ETV Bharat / sitara

ପ୍ରୀତିଙ୍କୁ ଖାସ୍ ଅନ୍ଦାଜରେ ବର୍ଥଡେ ୱିଶ କଲେ କବୀର ସିଂ

ସୋସିଆଲ ମିଡିଆରେ ଭାଇରାଲ ହେଲା ଶାହିଦଙ୍କ ନୂଆ ପୋଷ୍ଟ । ଫିଲ୍ମ ଅନ୍ଦାଜରେ କିୟାରାଙ୍କୁ ମଜାଦାର ୱିଶ କଲେ ସେ ।

author img

By

Published : Jul 31, 2020, 4:17 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: ‘କବୀର ସିଂ’ ଫେମ କିୟାରା ଆଡଭାନୀ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି । ସେ 28 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଫ୍ୟାନ୍ସ ତାଙ୍କ ବର୍ଥଡେକୁ ଖାସ୍ କରିବା ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଦେଇଛନ୍ତି । ହେଲେ ତାଙ୍କ ଅନସ୍କ୍ରିନ କବୀର ସିଂ ଶାହିଦ କପୁର ମଜାଦାର ଅନ୍ଦାଜରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇ ଚର୍ଚ୍ଚାରେ ।

ଶାହିଦ ଇନଷ୍ଟାଗ୍ରାମ ଷ୍ଟୋରିରେ ‘କବୀର ସିଂ’ ଫିଲ୍ମର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ କିୟାରାଙ୍କ ସହ ନଜର ଆସୁଛନ୍ତି । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ହାପି ବର୍ଥଡେ ପ୍ରୀତି ଉର୍ଫ କିୟାରା ଆଡଭାନୀ । କବୀରଙ୍କ ୱିଶ ହେଲା ଯେ ତୁମକୁ କେହି କେବେ ଟଚ ନକରନ୍ତୁ ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ବର୍ତ୍ତମାନ ଶାହିଦଙ୍କ ଏହି ପୋଷ୍ଟ ଫ୍ୟାନ୍ସଙ୍କ ମନ କିଣିଛି । ସେ ‘କବୀର ସିଂ’ ଅନ୍ଦାଜରେ କିୟାରାଙ୍କୁ ୱିଶ କରି ତାଙ୍କୁ ପୁଣିଥରେ ନିଜର ଦିୱାନୀ କରିଛନ୍ତି । ପ୍ରକାଶ ଥାଉକି ଗତ ବର୍ଷ ଜୁନ 22ରେ ‘କବୀର ସିଂ’ ରିଲିଜ ହୋଇଥିଲା । ଫିଲ୍ମଟି 2019ର ସବୁଠୁ ଅଧିକ ଆୟ କରିବା ଫିଲ୍ମ ସାଜିବା ସହ ବ୍ଲକବଷ୍ଟର ମଧ୍ୟ ହୋଇଥିଲା । ଫିଲ୍ମରେ ଶାହିଦ, କିୟାରାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.