ETV Bharat / science-and-technology

ମଙ୍ଗଳ ଗ୍ରହରୁ ୟୁଟ୍ୟୁବରେ ଲାଇଭ ଷ୍ଟ୍ରିମ କଲା ESA - ମଙ୍ଗଳ ଗ୍ରହର ଫଟୋ

ମଙ୍ଗଳ ଗ୍ରହରୁ ୟୁଟ୍ୟୁବରେ ଲାଇଭ ଷ୍ଟ୍ରିମ କଲା ESA । ଘରେ ବସି ମଙ୍ଗଳ ଗ୍ରହର ଚିତ୍ର ଦେଖିଲେ ବିଶ୍ବବାସୀ । ଅଧିକ ପଢନ୍ତୁ

ESA
ESA
author img

By

Published : Jun 3, 2023, 6:05 PM IST

ଲଣ୍ଡନ: ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA) ମଙ୍ଗଳ ଗ୍ରହର ଫଟୋକୁ ଲାଇଭ ଷ୍ଟ୍ରିମ କରିଛି । ସିଧା ୟୁଟ୍ୟୁବରେ ମଙ୍ଗଳ ଗ୍ରହରୁ ଲାଇଭ୍ ଷ୍ଟ୍ରିମ୍ କରି ଏହାର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । ପ୍ରଥମ ଥର ପାଇଁ ୟୁରୋପୀୟ ସ୍ପେସ୍ ଏଜେନ୍ସି ମହାକାଶରୁ ମଙ୍ଗଳ ଗ୍ରହର ଲାଇଭ୍ ଷ୍ଟ୍ରିମ କରିଥିବା ଜଣାପଡିଛି । ଫଟୋ ଗୁଡିକ ମଙ୍ଗଳ ଗ୍ରହରୁ ସିଧାସଳଖ ପୃଥିବୀରେ ପହଞ୍ଚିବା ପାଇଁ 18 ମିନିଟ୍ ସମୟ ଲାଗିଥିଲା। ଏହି ଲାଇଭ୍ ଷ୍ଟ୍ରିମିଂ ଶୁକ୍ରବାର ବିଳମ୍ବିତ ରାତିରେ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ୟୁରୋପୀୟ ସ୍ପେସ୍ ଏଜେନ୍ସିର ଟ୍ବିଟର ଆକାଉଣ୍ଟରେ ଏହା ରହିଛି ।

mars photo
mars photo

ଲାଇଭ୍ ଷ୍ଟ୍ରିମିଂ ଲିଙ୍କ ୟୁଟ୍ୟୁବରେ ମଧ୍ୟ ଉପଲବ୍ଧ ରହିଛି । ଏହି ଲାଇଭ୍ ଷ୍ଟ୍ରିମିଂ ମଙ୍ଗଳ ଗ୍ରହରୁ ESAର ମଙ୍ଗଳ ଏକ୍ସପ୍ରେସ କକ୍ଷପଥ ଉନ୍ମୋଚନ ହେବାର 20 ତମ ବାର୍ଷିକୀ ପାଳନ କଲା । ଗତ 20 ବର୍ଷ ମଧ୍ୟରେ ମଙ୍ଗଳ ଏକ୍ସପ୍ରେସ 24,510 ଥର ମଙ୍ଗଳ ଗ୍ରହକୁ ପରିକ୍ରମା କରିଛି । ଏହି ସମୟ ମଧ୍ୟରେ ଏହାର କ୍ୟାମେରା ପ୍ରାୟ 6,916 ଫଟୋକୁ କ୍ୟାପଚର କରିଛି ।

ଅନ୍ୟପଟେ ଏହି ଲାଇଭ ଷ୍ଟ୍ରିମକୁ ନେଇ ଜର୍ମାନୀର ESAର ମିଶନ୍ କଣ୍ଟ୍ରୋଲ୍ ସେଣ୍ଟରର ମହାକାଶଯାନ ଅପରେସନ୍ ମ୍ୟାନେଜର ଜେମ୍ସ ଗଡଫ୍ରେ କହିଛନ୍ତି, "ମଙ୍ଗଳ ଗ୍ରହରୁ ଯେଉଁ ଲାଇଭ ବିଷୟରେ କୁହାଯାଇଛି ଏବଂ ଯେଉଁ ଚିତ୍ର ଦେଖାଯାଇଛି ଏହାକୁ ଦେଖିଲେ ଲାଗୁଛି ଯେ, ଏହି ଫଟୋ ଗୁଡିକୁ ପୂର୍ବରୁ ନିଆଯାଇଛି ।" ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ମଙ୍ଗଳ ଗ୍ରହକୁ ଦେଖିବା ପାଇଁ ଉତ୍ସାହିତ ରହିଛି । ଏବେ କେମିତି ମଙ୍ଗଳ ଗ୍ରହ ଦେଖାଯାଉଛି ତାହା ଦେଖିବା ପାଇଁ ଇଚ୍ଛା ରହିଛି।"

ତେବେ ଏଜେନ୍ସି ପକ୍ଷରୁ କୁହାଯାଇଥିଲା, ସେ ଏହା ପୂର୍ବରୁ ଏପରି କିଛି ଚେଷ୍ଟା କରିନାହାଁନ୍ତି, ତେଣୁ ପୃଥିବୀରେ ପହଞ୍ଚିବା ପାଇଁ ସଙ୍କେତ ପାଇଁ କେତେ ସମୟ ଲାଗିବ ସେ ବିଷୟରେ କିଛି ଅନିଶ୍ଚିତତା ଥିଲା । ESA ଅନୁଯାୟୀ, ମଙ୍ଗଳ ଏକ୍ସପ୍ରେସ ମହାକାଶଯାନରୁ ପ୍ରତି 48 ସେକେଣ୍ଡରେ ଥରେ ଚିତ୍ର ଉତ୍ତୋଳନ କରାଯାଇଥିଲା ।"

ରିପୋର୍ଟ ଅନୁଯାୟୀ, ମହାକାଶଯାନ ମଙ୍ଗଳ ଗ୍ରହ ଠାରୁ ବହୁତ ଦୂରରେ ଯିବା ପୂର୍ବରୁ ଚିତ୍ରଗୁଡ଼ିକ ମଙ୍ଗଳ ଏକ୍ସପ୍ରେସରୁ ପଠାଯାଇଥିଲା । 2004 ପରଠାରୁ ମଙ୍ଗଳ ଏକ୍ସପ୍ରେସ ଅନେକ ଫଟୋ ଉତ୍ତୋଳନ କରିଛି।

ଏହା ମଧ୍ୟ ପଢନ୍ତୁ: First Alien Contact: ପ୍ରଥମ ଥର ମଙ୍ଗଳରୁ ପୃଥିବୀକୁ ଆସିଲା ସଙ୍କେତ

ଏହା ମଧ୍ୟ ପଢନ୍ତୁ: Agni-1 Ballistic Missile: କଲାମ ଦ୍ବୀପରୁ ଅଗ୍ନି-1 କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.