ମୁମ୍ବାଇ: ନିକଟରେ ବି-ଟାଉନର ମୁନ୍ନା ଭାଇ ସଞ୍ଜୟ ଦତ୍ତଙ୍କ କ୍ୟାନ୍ସର କଥା ଶୁଣି ସମସ୍ତେ ଦୁଃଖି ହୋଇଯାଇଥିଲେ । ସେ ଫୁସଫୁସ କ୍ୟାନ୍ସରରେ ଆକ୍ରାନ୍ତ ଅଛନ୍ତି । ଯାହାର ଚିକିତ୍ସା ପାଇଁ ସେ ଖୁବଶୀଘ୍ର ଆମେରିକା ଯିବେ । ସେପଟେ ସୋସିଆଲ ମିଡିଆରେ ଫ୍ୟାନ୍ସ ତାଙ୍କ ପାଇଁ ସୁସ୍ଥ କାମନା କରୁଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ସଞ୍ଜୟଙ୍କ ଖାସ୍ ବନ୍ଧୁ ପରେଶ ଗେହ୍ଲାନି ଇମୋସନାଲ ପୋଷ୍ଟ କରି ଚର୍ଚ୍ଚାରେ । ସେ ପୋଷ୍ଟରେ ସଞ୍ଜଙ୍କୁ ବାଘ କହି ସମ୍ବୋଧନ କରିଛନ୍ତି ।
ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟରେ ପରେଶ ଲେଖିଛନ୍ତି, ‘ଭାଇ ଆମେ ବହୁତ କିଛି ସହିଛେ । ଏବେ ତୁମ ପାଇଁ ଆଉ ଏକ ଲଢେଇର ଆରମ୍ଭ । ଯାହାକୁ ଜିତିବାକୁ ପଡିବ । କାରଣ ଆମେ ଜାଣିଛୁ କି ତୁମେ କେତେ ସାହାସୀ । ବାଘ ତୁମେ ବାଘ । ଲଭ ୟୁ । ଭାଇ ବିଶ୍ବାସ ହେଉନାହିଁ ଯେ ଆମ କିଛି ଦିନ ପୂର୍ବରୁ କଥା ହୋଇଥିଲେ ଯେ ଜୀବନର ଆଗାମୀ ସମୟକୁ କିପରି ବିତାଇବା । ଆମେ କେତେ ଭାଗ୍ୟଶାଳୀ ଯେ ଏନଜୟ କରିବା ପାଇଁ ଆମକୁ ସୁଯୋଗ ମିଳିଥିଲା । ଏବେ ବି ମାନୁଛି ଭଗବାନଙ୍କ ଦୟା ଆମ ଉପରେ ଅଛି । ଆଗାମୀ ଯାତ୍ରା ମଧ୍ୟ ସୁନ୍ଦର ହେବ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ନିକଟରେ ନିଶ୍ବାସପ୍ରଶ୍ବାସରେ ସମସ୍ୟା ହେବାରୁ ସଞ୍ଜୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ ତାଙ୍କ କ୍ୟାନ୍ସର କଥା ଜଣାପଡିଥିଲା । ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଦେଇଥିଲେ ।