ETV Bharat / sitara

ଅକ୍ଷୟଙ୍କ ସହ ପୁଣି କାମ କରି ଭୂମି ଖୁସ, କହିଲେ ମନ କଥା

author img

By

Published : Nov 26, 2020, 11:06 AM IST

ଅକ୍ଷୟଙ୍କ ପ୍ରଯୋଜିତ ଫିଲ୍ମ ‘ଦୁର୍ଗାମତୀ’ରେ ନଜର ଆସିବେ ଭୂମି । ପାଖାପାଖି 3 ବର୍ଷ ପରେ ଏକାଠି କାମ କରୁଛନ୍ତି ଏହି ଯୋଡି । ଏଥିପାଇଁ ଅକ୍ଷୟଙ୍କ ପ୍ରଶଂସା କରିଛନ୍ତି ଭୂମି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡନେକରଙ୍କ ଚର୍ଚ୍ଚିତ ଫିଲ୍ମ ‘ଦୁର୍ଗାମତୀ’ର ଜବରଦସ୍ତ ଟ୍ରେଲର ବୁଧବାର ରିଲିଜ ହୋଇଥିଲା । ପ୍ରଥମଥର ଭିନ୍ନ ଅବତାରରେ ଅଭିନୟ କରିଛନ୍ତି ସେ । ଏହି ହରର, ଆକ୍ସନ ଡ୍ରାମା ଫିଲ୍ମରେ ତାଙ୍କର ଦେବୀ ରୂପଠୁ ନେଇ ଚଣ୍ଡି ରୂପ ଦେଖିବେ ଦର୍ଶକ । ଯାହାର ଝଲକ ଟ୍ରେଲରରେ ଦେଖିବାକୁ ମିଳିଛି । ମୁଖ୍ୟ କଥା ହେଲା ଯେ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ସୁପରଷ୍ଟାର ଅକ୍ଷୟ କୁମାର । ଇତିମଧ୍ୟରେ ତାଙ୍କ ସହ କାମ କରିବା ଅନୁଭୂତି ସେୟାର କରିଛନ୍ତି ଭୂମି ।

ଆଉ କହିଛନ୍ତି, ‘ମୁଁ ବହୁତ ଉତ୍ସାହିତ ଅଛି ଦୁର୍ଗାମତୀ ଫିଲ୍ମକୁ ନେଇ । ଏବଂ ଏହି ଥ୍ରୀଲରରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଏକ ଗୌରବର ବିଷୟ । ମୁଁ ନିଜେ ଥ୍ରୀଲର ଫିଲ୍ମର ଜଣେ ଉତ୍ସାହୀ ପ୍ରଶଂସକ ହୋଇଥିବାରୁ ମୁଁ ଏପରି ଏକ କାହାଣୀର ଅଂଶ ହୋଇ ଆନନ୍ଦିତ । ତିନି ବର୍ଷ ପରେ ଅକ୍ଷୟ ସାର୍‌ଙ୍କ ସହ କାମ କରିବାକୁ ପୁଣିଥରେ ସୁଯୋଗ ପାଇଥିବାରୁ ଗର୍ବିତ ଅନୁଭବ କରୁଛି । ସମଗ୍ର ବିଶ୍ବର ଦର୍ଶକଙ୍କୁ ଏହି ଅଦ୍ଭୁତ ଫିଲ୍ମ ଦେଖାଇବାକୁ ନେଇ ଏକ୍ସାଇଟେଡ ।’

ପ୍ରକାଶ ଥାଉକି 2017ରେ ଆସିଥିବା ‘ଟୟଲେଟ: ଏକ ପ୍ରେମ କଥା’ରେ ଏକାଠି କାମ କରିଥିଲେ ଭୂମି ଓ ଅକ୍ଷୟ । ଫିଲ୍ମ ହିଟ୍ ହେବା ସହ ଦର୍ଶକଙ୍କୁ ଦୁଇଜଣଙ୍କ କେମେଷ୍ଟ୍ରି ଖୁବ୍ ପସନ୍ଦ ଆସିଥିଲା । ସେହିପରି 2018ରେ ଆସିଥିବା ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ‘ଭାଗମତୀ’ର ହିନ୍ଦୀ ରିମେକ ‘ଦୁର୍ଗାମତୀ’ । ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଆସନ୍ତା ମାସ 11 ତାରିଖରେ ରିଲିଜ ହେବ ଫିଲ୍ମ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.