ମୁମ୍ବାଇ: ବି-ଟାଉନର ଆକ୍ସନ ଅଭିନେତା ସନ୍ନି ଦେଓଲଙ୍କୁ ନେଇ ଗୁଡନ୍ୟୁଜ । ଯାହା ଶୁଣି ଖୁସି ହୋଇଯିବେ ତାଙ୍କ ଫ୍ୟାନ୍ସ । ଖୁବଶୀଘ୍ର ତାଙ୍କ ଆକ୍ସନଭରା ଅନ୍ଦାଜ ପରଦାରେ ଦେଖିବାକୁ ମିଳିବ । ‘ମୋହଲ୍ଲା’ ଓ ‘ଅସସି’ ଓ ‘ଭୈୟାଜି ସୁପରହିଟ୍’ ଫିଲ୍ମରେ ଡ୍ରାମା, କମେଡି କରି ଫେଲ ହୋଇସାରିଥିବା ସନ୍ନି ପୁଣିଥରେ ନିଜ ଢାଇ କିଲୋ ହାତ ଚଲାଇବାକୁ ପ୍ରସ୍ତୁତ । ଖାଲି ଏତିକି ନୁହେଁ ଏବେ ସେ ଫୁଲ ଟାଇମ ଅଭିନୟ କରିବେ ଏବଂ ପ୍ରଯୋଜନା ଓ ନିର୍ଦ୍ଦେଶନା କ୍ଷେତ୍ରରୁ କିଛି ଦିନ ପାଇଁ ଅବସର ନେବେ ।
ଯାହା ପାଇଁ ଏବେଠୁ ସନ୍ନି ନୂଆ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏକ, ଦୁଇ ସପ୍ତାହ ମଧ୍ୟରେ ସ୍କ୍ରିପ୍ଟ ଫାଇନାଲ କରିବା ସହ ସେ ଜଲଦି ସୁଟିଂ ଆରମ୍ଭ କରିବାର ଯୋଜନା କରିଛନ୍ତି ।
ପ୍ରକାଶ ଥାଉକି ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ପଲ୍ ପଲ୍ ଦିଲ କେ ପାସ’ ଜରିଆରେ ସନ୍ନି ନିଜ ଲାଡଲା କରନ ଦେଓଲଙ୍କୁ ଡେବ୍ୟୁ କରାଇଥିଲେ । ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ସନ୍ନି ପ୍ରଯୋଜନା ଦାୟିତ୍ବ ମଧ୍ୟ ତୁଲାଇଥିଲେ । ଏଥି ନିମନ୍ତେ ସେ ପାଖାପାଖି ଦୁଇ ବର୍ଷରୁ ଅଭିନୟ ଦୁନିଆରୁ ଦୂରେଇ ଥିଲେ ।