ETV Bharat / sitara

‘ଜାମତାଡା’ ଅଭିନେତାଙ୍କ ଦିୱାନା ଆମୀର-ବିକ୍କୀ - ନେଟଫ୍ଲିକ୍ସର ସିରିଜ ‘ଜାମତାଡା’

ପପୁଲାର ୱେବ ସିରିଜ ‘ଜାମତାଡା’ ଚର୍ଚ୍ଚାରେ । ସିରିଜରେ ଛୋଟ କଳାକାର ରୂପେ ନଜର ଆସିଥିବା ଅଭିନେତା ସ୍ପର୍ଶଙ୍କ ପ୍ରଶଂସା ସବୁ ମହଲରେ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 29, 2020, 6:46 AM IST

ମୁମ୍ବାଇ: ନେଟଫ୍ଲିକ୍ସର ସିରିଜ ‘ଜାମତାଡା’ ଝାରଖଣ୍ଡର ଏକ ଛୋଟ ଜିଲ୍ଲାରେ ହେଉଥିବା ଅପରାଧୀ କାହାଣୀକୁ ନେଇ ଆଧାରିତ। ସିରିଜଟି ଦର୍ଶକଙ୍କ ହୃଦୟ ଜିତିବା ସହ ବଲିଉଡ ସେଲିବ୍ରିଟିଙ୍କ ମନ ମଧ୍ୟ କିଣିଛି। ସିରିଜରେ ସାଇବର ଅପରାଧ ଦ୍ବାରା ଲୋକଙ୍କ ସହ ଘଟୁଥିବା ଘଟଣାକୁ ପର୍ଯ୍ୟବେଶିତ କରାଯାଇଛି। ସିରିଜର ସବୁ ଷ୍ଟାର୍ସ ଜବରଦସ୍ତ ଆକ୍ଟିଂ କରିଛନ୍ତି । ହେଲେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ମନ କିଣିଛନ୍ତି ସିରିଜର ଛୋଟ କଳାକାର ସ୍ପର୍ଶ ଶ୍ରୀବାସ୍ତବ। ଖାଲି ଆମୀର ନୁହେଁ ଅଭିନେତା ବିକ୍କୀ କୌଶଲ ମଧ୍ୟ ତାଙ୍କ ଅଭିନୟରେ ଦିୱାନା ହୋଇଯାଇଛନ୍ତି ।

ତାଙ୍କୁ ଶାନଦାର ଅଭିନୟର ଶୁଭେଚ୍ଛା ଦେବା ପାଇଁ ଆମୀର ତାଙ୍କୁ ଭିଡିଓ କଲ ମଧ୍ୟ କରିଥିଲେ। ସେପଟେ ସ୍ପର୍ଶ ନିଜ ଇନଷ୍ଟାଗ୍ରାମରେ ଭିଡିଓ କଲର ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଆମୀର ତାଙ୍କ ସହ କଥା ହେଉଥିବାର ନଜର ଆସୁଛନ୍ତି।

ଆମୀରଙ୍କ ଭିଡିଓ କଲ ବ୍ୟତୀତ ବିକ୍କୀଙ୍କ ଏକ ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି ସେ। ଯାହାର ମେସେଜରେ ବିକ୍କୀ ତାଙ୍କୁ ପ୍ରଶଂସା କରି କହିଛନ୍ତି, ‘ଆପଣ ଶାନଦାର। ସବୁବେଳେ ଆଗକୁ ବଢୁଥାଆନ୍ତୁ।’ ସ୍ପର୍ଶ ମଧ୍ୟ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ ଆପଣ ହୃଦୟରୁ କାମ କରନ୍ତି ଏମିତି ହୋଇଥାଏ ।’ ଦେଖନ୍ତୁ ପୋଷ୍ଟ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.