ଜଣାଇ ଏକ ପୋଷ୍ଟରେ ଲେଖିଥିଲେ, ‘ଭଲ କଥା । ଶୁଭେଚ୍ଛା କିନ୍ତୁ ଗୋଟିଏ ସମସ୍ୟା ହେଲା ଯେ ତୁମ ବିବାହରେ ମହିଳା ପଣ୍ଡିତକୁ ସାମିଲ କରି ସମସ୍ତଙ୍କ ପୁରୁଷ ପ୍ରାଧାନ୍ୟ ଷ୍ଟେରିଓଟାଇପ୍‌କୁ ଭାଙ୍ଗିବାକୁ ଚେଷ୍ଟା କଲ । ହେଲେ ନିଜ ଗର୍ଭବତୀ କଥା ବିବାହ ପୂର୍ବରୁ କାହିଁକି ଜଣାଇଲ ନାହଁ । କାରଣ ସମସ୍ତଙ୍କୁ ଜଣା ଅଛି ଯେ ବିବାହ ପୂର୍ବରୁ ଜଣେ ମହିଳା ଗର୍ଭବତୀ ହୋଇପାରିବ ନାହିଁ । ଏହି ଷ୍ଟେରିଓଟାଇପ୍‌କୁ କାହିଁକି ସମସ୍ତଙ୍କୁ ମନରୁ ଦୂର କଲନି ।’

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେପଟେ ଏହାର ଜବାବରେ ଦିୟା ଲେଖିଛନ୍ତି, ପ୍ରିୟ ପୂଜା, ‘ପ୍ରଥମତଃ ଆମେ ବିବାହ କରିନୁ ଏକାଠି ଏକ ସନ୍ତାନ ପାଳିବା ପାଇଁ । ଯେହେତୁ ଆମେ ଏକାଠି ଜୀବନ ବିତାଇବାକୁ ଚାହୁଁଥିଲୁ । ଆମେ ଆମର ବିବାହ ଯୋଜନା କରୁଥିବାବେଳେ ଗର୍ଭବତୀ ଖବର ଜାଣିବାକୁ ପାଇଥିଲୁ । ତେଣୁ ଏହି ବିବାହ ଗର୍ଭଧାରଣର ଫଳାଫଳ ନୁହେଁ । ଆମେ ଡାକ୍ତରଙ୍କ ଦ୍ବାରା କନଫର୍ମ ନହେବା ପର୍ଯ୍ୟନ୍ତ ଗର୍ଭବତୀ ଘୋଷଣା କରିନଥିଲୁ । ମୋ ଜୀବନର ସବୁଠାରୁ ବଡ ଖୁସି ଖବର, ମୁଁ ମା' ହେବା ପାଇଁ ଅନେକ ବର୍ଷରୁ ଅପେକ୍ଷା କରିଛି । ଡାକ୍ତରୀ ପରୀକ୍ଷା ବ୍ୟତୀତ ଅନ୍ୟ କୌଣସି କାରଣରୁ ମୁଁ ଏହାକୁ ଲୁଚାଇନଥିଲି । ସେହିପରି ବିବାହ ପୂର୍ବରୁ ଏହାର ଘୋଷଣା କରିବା ନକରିବା ଆମ ଉପରେ ନିର୍ଭର କରୁଛି । ଏଥିପାଇଁ ଏହି ବିଷୟ ଉପରେ ଆପଣଙ୍କ କହିବାର କୌଣସି ଅଧିକାର ନାହିଁ ।’

ପ୍ରକାଶ ଥାଉକି ଦିୟା ଖୁବଶୀଘ୍ର ତେଲୁଗୁ ଆକ୍ସନ ଡ୍ରାମା ଫିଲ୍ମ ‘ୱାଇଲ୍ଡ ଡଗ୍‌’ରେ ନଜର ଆସିବେ । ଆଉ ତାଙ୍କ ସହ ସାଉଥ ସୁପରଷ୍ଟାର ନାଗାର୍ଜୁନ ଓ ସାୟାମି ଖେରଙ୍କୁ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.