ETV Bharat / sitara

ମୁମ୍ବାଇ ଡବାବାଲାଙ୍କୁ ସହଯୋଗର ହାତ ବଢାଇଲେ ସଞ୍ଜୟ-ସୁନୀଲ

author img

By

Published : Jul 14, 2020, 4:12 PM IST

ଚର୍ଚ୍ଚାରେ ସୁନୀଲ ସେଟ୍ଟୀ ଓ ସଞ୍ଜୟ ଦତ୍ତ । ଏଥର ସେ ସମସ୍ତଙ୍କୁ ଖାଦ୍ୟ ଯୋଗାଇଥିବା ଡବାବାଲାଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଯାଉଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦୀର୍ଘ ସମୟରୁ ମୁମ୍ବାଇର ସବୁ ଅଫିସରେ ଖାଦ୍ୟ ପହଞ୍ଚାଇଥିବା ଡବାବାଲା ବର୍ତ୍ତମାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ହେଲେ ଏମାନଙ୍କୁ ସହଯୋଗର ହାତ ବଢାଇ ଚର୍ଚ୍ଚାରେ ବି-ଟାଉନର ଫେମସ ଅଭିନେତା ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟୀ । ସେହିପରି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଅସଲମ ଶେଖ ମଧ୍ୟ ଏହି ଡବାବାଲାଙ୍କୁ ସାହାଯ୍ୟ କରିଛନ୍ତି । ଏହି ଅଭିଯାନ ସୁନୀଲ ଆରମ୍ଭ କରିଛନ୍ତି ।

ଏହି ଅଭିଯାନ ଉପରେ ବୟାନ ଦେଇ ସେ କହିଛନ୍ତି ଯେ ଅସଲମ ଓ ସଞ୍ଜୟଙ୍କ ସହ ମିଶି ଏହି ପଦକ୍ଷେପ ନେଇଛନ୍ତି। ଏହି କାର୍ଯ୍ୟ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ ।

ପ୍ରକାଶ ଥାଉକି କୋରୋନା ଭାଇରସ ପ୍ରକୋପ ରୋକିବା ପାଇଁ ଦେଶରେ ମାର୍ଚ୍ଚ ମାସରୁ ଲକଡାଉନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯାହାଦ୍ବାରା ଡବାବାଲାଙ୍କ କାର୍ଯ୍ୟ ମଧ୍ୟ ଠପ ହୋଇଥିଲା ମହାରାଷ୍ଟାର ବଡ ସହରରେ ଏହି ଡବାବାଲା ଦିନରାତି ଖାଦ୍ୟା ଯୋଗାଇଥିଲେ । ହେଲେ ସେମାନଙ୍କ ପାଖରେ ଏବେ ନିଜ ପରିବାର ପେଟ ପୋଷିବାକୁ ଆର୍ଥିକ ସମସ୍ୟା ଦେଖାଦେଇଛି । ତାଙ୍କ ଏହି ସମସ୍ୟା ଏବେ ଦୂରେ କରିବେ ସୁନୀଲ, ସଞ୍ଜୟ ଓ ଅସଲମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.