ETV Bharat / sitara

2021ରେ ସୈଫଙ୍କ ସେକେଣ୍ଡ ଇନିଂସ, ବ୍ୟାକ ଟୁ ବ୍ୟାକ ଆଣିବେ ଫିଲ୍ମ

ଏଥର ରିଲିଜ ହେବାକୁ ଯାଉଛି ସୈଫଙ୍କ ଅନେକ ଫିଲ୍ମ । 2021ରେ ଦର୍ଶକଙ୍କୁ କରିବେ ଖୁବ୍ ମନୋରଞ୍ଜନ । ଅଧିକ ପଢନ୍ତୁ...

author img

By

Published : Jan 7, 2021, 2:10 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୈଫ ଅଲ୍ଲୀ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୈଫ ଅଲ୍ଲୀ ଖାନ

ମୁମ୍ବାଇ: ଆସନ୍ତା ସପ୍ତାହରେ ରିଲିଜ ହେବାକୁ ଯାଉଛି ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଚର୍ଚ୍ଚିତ ୱେବ ସିରିଜ ‘ତାଣ୍ଡବ’ । ନିକଟରେ ରିଲିଜ ହୋଇଥିଲା ସିରିଜର ଦମଦାର ଟ୍ରେଲର । ରାଜନୀତି ଗାଦି ପାଇଁ ପରିବାରରେ ଲାଗିଥିବା ଲଢେଇ କାହାଣୀକୁ ସିରିଜରେ କରାଯାଇଛି ପର୍ଯ୍ୟବେଶିତ । ଏହା ଜରିଆରେ ଏବର୍ଷ ଅଭିନେତାଙ୍କ ସେକେଣ୍ଡ ଇନିଂସ ଆରମ୍ଭ ହେବାକୁ ଯାଉଛି । କାରଣ ପରଦାରେ ବ୍ୟାକ ଟୁ ବ୍ୟାକ କାହାଣୀ ନେଇ ସେ ଫେରିବେ ।

‘ତାଣ୍ଡବ’ ବ୍ୟତୀତ ସେ ଓମ ରାଉତଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବେ । ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ଲଢିବେ ସୈଫ । ରାଣବ ଭୂମିକାରେ ଅଭିନୟ କରିବେ ଅଭିନେତା । ସେହିପରି ହରର କମେଡି ଡ୍ରାମା ଫିଲ୍ମ ‘ଭୂତ ପୋଲିସ’ର ସୁଟିଂ ସେ ନିକଟରେ ହିମାଚଳ ପ୍ରଦେଶରେ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ଅର୍ଜୁନ କପୁର, ଜ୍ୟାକଲିନ ଫର୍ଣ୍ଣାଡେଜ ଓ ୟାମି ଗୌତମ ଅଭିନୟ କରୁଥିବାର ଦେଖାଯିବେ ।

ଦୀର୍ଘ ସମୟରୁ ଚର୍ଚ୍ଚାରେ ଅଛି ତାଙ୍କ ଆଗାମୀ ଫିଲ୍ମ ‘ବଣ୍ଟି ଔର ବବଲି 2’ । ଯେଉଁଥିରେ ରାନୀଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ସୈଫ । ପ୍ରକାଶ ଥାଉକି ‘ତାଣ୍ଡବ’ ସିରିଜ ପୂର୍ବରୁ ସୈଫଙ୍କ ଦମଦାର ଅଭିନୟ ‘ସାକ୍ରେଡ ଗେମ’ରେ ଦେଖିବାକୁ ମିଳିସାରିଛି । ଏହି ସିରିଜର ଦୁଇଟି ପାର୍ଟକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ମୁଖ୍ୟ ଭୂମିକାରେ ନଜର ଆସିଥିଲେ ନୱାଜୁଦ୍ଦିନ ସିଦ୍ଦିକୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.