ETV Bharat / science-and-technology

ସଫଳତାର ସହ ଆଦିତ୍ୟ L1 ଦ୍ବିତୀୟ କକ୍ଷ ପରିବର୍ତ୍ତନ କରିଛି: ଇସ୍ରୋ

ଦ୍ବିତୀୟ ଥର ପାଇଁ ସଫଳତାର ସହ କକ୍ଷ ପରିବର୍ତ୍ତନ କରିଛି ଆଦିତ୍ୟ L1 । ଏନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ISRO maiden solar mission
ISRO maiden solar mission
author img

By ETV Bharat Odisha Team

Published : Sep 5, 2023, 10:36 AM IST

ହାଇଦ୍ରାବାଦ: ସଫଳତା ଦିଗରେ ଆଗେଇ ଚାଲିଛି ଭାରତର ପ୍ରଥମ ସୌର ମିଶନ । ଆଦିତ୍ୟ-L1 ମହାକାଶଯାନ ଦ୍ବିତୀୟ ଥର ପାଇଁ କକ୍ଷ ପରିବର୍ତ୍ତନ କରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି । ତେବେ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କରି ତୃତୀୟ କକ୍ଷପଥରେ ପ୍ରବେଶ କରିଥିବା ବେଳେ ଉପଗ୍ରହ ପୂର୍ବ ନିର୍ଦ୍ଧାରିତ ଭାବେ ଆଗକୁ ବଢ଼ୁଥିବା ନେଇ ଇସ୍ରୋ ସ୍ପଷ୍ଟ କରିଛି ।

  • Aditya-L1 Mission:
    The second Earth-bound maneuvre (EBN#2) is performed successfully from ISTRAC, Bengaluru.

    ISTRAC/ISRO's ground stations at Mauritius, Bengaluru and Port Blair tracked the satellite during this operation.

    The new orbit attained is 282 km x 40225 km.

    The next… pic.twitter.com/GFdqlbNmWg

    — ISRO (@isro) September 4, 2023 " class="align-text-top noRightClick twitterSection" data=" ">

ଇସ୍ରୋ ପକ୍ଷରୁ ଏକ୍ସ୍‌ରେ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇ କୁହାଯାଇଛି ଯେ, "ଆଦିତ୍ୟ L1 ଦ୍ବିତୀୟ ପୃଥିବୀ ବନ୍ଧିତ କକ୍ଷପଥ (EBN #2)ପରିବର୍ତ୍ତନ କରି ତୃତୀୟ କକ୍ଷପଥରେ ପ୍ରବେଶ କରିଛି । ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟ ମିଶନ କଣ୍ଟ୍ରୋଲରୁ ଏହାର ଗତିପଥକୁ ମନିଟରିଂ କରାଯାଇଥିଲା । ଏବେ ଏହା ପୃଥିବୀର ତୃତୀୟ ତଥା 282 କିଲୋମିଟର x 40225 କିମି ପରିଧି ବିଶିଷ୍ଟ ଚୁମ୍ବକୀୟ କକ୍ଷପଥ ଦେଇ ଗତି କରୁଛି ।" ଆଜି ଭାରତୀୟ ସମୟ ଭୋର 2ଟା 45ରେ ଏହି ପ୍ରକ୍ରିୟା ହୋଇଥିବା ନେଇ ଇସ୍ରୋ ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ସୂଚନା ଦିଆଯାଇଛି । ତେବେ ଏହି ଉପଗ୍ରହ L1 ପଏଣ୍ଟ ଆଡ଼କୁ ସଫଳତାର ସହ ଗତି କରୁଥିବା ବେଳେ ଆଜି ଦ୍ବିତୀୟ କକ୍ଷ ପରିବର୍ତ୍ତନ କରିଛି । ଆସନ୍ତା ସେପ୍ଟେମ୍ବର 10 ତାରିଖ ରାତି 2ଟା 30 ମିନିଟରେ ତୃତୀୟ କକ୍ଷ ପରିବର୍ତ୍ତନ କରିପାରେ ବୋଲି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Aditya L1 mission: ପ୍ରଥମ କକ୍ଷପଥ ବଦଳାଇଲା ଆଦିତ୍ୟ ଏଲ-1, ଜାରି ରହିଛି ସ୍ବାଭାବିକ ଯାତ୍ରା

କହିରଖୁଛୁ କି, ଗତ ସେପ୍ଟେମ୍ବର 2 ତାରିଖ ସକାଳ 11ଟା 50 ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ସେସ ସେଣ୍ଟରରୁ ଆଦିତ୍ୟ L1କୁ ଉତକ୍ଷେପଣ କରାଯାଇଥିଲା । PSLV ସି57 ରକେଟ ଜରିଆରେ ଏହି ଉପଗ୍ରହକୁ ଲଞ୍ଚ୍‌ କରାଯାଇଥିଲା । ଉତ୍‌କ୍ଷେପଣର ଗୋଟିଏ ଦିନ ପରେ ସେପ୍ଟେମ୍ବର 3 ତାରିଖରେ ପ୍ରଥମ ପୃଥିବୀ ବନ୍ଧିତ କକ୍ଷପଥ (EBN#1) ପରିବର୍ତ୍ତନ କରି ଦ୍ବିତୀୟ କକ୍ଷପଥରେ ପ୍ରବେଶ କରିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଆଦିତ୍ୟL1କୁ L1 ପଏଣ୍ଟରେ ପହଞ୍ଚିବା ପାଇଁ ଉତକ୍ଷେଣଠାରୁ 125 ଦିନ ସମୟ ଲାଗିବ ବୋଲି ଇସ୍ରୋ ମୁଖ୍ୟ ଏସ ସୋମନାଥ ସୂଚନା ଦେଇଥିଲେ । ଏହିଠାରୁ ସୂର୍ଯ୍ୟର ବାହ୍ୟସ୍ତରକୁ ଅନୁଧ୍ୟାନ କରି ତଥ୍ୟ ପ୍ରେରଣ କରିବ ଏହି ଉପଗ୍ରହ । ଆଦିତ୍ୟ ଏଲ1ରେ ମୋଟ 7ଟି ପୋଲାଡ ରହିଛି । ସୂର୍ଯ୍ୟର ବିଭିନ୍ନ ଦିଗରେ ତଥ୍ୟ ସଂଗ୍ରହ କରିବା ପାଇଁ ପୋଲାଡ୍‌ କାର୍ଯ୍ୟ କରିବ । ସୂର୍ଯ୍ୟଙ୍କର ଫଟୋସ୍ପିୟର, କ୍ରୋମସ୍ପିଅର ଓ ବାହ୍ୟସ୍ତର କରୋନାର ଅନୁଧ୍ୟାନ ସହିତ ସୌରଝଡ଼, ଚୁମ୍ବକୀୟ କ୍ଷେତ୍ର, ପ୍ଲାଜମା ସମ୍ପର୍କରେ ତଥ୍ୟ ହାସଲ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.