ETV Bharat / sitara

ଶେଷ ହେଲା 'ବବ୍ ବିଶ୍ବାସ୍'ର ସୁଟିଂ, ମୁଖ୍ୟ ଭୂମିକାରେ ଅଭିଷେକ- ଚିତ୍ରାଙ୍ଗଦା

ବୁଧବାର ରାତିରେ ଚଳଚ୍ଚିତ୍ର 'ବବ୍ ବିଶ୍ବାସ୍' କୋଲକାତାରେ ଫିଲ୍ମର ସୁଟିଂ ଶେଷ କରିଛି । । ଅଭିଷେକ ବଚ୍ଚନ ଏବଂ ଚିତ୍ରାଙ୍ଗଦା ସିଂଙ୍କ ଅଭିନୀତ 'ବବ୍ ବିଶ୍ବାସ୍' କୋଲକାତାରେ 43 ଦିନ ଧରି ସୁଟିଂ କରାଯାଇଥିଲା । ଅଧିକ ପଢନ୍ତୁ...

author img

By

Published : Dec 10, 2020, 10:56 PM IST

abhishek-bachchan-starrer-bob-biswas-wraps-shoot
ଶେଷ ହେଲା 'ବବ୍ ବିଶ୍ବାସ୍'ର ସୁଟିଂ, ମୁଖ୍ୟ ଭୂମିକାରେ ଅଭିଷେକ- ଚିତ୍ରାଙ୍ଗଦା

ମୁମ୍ବାଇ: ସୁଜୋୟ ଘୋଷଙ୍କ ବାଉଣ୍ତ ସ୍କ୍ରିପ୍ଟ ପ୍ରଡକ୍ସନ୍ ଏବଂ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଦ୍ବାରା ନିର୍ମିତ ଚଳଚ୍ଚିତ୍ର 'ବବ୍ ବିଶ୍ବାସ୍' ବୁଧବାର ରାତିରେ କୋଲକାତାରେ ଫିଲ୍ମର ସୁଟିଂ ଶେଷ କରିଛି ।

ଅଭିଷେକ ବଚ୍ଚନ ଏବଂ ଚିତ୍ରାଙ୍ଗଦା ସିଂଙ୍କ ଅଭିନୀତ 'ବବ୍ ବିଶ୍ବାସ୍' କୋଲକାତାରେ 43 ଦିନ ଧରି ସୁଟିଂ କରାଯାଇଥିଲା ।

ନିର୍ଦ୍ଦେଶକ ଭାବରେ ଅନ୍ନପୂର୍ଣ୍ଣା ଘୋଷଙ୍କ ଏହା ହେଉଛି ପ୍ରଥମ ଫିଚର ଫିଲ୍ମ । ତାଙ୍କର ଶେଷ କ୍ଷୁଦ୍ର ଚଳଚ୍ଚିତ୍ର 2018 ମସିହାରେ ପ୍ରତିଷ୍ଠିତ କାନ୍ସ ଫିଲ୍ମ ମହୋତ୍ସବ ପାଇଁ ମନୋନୀତ ହୋଇଥିଲା ।

ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଆରମ୍ଭରୁ ଆରମ୍ଭ ହୋଇଥିଲା, କିନ୍ତୁ କୋରୋନାଭାଇରସ୍ ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହି ଟିମ୍ 23 ନଭେମ୍ବରରେ ଦ୍ବିତୀୟ ସିଡ୍ୟୁଲ ସହିତ କୋଲକାତାରେ ଶୁଟିଂ ଆରମ୍ଭ କରିଥିଲା ​​ଏବଂ 9 ଡିସେମ୍ବରରେ ଶେଷ ହୋଇଥିଲା । ଚଳଚ୍ଚିତ୍ରର ସୁଟିଂ ସମୟରେ ସାମାଜିକ ଦୂରତ୍ବର ସମ୍ପୂର୍ଣ୍ଣ ଭାବରେ ଯତ୍ନ ନିଆଯାଇଥିଲା ।

ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ସୋସିଆଲ ମିଡିଆରେ ଲେଖିଛନ୍ତି, "ଏକ ବିଶେଷ ସ୍ବତନ୍ତ୍ର ଚଳଚ୍ଚିତ୍ର 'ବବ୍ ବିଶ୍ବାସ୍'ର ସୁଟିଂ ସମ୍ପୂର୍ଣ୍ଣ ହୋଇଛି । ଖୁବ୍ ଶୀଘ୍ର ଦେଖା ହେବ" ।

ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରଟି ଗୌରୀ ଖାନ, ସୁଜୋୟ ଘୋଷ ଏବଂ ଗୌରବ ବର୍ମାଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହାକୁ ବାଉଣ୍ଡ ସ୍କ୍ରିପ୍ଟ ପ୍ରଡକ୍ସନ୍ ଏବଂ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ବାରା ପ୍ରସ୍ତୁତ କରାଯାଉଛି । ଆସନ୍ତା ବର୍ଷ ମଧ୍ୟଭାଗରେ ଏହି ଫିଲ୍ମ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.