ମୁମ୍ବାଇ: ଫେମସ ଆକ୍ଟର ଅନୁପମ ଖେର ବଲିଉଡର ସେହି କଳାକାରଙ୍କ ମଧ୍ୟରେ ଅନ୍ୟତମ ଯିଏ ସାମାଜିକ, ରାଜନୈତିକ ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ଦେବାକୁ ଭୁଲନ୍ତି ନାହିଁ । ଏବେ ଦେଶରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପଣ୍ଡିତଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ସେ ମୁହଁ ଖୋଲିଛନ୍ତି । ନିକଟରେ ପଣ୍ଡିତ ସରପଞ୍ଚ ଅଜୟ ପଣ୍ଡିତାଙ୍କୁ ହତ୍ୟା ଘଟଣାର ସବୁ ମହଲରେ ନିନ୍ଦା କରାଯାଉଛି । ଏହି ମାମଲାରେ କଂଗ୍ରେସ ନେତା ଶିଶି ଥରୁରଙ୍କୁ ଟାର୍ଗେଟ କରିଛନ୍ତି ଅନୁପମ ।
-
O dear @ShashiTharoor!! You are such an educated person. What has happened to your thinking? In this scenario when a terrorist kills anyone from Kashmir to Kanyakumari, he kills an INDIAN. Not a political party member. What a twisted thing to say!! संगत का इतना बुरा असर!! 😳 https://t.co/xyv3RHlobR
— Anupam Kher (@AnupamPKher) June 12, 2020 " class="align-text-top noRightClick twitterSection" data="
">O dear @ShashiTharoor!! You are such an educated person. What has happened to your thinking? In this scenario when a terrorist kills anyone from Kashmir to Kanyakumari, he kills an INDIAN. Not a political party member. What a twisted thing to say!! संगत का इतना बुरा असर!! 😳 https://t.co/xyv3RHlobR
— Anupam Kher (@AnupamPKher) June 12, 2020O dear @ShashiTharoor!! You are such an educated person. What has happened to your thinking? In this scenario when a terrorist kills anyone from Kashmir to Kanyakumari, he kills an INDIAN. Not a political party member. What a twisted thing to say!! संगत का इतना बुरा असर!! 😳 https://t.co/xyv3RHlobR
— Anupam Kher (@AnupamPKher) June 12, 2020
କଥାଟି ହେଲା ଯେ ଅଜୟ କଂଗ୍ରେସ ଦଳର ଥିଲେ । ତାଙ୍କ ମୃତ୍ୟୁରେ ଶଶି ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଥିଲେ । ଏହାସହ ସେ କହିଥିଲେ ଯେ ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ରର ସ୍ବରକୁ ଦମନ କରିବାକୁ ଚେଷ୍ଟା କରାଯାଉଛି । ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ର ପାଇଁ ଛିଡା ହୋଇଥିବାରୁ କାଶ୍ମୀରରୁ କେରଳ ପର୍ଯ୍ୟନ୍ତ କଂଗ୍ରେସ କର୍ମୀଙ୍କୁ ହତ୍ୟା କରାଯାଉଛି । ବାର୍ତ୍ତା ସ୍ପଷ୍ଟ । କଂଗ୍ରେସମୁକ୍ତ ଭାରତ । ଆଇଡିଆ ଅଫ ଇଣ୍ଡିଆର ସମସ୍ତ ଶତ୍ରୁ ଏହା ଚାହୁଁଛନ୍ତି ।
ତାଙ୍କ ଏହି ଟ୍ବିଟ ଅନୁପମଙ୍କୁ ଆଦୌ ପସନ୍ଦ ଆସିନଥିଲା ସେ ଜବାବ ଦେବାକୁ ଯାଇ ଟ୍ବିଟରେ ଲେଖିଛନ୍ତି, ‘ପ୍ରିୟ ଶଶି ଥରୁର ତୁମେ ଜଣା ଶିକ୍ଷିତ ଲୋକ । ଆପଣଙ୍କ ଭାବନାକୁ କଣ ହୋଇଯାଇଛି । ଏପରି ପରିସ୍ଥିତିରେ ଯେତେବେଳେ ଜଣେ ଆତଙ୍କବାତୀ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କାହାକୁ ହତ୍ୟା କରୁଛି, ତେବେ ସେ କଣ ଭାରତୀୟ । ନା କୌଣସି ରାଜନୈତିକ ପାର୍ଟିର ସଦସ୍ୟ । ଏମିତି ସେମିତି କହିବାର କଣ ମାନେ । ସଂଗତର ଏତେ ଖରାପ ପ୍ରଭାବ ।’ ବର୍ତ୍ତମାନ ଅନୁପମଙ୍କ ଏହି ଟ୍ବିଟରେ ଅନେକ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।