ETV Bharat / science-and-technology

ଭାରତରେ କଣ ଅଧିକ ସର୍ଚ୍ଚ କରନ୍ତି ୟୁଜର୍ସ ? କେଉଁ କାମରେ ଲାଗୁଛି ମୋବାଇଲ, ଏହା କହୁଛି ରିସର୍ଚ୍ଚ

author img

By

Published : Jul 6, 2023, 9:26 AM IST

ସ୍ମାର୍ଟଫୋନ୍ ପ୍ରାୟତଃ କଣ ପାଇଁ ବ୍ୟବହୃତ ହୁଏ ? ଏହି ପ୍ରଶ୍ନର ଉତ୍ତର ଭିଭୋ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନ ରିପୋର୍ଟରେ ଦିଆଯାଇଛି । ଅଧିକ ପଢନ୍ତୁ

whats indians search most on smartphone
whats indians search most on smartphone

ହାଇଦ୍ରାବାଦ: ସ୍ମାର୍ଟଫୋନ୍ ବାସ୍ତବରେ ଆମର ଆଧୁନିକ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ସାରିଛି । ଏହା ଏକ ସାଧନ ଯାହାକୁ ଆମେ ଆମର ଦୈନନ୍ଦିନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁ, ସେ ସୂଚନା ହେଉ କିମ୍ବା ଅନଲାଇନ୍ ପେମେଣ୍ଟ୍ ହେଉ । ତଥାପି, ଆପଣ ଜାଣନ୍ତି କି ସ୍ମାର୍ଟଫୋନ୍ ପ୍ରାୟତଃ କ’ଣ ପାଇଁ ବ୍ୟବହୃତ ହୁଏ? ଏନେଇ ଏକ ରିପୋର୍ଟରେ ଖୁଲାସା କରାଯାଇଛି । ସମସ୍ତଙ୍କର ମନରେ ପ୍ରଶ୍ନ ନିଶ୍ଟୟ ଆସୁଥିବ ଯେ, ଭାରତୀୟମାନେ ମୋବାଇଲରେ ଅଧିକ କଣ ସର୍ଚ୍ଚ କରୁଛନ୍ତି। ତେବେ ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ...

ଏହି କାମ ପାଇଁ ମୋବାଇଲ ଅଧିକ ବ୍ୟବହୃତ ହୋଇଥାଏ: ଯଦି ଆମେ ସ୍ମାର୍ଟଫୋନରେ ୟୁଜର୍ସ ଆକ୍ଟିଭିଟି କଥା ଦେଖିବା ତେବେ ଏକ ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ୍ ପ୍ରାୟତଃ ୟୁଟିଲିଟି ବିଲ୍ ପୈଠ ପାଇଁ ବ୍ୟବହୃତ ହୁଏ । ରିପୋର୍ଟ ଅନୁଯାୟୀ, ପ୍ରାୟ 86% ଉପଭୋକ୍ତା ସ୍ମାର୍ଟଫୋନ୍ ବ୍ୟବହାର କରି ୟୁଟିଲିଟି ବିଲ୍ ପୈଠ କରନ୍ତି ।

ସପିଂ ପାଇଁ ଅଧିକ ବ୍ୟବାହାର କରାଯାଉଛି: ଯଦି ଆମେ ଅନଲାଇନ୍ ସପିଂ ବିଷୟରେ କହିବା, ତେବେ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ 80.8% ଲୋକ ଅନଲାଇନ୍ ସପିଂ ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି। ଏହା ସହିତ, ପ୍ରାୟ 61.8% ଲୋକ ଜରୁରୀ ଜିନିଷ ଅର୍ଡର କରିବା ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି। ଅନଲାଇନ୍ ସପିଂ ପାଇଁ 66.2% ଉପଭୋକ୍ତା ସ୍ମାର୍ଟଫୋନ୍ ବ୍ୟବହାର କରିଛନ୍ତି। ଏଥିସହ, ଖାଦ୍ୟ ସାମଗ୍ରୀ ଅର୍ଡର କରିବା ପାଇଁ 73.2% ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି। ଡିଜିଟାଲ୍ କ୍ୟାସ୍‌ ପେମେଣ୍ଟ ପାଇଁ 58.3% ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି । ଏହି ତଥ୍ୟ ଦର୍ଶାଏ ଯେ ସ୍ମାର୍ଟଫୋନ୍ ବାସ୍ତବରେ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଏବଂ ଲୋକମାନେ ଏହାକୁ ବିଭିନ୍ନ ଅନଲାଇନ୍ କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି।

ଏହା ମଧ୍ୟ ପଢନ୍ତୁ: Smartphone in Washroom: ଟଏଲେଟରେ ବସି ମୋବାଇଲ ବ୍ୟବହାର କରୁଥିଲେ ସାବଧାନ! ହୋଇପାରେ ସମସ୍ୟା

ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ କିଏ ଅଧିକା ସ୍ମାର୍ଟଫୋନ ବ୍ୟବହାର କରେ: ଏକ ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ୍‌ର ରେସିଓ ବିଷୟରେ କହିବାକୁ ଗଲେ ପ୍ରାୟ 62% ପୁରୁଷଙ୍କର ପାଖରେ ସ୍ମାର୍ଟଫୋନ୍ ରହିଛି । ସମଗ୍ର ଦେଶରେ, ପ୍ରାୟ 38% ମହିଳା ସ୍ମାର୍ଟଫୋନର ବ୍ୟବହାର କରୁଛନ୍ତି । ଯଦି ଆମେ ବଡ ଏବଂ ଛୋଟ ସହର ବିଷୟରେ କଥା ହେବା, ମେଟ୍ରୋ ସହର ସ୍ମାର୍ଟଫୋନ୍ ବ୍ୟବହାର ହାରରେ 58% ସହିତ ଆଗୁଆ ଅଛି । ଏହାପରେ ଅଣ-ମେଟ୍ରୋ ସହରଗୁଡିକରେ 41 ପ୍ରତିଶତ ଲୋକ ସ୍ମାର୍ଟଫୋନ୍‌ ବ୍ୟବାହର କରୁଛନ୍ତି । ତଥ୍ୟ ଦର୍ଶାଉଛି ଯେ ସ୍ମାର୍ଟଫୋନ୍ ବ୍ୟବହାର ହାର ସହର ମଧ୍ୟରେ ଭିନ୍ନ ହୋଇପାରେ ଏବଂ ବ୍ୟବହାର ହାର ମହିଳାଙ୍କ ମଧ୍ୟରେ ଭିନ୍ନ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.