ETV Bharat / sitara

ଆତ୍ମହତ୍ୟା କି ଷଡଯନ୍ତ୍ର, କାରଣ ଖୋଜିବେ ସୁଶାନ୍ତଙ୍କ ସମ୍ପର୍କୀୟ

author img

By

Published : Jun 15, 2020, 12:11 PM IST

ସାମ୍ନାକୁ ଆସିଲା ସୁଶାନ୍ତଙ୍କର ଜଣେ ବଡଭାଇଙ୍କ ବଡ ବୟାନ । ମୁମ୍ବାଇ ପହଞ୍ଚି ସେ ତାଙ୍କ ଆତ୍ମହତ୍ୟାର ତଦନ୍ତ କରିବେ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପାଟନା: ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଯାଇଛନ୍ତି ହ୍ୟାଣ୍ଡସମ ଆକ୍ଟର ସୁଶାନ୍ତ ସିଂ ରାଜପୁତ । ତାଙ୍କ ମତ୍ୟୁରେ ସ୍ତବ୍ଧ ସାରା ଦେଶ । ସେଲିବ୍ରିଟିଙ୍କଠୁ ନେଇ ଫ୍ୟାନ୍ସ ସହଜରେ ତାଙ୍କ ମୃତ୍ୟୁକୁ ବିଶ୍ବାସ କରିପାରୁନାହାନ୍ତି । ତାଙ୍କ ଆତ୍ମହତ୍ୟାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାହିଁକି ହଠାତ୍ ଦୁନିଆ ଛାଡି ଚାଲିଗଲେ ସେ । ସେପଟେ ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଯାଇଛି । ଯେଉଁଥିରେ ସ୍ପଷ୍ଟ ହେଇଛି ସେ ଆତ୍ମହତ୍ୟା କରିଛନ୍ତି ବୋଲି ।

ଆଜି(ସୋମବାର) ମୁମ୍ବାଇରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ଯାହା ପାଇଁ ତାଙ୍କ ପରିବାର ମୁମ୍ବାଇରେ ପହଞ୍ଚିସାରିଛନ୍ତି । ଏହାର ସୂଚନା ତାଙ୍କ ଦାଦା ପୁଇ ଭାଇ ତଥା ବିଧାୟକ ନୀରଜ ବବଲୁ ଦେଇଛନ୍ତି । ସେ ସକାଳେ ମିଡିଆ ସହ କଥା ହୋଇ ଜଣାଇଥିଲେ ଯେ 11 ଘଟିକା ସମୟରେ ସୁଶାନ୍ତଙ୍କ ପିତାଙ୍କ ସମତେ ପୁରା ପରିବାର ପାଟନାରୁ ମୁମ୍ବାଇ ଅଭିମୁଖେ ଫ୍ଲାଇଟରେ ବସିଛନ୍ତି ।

ତାଙ୍କ ପାର୍ଥିବ ଶରୀରକୁ ସେମାନେ ବିହାର ନେବାକୁ ଚାହୁଁଥିଲେ । ହେଲେ କୋରୋନା ସଂକ୍ରମଣ ପାଇଁ ଏହାର ଅନୁମତି ପରିବାରକୁ ମିଳିପାରିଲାନାହିଁ । ଯାହାପାଇଁ ମୁମ୍ବାଇରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସେହିପରି ତାଙ୍କର ଜଣେ ଭଉଣୀ ଆମେରିକାରେ ରହୁଛନ୍ତି ସେ ଭାଇଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି ନୀରଜ ।

ଏହାବ୍ୟତୀତ ନୀରଜ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ବାସ ହେଉନାହିଁ ଯିଏ ଅନ୍ୟଙ୍କ ସାହସ ବଢାଉଥିଲେ ସେ ଏପରି ପଦକ୍ଷେପ ନେଇଛନ୍ତି । ଫିଲ୍ମ ମିଳିବା ନମିଳିବା କୌଣସି ବଡ କଥା ନୁହେଁ । ତାଙ୍କ ଆତ୍ମହତ୍ୟା ପଛରେ ଷଡଯନ୍ତ୍ର ଅଛି କି ନାହିଁ, ମୁମ୍ବାଇରେ ପହଞ୍ଚି ସେ ନିଶ୍ଚିତ ଜାଣିବେ । ସୁଶାନ୍ତଙ୍କ ଜଣେ ସମ୍ପର୍କୀୟ ପୋଲିସ ଅଧିକାରୀ ମଧ୍ୟ କିଛି ଘଣ୍ଟା ପୂର୍ବରୁ ମୁମ୍ବାଇରେ ପହଞ୍ଚିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.