ETV Bharat / science-and-technology

ଫେକ ଜନ୍ମତାରିଖ ଦେଇ ସୋସିଆଲ ମିଡିଆ ଚଲାଇବା ଖବର ପରେ ଚେତିଲା Instagram, ଆଣି ଏହି ଫିଚର୍ସ

author img

By

Published : Oct 15, 2022, 7:22 AM IST

ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାମାନେ ନକଲି ଜନ୍ମ ତାରିଖର ବ୍ୟବହାର କରୁଥିବା ନେଇ ଆଶଙ୍କା ପରେ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର୍ସ ଆଣିବାକୁ ଯାଉଛି ଇନଷ୍ଟାଗ୍ରାମ(Instagram brings new age verification test to Indian users) । ଅଧିକ ପଢନ୍ତୁ

ନକଲି ଜନ୍ମ ତାରିଖ ଦେଇ ସୋସିଆଲ ମିଡିଆ ଚଲାଇବା ଖବର, ଭାରତରେ ଏହି ଫିଚର୍ସ ଆଣିବ Instagram

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାମାନେ ନକଲି ଜନ୍ମ ତାରିଖର ବ୍ୟବହାର କରୁଥିବା ନେଇ ଆଶଙ୍କା ପରେ ମେଟା ମାଲିକାନା ଇନଷ୍ଟାଗ୍ରାମ ଭାରତରେ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର୍ସ ଆଣିବାକୁ ଯାଉଛି(Instagram brings new age verification test to Indian users) । ଅରିଜିନାଲ ଆଇଡି ମୂଳ ID କିମ୍ବା ଭିଡିଓ ସେଲଫି(original ID or video selfie) ଏହି ନୂଆ ନିୟମ ଲାଗୁ କରାଯିବ । ଯଦି କେହି ନିଜ ଜନ୍ମ ତାରିଖକୁ ଇନଷ୍ଟାଗ୍ରାମରେ 18 ବର୍ଷରୁ କମ୍ କିମ୍ବା ଅଧିକ ବୟସର ଆକାଉଣ୍ଟ ଚଲାଇବାକୁ ଚାହାନ୍ତି, ତେବେ କମ୍ପାନୀ ବର୍ତ୍ତମାନ ଏହି ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ବ୍ୟବହାର କରି ସେମାନଙ୍କ ବୟସ ଯାଞ୍ଚ କରିବ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, "ଆମେ ଏହି ଫିଚର୍ସ ଉପରେ ପରୀକ୍ଷା କରୁଛୁ, ତେଣୁ ଏହି ଫିଚର୍ସ କିଶୋର ଏବଂ ବୟସ୍କମାନଙ୍କୁ ସେମାନଙ୍କ ବୟସ ଗ୍ରୁପ୍ ପାଇଁ ସଠିକ୍ ଅଭିଜ୍ଞତା ପ୍ରଦାନ କରିବ ବୋଲି ଆଶା କରୁଛୁ । ଏହି ଫିଚର୍ସ ଚଳିତ ବର୍ଷ ଜୁନ୍ ମାସରେ ଆମେରିକାରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହା ଭାରତ ଏବଂ ବ୍ରାଜିଲରେ ଆରମ୍ଭ ହେବ ।" ଚଳିତ ବର୍ଷ ଶେଷ ପୂର୍ବରୁ ବ୍ରିଟେନ ଏବଂ EU(European Union)ରେ ଏହି ଫିଚର୍ସ ଲାଗୁ କରିବାକୁ କମ୍ପାନୀ ଯୋଜନା କରିଛି । ଇନଷ୍ଟାଗ୍ରାମ ଆହୁରି ମଧ୍ୟ କହିଛି ଯେ, ଆମେ କିଛି ଉନ୍ନତି ଆଣିବା ପାଇଁ ପରୀକ୍ଷଣରୁ ବୟସ ଯାଞ୍ଚ କରିବାର ବିକଳ୍ପ ଭାବରେ Social Vouching କୁ ମଧ୍ୟ ରିମୁଭ୍ କରୁଛୁ ।

ଏହା ମଧ୍ୟ ପଢନ୍ତୁ:- ସୋସିଆଲ ମିଡିଆ ବ୍ୟବହାର ପାଇଁ ନକଲି ଜନ୍ମ ତାରିଖ ଦେଉଛନ୍ତି କିଶୋର-କିଶୋରୀ

