ETV Bharat / sitara

ଡିଜିଟାଲ ମୁହାଁ ଅଭୟ, ଦେଖନ୍ତୁ ଟିଜର

author img

By

Published : May 16, 2020, 10:35 PM IST

ରକଷ୍ଟାର ଅବତାରରେ ଖୁବଶୀଘ୍ର ନଜର ଆସିବେ ଅକ୍ଷୟ ଦେଓଲ । ଏବେ ଡିଜିଟାଲ ଫିଲ୍ମରେ ତାଙ୍କୁ ଦେଖିବେ ଦର୍ଶକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭୟ ଦେଓଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭୟ ଦେଓଲ

ମୁମ୍ବାଇ: ଅଭିନେତା ଅଭୟ ଦେଓଲ ନିଜ ଦମଦାର ଅଭିନୟ ପାଇଁ ପରିଚିତ । ହେଲେ ତାଙ୍କ ଫିଲ୍ମ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରିବାରେ ଅସଫଳ ହୁଏ । ଏହାକୁ ଦୃଷ୍ଟିରେ ରଖି ସେ ଏବେ ଡିଜିଟାଲ ମୁହାଁ । ସେ ଡିଜିଟାଲ ପ୍ଲାଟଫର୍ମରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସେ ଖୁବଶୀଘ୍ର ‘ ହ୍ବାଟ ଆର ଦ ଅଡସ’ ଫିଲ୍ମରେ ନଜର ଆସିବେ । ଯାହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ।

ସେ ଫିଲ୍ମରେ ଜଣେ 40 ବର୍ଷିୟ ରକଷ୍ଟାର ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । ଆଉ ତାଙ୍କ ସହ ୟଶଶ୍ବିନୀ ରୋମାନ୍ସ କରୁଥିବାର ନଜର ଆସିବେ। ‘ ହ୍ବାଟ ଆର ଦ ଅଡସ’ ଫିଲ୍ମଟିକୁ ‘ଦିଲ୍ଲୀ କ୍ରାଇମ’ ୱେବ ସିରିଜ ମେକର୍ସ ନିର୍ମାଣ କରିଛନ୍ତି । ଫିଲ୍ମର ଟିଜର ଭିଡିଓ ସାମ୍ନାକୁ ଆସିସାରିଛି । ଯାହାକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଅଭୟ । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘40 ବର୍ଷିୟ ମଣିଷ ସବୁବେଳେ କିଶୋରୀମାନଙ୍କୁ ଡେଟ କରନ୍ତି । ’

ପ୍ରକାଶ ଥାଉକି ୟଶଶ୍ବିନୀ ଜଣେ ଡିଜିଟାଲ ଷ୍ଟାର । ସେ ଅନେକ ୱେବ ସିରିଜ ସହ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି । ସେ ‘ମେଡ ଇନ ହେଭନ’, ‘ଦିଲ୍ଲୀ କ୍ରାଇମ’ ବ୍ୟତୀତ ‘ଡିୟର ଜିନ୍ଦେଗୀ’, ‘ଫୋବିୟା’ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.