ETV Bharat / sitara

ସିନିଅର ବଚ୍ଚନଙ୍କୁ ଜୁନିଅରଙ୍କ ଶୁଭେଚ୍ଛା

ସୋସିଆଲ ମିଡିଆରେ ଭିଡିଓ ସେୟାର କରି ପାପା ଅମିତାଭ ବଚ୍ଚନଙ୍କୁ ଶୁଭେଚ୍ଛା ଜଣାଇଲେ ଲାଡଲା ଅଭିଷେକ । ଅମିତାଭଙ୍କୁ ମିଳିବାକୁ ଥିବା ଦାଦା ସାହେବ ଫାଲକେ ଆୱାର୍ଡକୁ ନେଇ ଗର୍ବିତ ଅଭିଷେକ ।

author img

By

Published : Sep 27, 2019, 11:08 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

ମୁମ୍ବାଇ: ଶତାଦ୍ଦୀର ମହାନାୟକ ଏବଂ ବଲିଉଡର ମେଗା ଷ୍ଟାର ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ପାଇଁ ଚନୟ କରାଯାଇଛି । ତିନି ଦିନ ପୂର୍ବରୁ ଏହି ସମ୍ମାନିତ ଆୱାର୍ଡ ପାଇଁ ତାଙ୍କ ନାମ ଘୋଷିତ ହୋଇଥିଲା । ଏହି ଉପଲବ୍ଧିକୁ ନେଇ ପୁରା ଦେଶବାସୀ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ଏଥିରୁ ବାଦ ପଡିନାହାଁନ୍ତି ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

ସେ ମଧ୍ୟ ପିତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ସୋସିଆଲ ମିଡିଆରେ ଏକ ମ୍ୟୁଜିକ ଭିଡିଓ ସେୟାର କରିଛନ୍ତି । ସେ ଇନଷ୍ଟାଗ୍ରାମରେ ବମ୍ବେ ଟକିଜ ଫିଲ୍ମର ଏକ ଭିଡିଓ ପୋଷ୍ଟ କରିଛନ୍ତି । 3 ମିନିଟ 36 ସେକେଣ୍ଡର ଏହି ଭିଡିଓରେ ବଲିଉଡର ବିଗ ବିଙ୍କ ସବୁ ଭୂମିକାର ଝଲକ ଦେଖିବାକୁ ମିଳୁଛି । ଆଉ ଏଥିରେ ନଜର ଆସିଛନ୍ତି କୁନି କୁନି ଛୁଆ ମାନେ । ଅଭିଷେକ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ଟ୍ବିଟକୁ ମଧ୍ୟ ରିଟ୍ବିଟ କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ପିତାଙ୍କ ପାଇଁ ବହୁତ ଖୁସି ଅଛି, ଗର୍ବ ଅନୁଭବ କରୁଛି ।’

ପ୍ରକାଶ ଥାଉକି ବମ୍ବେ ଟକିଜ ଏକ ପ୍ରକାର ସଟ ଫିଲ୍ମ କଲେକ୍ସନ । ଏଥିରେ ଚାରୋଟି ଭିନ୍ନ ଭିନ୍ନ ଫିଲ୍ମକୁ ପର୍ଯ୍ୟବେଶିତ କରାଯାଇଛି । ଯେଉଁଥିରେ ଅମିତାଭଙ୍କ ସଟ ଫିଲ୍ମ ‘ମୁରବ୍ବା’ ମଧ୍ୟ ସାମିଲ ଅଛି । ‘ମୁରବ୍ବା’ ଫିଲ୍ମରେ ଅଭିନେତା ବିନୀତ କୁମାର ସିଂ ବିଗ ବିଙ୍କ ଫ୍ୟାନ ଭୂମିକାରେ ଅଭିନୟ କରିଥିଲେ ।

ବମ୍ବେ ଟକିଜର ନିର୍ଦ୍ଦେଶନା କରନ ଜୋହର, ଦିବାକର ବାନାର୍ଜୀ, ଜୋୟା ଅଖତର ଓ ଅନୁରାଗ କଶ୍ୟପ କରିଛନ୍ତି । ଏହି ଫିଲ୍ମ ହିନ୍ଦୀ ସିନେମାର 100 ବର୍ଷ ପୂରଣ ଅବସରରେ ନିର୍ମାଣ କରାଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.