ହାଇଦ୍ରାବାଦ: ଚନ୍ଦ୍ରଯାନ-3ର ସଫଳତା ବିଶ୍ବବିଦିତ। ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇ ଇତିହାସ ରଚିଥିଲା ମହାକାଶ ଗବେଷଣା ସଂସ୍ଥା । ଭାରତର ମହାକାଶ ମିଶନ ପାଇଁ ଏହି ଦିନ ସ୍ବତନ୍ତ୍ର ରହିଥିଲା । ଅଗଷ୍ଟ 23 ଭାରତର ଅନ୍ତରୀକ୍ଷ ମିଶନ ପାଇଁ ଏକ ସ୍ବତନ୍ତ୍ର ଦିନ ରହିଥିଲା । ତେବେ ଚନ୍ଦ୍ରଯାନ-3ର ରୋଭର ଏବଂ ପ୍ରଜ୍ଞାନକୁ ପୃଥିବୀପୃଷ୍ଠରୁ ଅନ୍ତରୀକ୍ଷରେ ପହଞ୍ଚାଇବା ପାଇଁ ରକେଟ ଏଲଭିଏମ-3 ଏମ-4 ର କ୍ରୟୋଜନିକର ବ୍ୟବହାର ହୋଇଥିଲା। ବର୍ତ୍ତମାନ ଏବଂ ପୃଥିବୀ ବାୟୁମଣ୍ଡଳକୁ ଅନିୟନ୍ତ୍ରିତ ଭାବେ ପ୍ରବେଶ କରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାୟ 4ମାସ ପରେ ଏହା ପୃଥିବୀପୃଷ୍ଠକୁ ଫେରି ଆସିଛି ।
ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, "ଏଲ୍ଭିଏମ୍-3 ରକେଟର ଏକ ଅଂଶ ଗତ ବୁଧବାର ବିଳମ୍ବିତ ରାତିରେ ଉତ୍ତର ପ୍ରଶାନ୍ତ ମହାସାଗରରେ ପଡ଼ିଛି। ଏହା ଆମେରିକାର ଉପକୂଳର ନିକଟତର ଅଟେ ।"
କହି ରଖୁଛୁ କି, ଗତ ଜୁଲାଇ 14 ତାରିଖରେ କ୍ରୟୋଜନିକ ଚନ୍ଦ୍ରଯାନ-3କୁ ନିର୍ଦ୍ଦିଷ୍ଟ କକ୍ଷପଥରେ ଛାଡ଼ିବା ପରେ ପୃଥିବୀର ଚତୁଃପାର୍ଶ୍ବରେ ଘୂର୍ଣ୍ଣନ କରୁଥିଲା । ଧୀରେଧୀରେ ଏହା ପୃଥିବୀର ନିକଟତର ହେଉଥିଲା । ତେବେ ଏହାରି ଭିତରେ ବୁଧବାର ବିଳମ୍ବିତ ରାତିରେ ଏହା ଆମେରିକାର ନିକଟତର ଉତ୍ତର ପ୍ରଶାନ୍ତ ମହାସାଗରରେ ଖସିପଡ଼ିଥିବା ନେଇ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: Chandrayaan-3: ଲ୍ୟାଣ୍ଡିଂ ସମୟରେ ଏଭଳି ଥିଲା ସ୍ଥିତି, ସୃଷ୍ଟି ହୋଇଥିଲା Ejecta Halo
ଏନେଇ ଇସ୍ରୋର ବୟାନ: ପ୍ରଶାନ୍ତ ମହାସାଗରେ ରକେଟ ଖସିପଡିବା ପରେ ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, "ଉତ୍ତର ପ୍ରଶାନ୍ତ ମହାସାଗରେ ଖସି ପଡ଼ିଥିବା ରକେଟ୍ ଏଲ୍ଭିଏମ୍-3 ଏମ୍-4ର ଏକ ଅଂଶ ଅଟେ । ଏହା ରକେଟର ଉପରି ଭାଗରେ ରହିଥିଲା । ଗତ ବୁଧବାର ଅର୍ଥାତ ନଭେମ୍ବର 15 ତାରିଖ ବିଳମ୍ବିତ ରାତି ପ୍ରାୟ 2ଟା 45 ମିନିଟ ସମୟରେ ଆମେରିକୀୟ ଉପକୂଳ ନିକଟସ୍ଥ ଉତ୍ତର ପ୍ରଶାନ୍ତ ମହାସାଗରେ ଏହାର ଅଂଶ ପଡ଼ିଛି ।"
ସୂଚନାଅନୁସାରେ, ଉତ୍ତର ପ୍ରଶାନ୍ତ ମହାସାଗରରେ ରକେଟର ଏକ ଅଂଶ ପଡ଼ିବା ପରେ ଏହା ଉପରେ ନର୍ଥ ଆମେରିକାନ ଏରୋସ୍ସେସ ଡିଫେନ୍ସ କମାଣ୍ଡ(ନୋରାଡ) ନଜର ରଖିଥିଲା । ଏହାପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସହ ଆଲୋଚନା କରି ଏହାକୁ ଚିହ୍ନଟ କରାଯାଇଥିଲା । ତେବେ ରକେଟର ଅଂଶକୁ ଚିହ୍ନଟ କରିବା ପରେ ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ପୃଥିବୀର ନିମ୍ନ କକ୍ଷରୁ କୌଣସି ବସ୍ତୁ ପୃଥିବୀର ବାୟୁମଣ୍ଡଳକୁ ଫେରିବା ପାଇଁ ପ୍ରାୟ 124 ଦିନ ସମୟ ଲାଗିଥାଏ। ଏଲ୍ଭିଏମ୍-3 ଏମ୍-4ର ଏହି ଅଂଶ ଠିକ ସମୟରେ ପୃଥିବୀକୁ ଫେରି ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