ETV Bharat / sitara

‘ଶିକାରା’ର ଦିୱାନା ହେଲେ ଆମୀର, ଜଣାଇଲେ ଶୁଭେଚ୍ଛା - ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ନୂଆ ଟ୍ବିଟ

ବିଧୁ ବିନୋଦ ଚୋପ୍ରାଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଶିକାରା’ ବିବାଦ ପରେ ରିଲିଜ ହୋଇଯାଇଛି । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ହେଲେ ଆମୀରଙ୍କୁ ଏହି ଫିଲ୍ମ ଖୁବ୍ ପସନ୍ଦ ଆସିଛି । ସୋସିଆଲ ମିଡିଆରେ ପୁରା ଟିମକୁ ଜଣାଇଲେ ଶୁଭେଚ୍ଛା ।

aamir khan
ଡିଜାଇନ ଫଟୋ
author img

By

Published : Feb 8, 2020, 6:22 AM IST

ମୁମ୍ବାଇ: ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପ୍ରାଙ୍କ ଶୁକ୍ରବାର ରିଲିଜ ହୋଇଥିବା ଚର୍ଚ୍ଚିତ ଫିଲ୍ମ ‘ଶିକାରା’ ପାଇଁ ଶୁଭକାମନା ଜଣାଇଛନ୍ତି । ଆଉ କହିଛନ୍ତି ଯେ ଏହାର ଏକ ଏମିତି କାହାଣୀ, ଯାହାକୁ ଲୋକଲୋଚନକୁ ଆଣିବାର ଆବଶ୍ୟକ ଥିଲା ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଆମୀର ଖାନ

ସେ ଆଜି ଏକ ଟ୍ବିଟ କରି ଫିଲ୍ମର ଟ୍ରେଲର ସେୟାର କରି ଶୁଭକାମନା ଜଣାଇଛନ୍ତି । ସେ ଏହାର କ୍ୟାପସନରେ ଲେଖିଛନ୍ତି, ‘ସବୁଠାରୁ ବଡ ଦୁଃଖଦ ଘଟଣା ମଧ୍ୟରୁ ଅନ୍ୟତମ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ । ଏହା ଏକ ଏମିତି କାହାଣୀ ଯାହାକୁ ସମସ୍ତେ ଜାଣିବାର ଆବଶ୍ୟକ ଅଛି।’

ପ୍ରକାଶ ଥାଉକି ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ‘ଶିକାରା: ଦ ଅନଟୋଲ୍ଡ ଷ୍ଟୋରି ଅଫ କଶ୍ମୀର ପଣ୍ଡିତ’ 1990ରେ କଶ୍ମୀର ଘାଟିରୁ କଶ୍ମୀର ପଣ୍ଡିତଙ୍କ ପଳାୟନ ପୃଷ୍ଠିଭୂମିକୁ ନେଇ ଆଧାରିତ । ଅନ୍ୟପଟେ ବିଧୁ ଫିଲ୍ମସ ଅଧିକାରୀକ ଟ୍ବିଟରରେ ଆମୀରଙ୍କୁ ମଧ୍ୟ ଧନ୍ୟବାଦ ଜଣାଯାଇଛି ।

ଆମୀର, ବିଧୁଙ୍କ ଅନେକ ପ୍ରଜେକ୍ଟସରେ କାମ କରିସାରିଛନ୍ତି । ଆଉ ନିଜ ଶାନଦାର ଅଭିନୟ ଜରିଆରେ ବକ୍ସ ଅଫିସରେ ସେହି ସବୁ ଫିଲ୍ମ ହିଟ୍ ସାବ୍ୟସ୍ତ କରିଥିଲେ ଆମୀର । ସେପଟେ ହଲିଉଡର ଫେମସ ନିର୍ମାତା ତଥା ଟାଇଟାନିକ ଓ ଅବତାର ଫିଲ୍ମର ନିର୍ଦ୍ଦେଶକ ଜେମ୍ସ କ୍ୟାମରନ ଶିକାରାର ଟ୍ରେଲର ଦେଖି ମାଷ୍ଟରପିସ କହିଛନ୍ତି । ଓସ୍କାର ବିଜେତା ଜେମ୍ସଙ୍କ ଦ୍ବାରା ମିଳିଥିବା ଏହି ପ୍ରଶଂସା ଜରିଆରେ ବିଧୁ ଏବଂ ପୁରା ଟିମର ଉତ୍ସାହ ବଢିଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.