ସାମାଜିକ ଭାଉଚିଂ ବିକଳ୍ପ ବ୍ୟବହାରକାରୀଙ୍କୁ ମ୍ୟୁଚୁଆଲ ଅନୁଗାମୀମାନ (followers)ଙ୍କୁ ସେମାନଙ୍କ ବୟସ ବାବଦରେ ଉଲ୍ଲେଖ କରିବାକୁ ଅନୁମତି ଦେଇଥାଏ । ସେମାନଙ୍କ ପାଇଁ ଭାଉଚ୍(vouch) କରିବାକୁ ମନୋନୀତ ହୋଇଥିବା ତିନିଜଣ ବ୍ୟକ୍ତି ସେମାନଙ୍କ ବୟସ କନଫର୍ମ କରିବାକୁ ଏକ ରିକ୍ୟୁଏଷ୍ଟ ଗ୍ରହଣ କରିବେ ଏବଂ ତିନି ଦିନ ମଧ୍ୟରେ ଏହାର ପ୍ରତିକ୍ରିୟା ରଖିବେ । ବର୍ତ୍ତମାନ, ଏହି ପରୀକ୍ଷଣ ପାଇଁ ଭାରତରେ ଏକ ଭିଡିଓ ସେଲଫି ଅପଲୋଡ୍ କରିବାକୁ ଅପ୍ସନ ରହିବ ।

"ଯଦି ଆପଣ ଏହି ବିକଳ୍ପ ବାଛିଛନ୍ତି, ତେବେ ଆପଣଙ୍କୁ ମାର୍ଗଦର୍ଶନ (instructions) କରିବା ପାଇଁ ଆପଣଙ୍କ ସ୍କ୍ରିନ୍ ଗାଇଡ୍ କରିବ । ଆପଣ ଏକ ଭିଡିଓ ସେଲଫି ନେବା ପରେ, ଆମେ Yoti ସହିତ ଫଟୋ ସେୟାର ହେବ । Yoti ଟେକ୍ନୋଲୋଜି ଆପଣଙ୍କ ମୁଖ ଦେଖି ବୟସ ଆକଳନ କରେ । ଏହା ଏକ କମ୍ପାନୀ ଯାହା, ବୟସ ଯାଞ୍ଚ କରିବା ପାଇଁ ଗୋପନୀୟତା-ସଂରକ୍ଷଣ ଉପାୟ ପ୍ରଦାନ କରେ । ତେବେ ମେଟା ଏହା ମଧ୍ୟ ଉଲ୍ଲେଖ କରିଛି ଯେ, Yoti କେବଳ ବୟସ ଆକଳନ କରିବ, ଆପଣଙ୍କ ପରିଚୟ ବାବଦରେ କୌଣସି ସୂଚନା ପାଇନଥାଏ ।

ତେବେ ଇନଷ୍ଟାଗ୍ରାମରେ ସାଇନ୍ ଅପ୍ କରିବା ପାଇଁ ଅତିକମରେ 13 ବର୍ଷ ବୟସ ହୋଇଥିବା ଆବଶ୍ୟକ । ଏହି ସପ୍ତାହରେ, ବ୍ରିଟେନର ମିଡିଆ ୱାଚଡଗ୍ ଅଫକମ୍ କହିଥିଲେ ଯେ, 8 ରୁ 17 ବର୍ଷ ବୟସର ଏକ ତୃତୀୟାଂଶରୁ ଅଧିକ ପିଲା ଜାଲ୍ ଜନ୍ମ ତାରିଖ ଦେଇ, ସାଇନ୍ ଅପ୍ କରିବା ପରେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି । ଅଫକମ୍ ଏକ ବିବୃତ୍ତିରେ କହିଛନ୍ତି ଯେ, ଆମର ସର୍ବଶେଷ ଅନୁସନ୍ଧାନରୁ ଜଣାପଡିଛି ଯେ 8 ରୁ 17 ବର୍ଷ ବୟସର ଅଧିକାଂଶ (77 ପ୍ରତିଶତ) ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କର ନିଜସ୍ୱ ଆକାଉଣ୍ଟ୍ କିମ୍ବା ପ୍ରୋଫାଇଲ୍ ଅନ୍ତତ ପକ୍ଷେ ଗୋଟିଏ ପ୍ରସିଦ୍ଧ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.