ETV Bharat / sitara

୧୮ ବର୍ଷର ବୈବାହିକ ଜୀବନରେ ବ୍ରେକ, ଅଲଗା ହେଲେ ଧନୁଷ ଐଶ୍ବର୍ଯ୍ୟା

author img

By

Published : Jan 18, 2022, 7:40 AM IST

୧୮ ବର୍ଷର ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ସୋମବାର ସମସ୍ତଙ୍କୁ ଚମକାଇ ଦେଲା ଭଳି ଏହି କଥା ଟ୍ବିଟରେ ଜଣାଇଛନ୍ତି ଧନୁଷ (Dhanush and wife Aishwaryaa announced their sepration) । ଅଧିକ ପଢନ୍ତୁ

ଅଲଗା ହେଲେ ଧନୁଷ ଐଶ୍ବର୍ଯ୍ୟା
ଅଲଗା ହେଲେ ଧନୁଷ ଐଶ୍ବର୍ଯ୍ୟା

ଚେନ୍ନାଇ: ବେଶୀ ଦିନ ଗଡୁନି ସମ୍ପର୍କ ଗାଡି । ବଲିଉଡରୁ ନେଇ ଟଲିଉଡ ସବୁଠି ବିବାହ ବିଚ୍ଛେଦ ଏକ ପ୍ରକାର ଟ୍ରେଣ୍ଡ ହୋଇଗଲାଣି । ବର୍ତ୍ତମାନ ପୁଣି ଜଣେ ସେଲିବ୍ରେଟିଙ୍କ ବିବାହ ବିଚ୍ଛେଦ ହୋଇଛି । ସାଉଥ ସୁପରଷ୍ଟାର ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ବର୍ଯ୍ୟାଙ୍କ ବୈବାହିକ ଜୀବନରେ ଲାଗିଛି ବ୍ରେକ । ୧୮ ବର୍ଷର ସମ୍ପର୍କରେ ପଡିଛି ପୂର୍ଣ୍ଣଚ୍ଛେଦ । ସୋମବାର ସମସ୍ତଙ୍କୁ ଚମକାଇ ଦେଲା ଭଳି ଏହି କଥା ଟ୍ବିଟରେ ଜଣାଇଛନ୍ତି ଧନୁଷ (Dhanush and wife Aishwaryaa announced their sepration) ।

ଟ୍ବିଟରେ ଧନୁଷ ଲେଖିଛନ୍ତି ୧୮ ବର୍ଷର ବନ୍ଧୁ, ଦମ୍ପତି ଏବଂ ପିତାମାତା ଭାବେ ଦାୟିତ୍ବ ତୁଲାଇଛୁ । ଏହା ଏକ ଭଳ ବୁଝାମୁଣା, ଉନ୍ନତି, ସମନ୍ବର ଯାତ୍ରା ଥିଲା । ଆଜି ଆମେ ଏପରି ସ୍ଥାନରେ ଅଛୁ ଯେଉଁଠି ଦୁହିଁଙ୍କ ରାସ୍ତା ଅଲଗା ହୋଇଛି । ଏଥିସହ ସେମାନଙ୍କର ନିଷ୍ପତ୍ତିକୁ ସମ୍ମାନ ଦେବା ପାଇଁ ଧନୁଷ ଲୋକଙ୍କୁ ଅନୁରୋଧ କରିଛନ୍ତି । ଐଶ୍ବର୍ଯ୍ୟା ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି ।

ଧନୁଷ ଆହୁରି ଲେଖିଛନ୍ତି କୌଣସି କ୍ୟାପସନ ଆବଶ୍ୟକ ନାହିଁ । କେବଳ ବୁଝାମଣା ଏବଂ ଭଲ ପାଇବା ଦରକାର । ୨୦୦୪ରେ ଧନୁଷ ୨୧ ବର୍ଷର ହୋଇଥିବାବେଳେ ୨୩ ବର୍ଷୀୟା ଐଶ୍ବର୍ଯ୍ୟାଙ୍କୁ ବିବାହ କରିଥିଲେ । ଏମାନଙ୍କର ଦୁଇ ସନ୍ତାନ ଅଛନ୍ତି । ପୂର୍ବ ବର୍ଷ ଟଲିଉଡ଼ର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୁ ବିବାହ ବିଚ୍ଛେଦ ଖବର ଫ୍ୟାନ୍ସଙ୍କୁ ଝଟକା ଦେଇଥିଲା ଆଉ ବର୍ଷ ଆରମ୍ଭରୁ ଧନୁଷ ଐଶ୍ବର୍ଯ୍ୟା ବିଚ୍ଛେଦ ପ୍ୟାନ୍ସଙ୍କୁ ଦେଇଛି ଆଉ ଏକ ଶକ୍ତ ଝଟକା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.