ETV Bharat / science-and-technology

ସମଲିଙ୍ଗୀ ବିବାହ କଲେ ଓପନଏଆଇ ସିଇଓ ସାମ ଅଲ୍ଟମ୍ୟାନ - ଓପନଏଆଇ ସିଇଓ ସାମ ଅଲ୍ଟମ୍ୟାନ

Sam Altman Marries Oliver Mulherin: ପୁରୁଣା ବନ୍ଧୁଙ୍କୁ ଜୀବନ ସାଥି କରିଲେ ଓପନଏଆଇ ସିଇଓ । ସାମ ଅଲ୍ଟମ୍ୟାନ ନିଜ ପାର୍ଟନର ଓଲିଭର ମୁଲହେରିନଙ୍କ ସହ ବିବାହ କରିଛନ୍ତି । ଅଧିକ ପଢନ୍ତୁ

Sam Altman Marries Oliver Mulherin
Sam Altman Marries Oliver Mulherin
author img

By ETV Bharat Odisha Team

Published : Jan 13, 2024, 11:34 AM IST

ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧିହେଲେ ଓପନଏଆଇ ସିଇଓ । ଚାଟଜିପିଟି ପ୍ରସ୍ତୁତକାରୀ କମ୍ପାନୀ ଓପନଏଆଇ ସିଇଓ ସାମ ଅଲ୍ଟମ୍ୟାନ ନିଜ ପାର୍ଟନର ଓଲିଭର ମୁଲହେରିନଙ୍କ ସହ ବିବାହ କରିଛନ୍ତି । ଦୁହେଁ ନିରଡାମ୍ବରରେ ଆମେରିକାରେ ସମଲିଙ୍ଗୀ ବିବାହ କରିଥିବା ସୂଚନା ରହିଛି । ତେବେ ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଥିବା ବେଳେ ଏହାକୁ କିଛି ବ୍ୟକ୍ତି ଏଆଇ ଜେନେରେଟେଡ ଫଟୋ ବୋଲି କହିଥିଲେ । କିନ୍ତୁ ନିଜ ବିବାହ ନେଇ ଖୋଦ ସାମ ଅଲ୍ଟମ୍ୟାନ ମଧ୍ୟ ସୂଚନା ଦେଇଛନ୍ତି । ଅନ୍ୟପଟେ ଓଲିଭର ମୁଲହେରିନ ମଧ୍ୟ ନିଜ ବିବାହକୁ ସୁନିଶ୍ଚିତ କରିଥିବା ବେଳେ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଓଲିଭର ମୁଲହେରିନ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, ମୁଁ ମୋର ପୁରୁଣା ବନ୍ଧୁ ତଥା ଓପନଏଆଇ ସିଇଓ ସାମ ଅଲ୍ଟମ୍ୟାନଙ୍କୁ ବିବାହ କରିଛି । ଏକ ନ୍ୟୁଜ ଓ୍ବେବସାଇଟର ସ୍କ୍ରିନସଟକୁ ମଧ୍ୟ ସେୟାର କରିଛନ୍ତି । ସେ ବିବାହ ନିରଡାମ୍ବରରେ ହୋଇଥିବା ବେଳେ କେବଳ ପରିବାର ଏବଂ ବନ୍ଧୁବର୍ଗ ସାମିଲ ହୋଇଥିଲେ ।

ପ୍ରକାଶଥାଉକି, ଗତ ସେପ୍ଟେମ୍ବରରେ ଏକ ମ୍ୟାଗାଜିନକୁ ସାକ୍ଷାତକାରରେ ଅଲ୍ଟମ୍ୟାନ କହିଥିଲେ, "ମୁଁ ଏବଂ ଓଲିଭର ମୁଲହେରିନ ଶୀଘ୍ର ବେବିଂ ବା ଛୁଆ ପ୍ଲାନିଂ କରିବୁ ।" ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ହ୍ବାଇଟହାଉସରେ ଆୟୋଜିତ ରାତ୍ରୀ ଭୋଜନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଦୁହେଁ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: OpenAIକୁ ସିଇଓ ଭାବେ ସାମ୍ ଅଲ୍ଟମ୍ୟାନଙ୍କ କମ୍ ବ୍ୟାକ୍

38 ବର୍ଷୀୟ ଅଲ୍ଟମ୍ୟାନ ନଜ ସମ୍ପର୍କକୁ ନେଇ ଗୋପନୀୟତା ରଖିଥିଲେ । ଏହାରି ଭିତରେ ନିଜ ସ୍ବପ୍ନକୁ ସାକାର କରି ସେ ସମଲିଙ୍ଗୀ ବିବାହ କରିଛନ୍ତି । ସେୟାର କରାଯାଇଥିବା ଫଟୋରେ ଅଲ୍ଟମ୍ୟାନଙ୍କୁ ମୁଲହେରିନଙ୍କୁ ମୁଦି ପିନ୍ଧାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ଅଲ୍ଟମ୍ୟାନ ଏବଂ ଓଲିଭର ମୁଲହେରିନ ଦୁହେଁ ଧଳା ପୋଷାକରେ ନଜର ଆସିଛନ୍ତି । ତେବେ ଭାଇରାଲ ହେଉଥିବା ଫଟୋରେ ବିବାହ ଏକ ବେଳାଭୂମୀ ଅଞ୍ଚଳରେ ହେଉଥିବା ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ, 1985 ମସିହା ଏପ୍ରିଲ 22 ତାରିଖରେ ଚିକାଗୋରେ ଜନ୍ମ ଗ୍ରହଣ କରିଥିଲେ ଅଲ୍ଟମ୍ୟାନ । ଏହାପରେ ସେ 2014ରୁ 2019 ମସିହା ପର୍ଯ୍ୟନ୍ତ ଷ୍ଟାଟଅପ ଏକ୍ସିଲଟେରର ଓ୍ବାଇ କମ୍ବିନେଟରରେ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଓପନଏଆଇ ସିଇଓ ହୋଇଥିଲେ । ଗତବର୍ଷ ଏଆଇ ଷ୍ଟାଟଅପ ତାଙ୍କୁ ଓପନଏଆଇ ସିଇଓ ପଦରୁ ହଟାଇ ଦେଇଥିଲେ। ଯଦି ଓଲିଭର ମୁଲହେରିନଙ୍କ କଥା କହିବା ସେ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର । ଅଷ୍ଟ୍ରେଲିଆରେ ସେ କାର୍ଯ୍ୟ କରୁଛନ୍ତି। ସେ ମେଲବର୍ଣ୍ଣ ୟୁନିଭରସିଟିରୁ କମ୍ୟୁଟର ସାଇନ୍ସରେ ଡିଗ୍ରୀ କରିଥିଲେ। ସେ କିଛି ଦିନ ପାଇଁ ମେଟାରେ ମଧ୍ୟ କାର୍ଯ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.