ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଜେପି ଦତ୍ତାଙ୍କ ଫିଲ୍ମ ରିଫ୍ୟୁଜି ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଅଭିଷେକ ଇଣ୍ତଷ୍ଟ୍ରିକୁ ଆସିବାର 20 ବର୍ଷ ବିତିଗଲାଣି । ଆଜିକାଲି ଅଭିଷେକ ଆମାଜନ ପ୍ରାଇମରେ ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ଧାରାବାହିକ ସହିତ ତାଙ୍କର ଡିଜିଟାଲ୍ ଡେବ୍ୟୁ କରିଛନ୍ତି ।
- " class="align-text-top noRightClick twitterSection" data="
">
ନିକଟରେ ଅଭିଷେକ ତାଙ୍କର ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ତାଙ୍କର ବୃତ୍ତିଗତ ଜୀବନ ବିଷୟରେ କିଛି କଥା କହିଛନ୍ତି ।
ଅଭିଷେକ ଏକ ସାକ୍ଷାତକାରରେ କହିଛନ୍ତି, ଆରାଧ୍ୟାଙ୍କ ପିତା ହେବା ପରେ ମୋ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଛି । ଏହି ସମୟରେ, ଏପରି କିଛି ଚଳଚ୍ଚିତ୍ର ଏବଂ ସିନ୍ ଅଛି, ଯାହା ମୁଁ କରିବାକୁ ପ୍ରସ୍ତୁତ ନୁହେଁ । ମୁଁ ଏପରି କିଛି କରିବାକୁ ଚାହେଁ ନାହିଁ କି, ଯେଉଁଥିରେ ମୋ ଝିଅ ଖରାପ ଅନୁଭବ କରେ ଏବଂ ମୋତେ ପ୍ରଶ୍ନ କରେ କି ପାପା, ଏଠାରେ କଣ ଚାଲିଛି ?
- " class="align-text-top noRightClick twitterSection" data="
">
ଅଭିଷେକ ଆହୁରି କହିଛନ୍ତି, ବର୍ତ୍ତମାନ ମୁଁ କୌଣସି ଫିଲ୍ମରେ ଇଣ୍ଟିମେଣ୍ଟ ସିନ୍ କରୁନାହିଁ । ସେଥିପାଇଁ ମୁଁ କୌଣସି ଫିଲ୍ମରେ ସାଇନ କରିବା ପୂର୍ବରୁ ମୁଁ ମୋର ନିର୍ଦ୍ଦେଶକମାନଙ୍କୁ ଏହା ସ୍ପଷ୍ଟ କରିଦିଏ । 'ନୋ ଇଣ୍ଟିମେଣ୍ଟ ସିନ୍ ପଲିସି' ଯୋଗୁଁ ମୁଁ ଅନେକ ଫିଲ୍ମରେ କାମ କରି ପାରିନାହିଁ । ସେଥିପାଇଁ ଅନେକ ଚଳଚ୍ଚିତ୍ର ମୋ ହାତରୁ ଚାଲିଯାଇଛି କିନ୍ତୁ ଏଥିରେ ମୁଁ ଦୁଃଖି ନାହିଁ । ଏହି ପଲିସି ମୋ ଜୀବନରେ ଝିଅ ଆରାଧ୍ୟା ଆସିବା ପରେ ମୁଁ ମୋ ଜୀବନରେ ଲାଗୁ କରିଛି । ପିତା ହେବା ପରେ ମୋର ପ୍ରଫେସନାଲ ଦୃଷ୍ଟିକୋଣ ମଧ୍ୟ ବଦଳିଛି ।
ପ୍ରକାଶ ଥାଉ କି, ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ଧାରାବାହିକର ଟିଜର ମୁକ୍ତିଲାଭ କରିଛି । ଏହି ୱେବ୍ ସିରିଜ୍ ମୟଙ୍କ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭବାନୀ ଆୟର, ଅର୍ଶଦ ସୟଦ, ମୟଙ୍କ ଶର୍ମା ଏବଂ ବିକ୍ରମ ତୁଲି ଲେଖିଛନ୍ତି । ଏହାର ଟ୍ରେଲର ଜୁଲାଇ 1 ରେ ମୁକ୍ତିଲାଭ କରିବ ।