ETV Bharat / science-and-technology

ଇସ୍ରୋକୁ ବଡ ସଫଳତା, ହାଲୋ ଅର୍ବିଟରେ ପହଞ୍ଚିଲା ଆଦିତ୍ୟ-L1

author img

By ETV Bharat Odisha Team

Published : Jan 6, 2024, 4:23 PM IST

Updated : Jan 6, 2024, 4:57 PM IST

Aditya-L1 Reaches L1 Point: ଇସ୍ରୋ ରଚିଲା ଆଉ ଏକ ଇତିହାସ। ମହାକାଶରେ ଆଉ ଏକ ଉପଲବ୍ଧି ହାସଲ କରିଲା ଇସ୍ରୋ। ହାଲୋ ଅର୍ବିଟରେ ପହଞ୍ଚିଲା ଆଦିତ୍ୟ-L1। ଅଧିକ ପଢନ୍ତୁ

ହାଲୋ ଅର୍ବିଟରେ ପହଞ୍ଚିଲା ଆଦିତ୍ୟ-L1
Aditya-L1 Reaches L1 Point

ହାଇଦ୍ରାବାଦ: ଆଉ ଏକ ସଫଳତା ହାତେଇଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଭାରତର ସୂର୍ଯ୍ୟ ମିଶନକୁ ମିଳିଲା ବଡ ସଫଳତା। ଗନ୍ତବ୍ୟସ୍ଥଳ ଏଲ 1 ପଏଣ୍ଟରେ(ହାଲୋ ଅର୍ବିଟରେ) ପହଞ୍ଚିଲା ସୂର୍ଯ୍ୟ ମିଶନ ଆଦିତ୍ୟ-L1। ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଗତ ସେପ୍ଟେମ୍ବର 2 ତାରିଖରେ ଆଦିତ୍ୟ ଏଲ1କୁ ମହାକାଶକୁ ଉତକ୍ଷେପଣ କରାଯାଇଥିବା ବେଳେ ଧାର୍ଯ୍ୟ ସମୟ ଅନୁସାରେ ଆଜି ୧୫ ଲକ୍ଷ କିଲୋମିଟର ଦୂର ହାଲୋ ଅର୍ବିଟରେ ପହଞ୍ଚିଲା ଆଦିତ୍ୟ ଏଲ 1। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି। ନିଜ ଏକ୍ସ ହ୍ୟାଣ୍ଡେଲରେ ଟ୍ବିଟ କରି ସୂଚନା ଦେଇଛନ୍ତି।

  • Prime Minister Narendra Modi tweets, "India creates yet another landmark. India’s first solar observatory Aditya-L1 reaches it destination. It is a testament to the relentless dedication of our scientists in realising among the most complex and intricate space missions. I join… pic.twitter.com/kFpDfUWcjO

    — ANI (@ANI) January 6, 2024 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ ଭାରତୀୟ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, "ଭାରତ ଆଉ ଏକ ଉପଲବ୍ଧି ହାସଲ କରିଛି। ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ 1 ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିଛି। ସବୁଠାରୁ ଜଟିଳ ଅନ୍ତରୀକ୍ଷ ଅଭିଯାନକୁ ସଫଳ କରିଛନ୍ତି ଆମ ବୈଜ୍ଞାନିକ। ମିଶନର ସଫଳକା ପାଇଁ ବୈଜ୍ଞାନିକମାନଙ୍କର ସମର୍ପଣର ଏହା ଏକ ପ୍ରମାଣ ଅଟେ। ଏହି ସଫଳତା ପରେ ଭାରତ ଆଉ ଏକ ମାଇଲଖୁଣ୍ଡ ଅତିକ୍ରମ କରିଲା। ଏହି ଅସାଧାରଣ ସଫଳତା ପାଇଁ ସେମାନେ ପ୍ରଶଂସାର ଯୋଗ୍ୟ ଅଟନ୍ତି। ମାନବଜାତିର ହିତ ପାଇଁ ବିଜ୍ଞାନକୁ ଆଗକୁ ବଢାଇବା ପାଇଁ ଆମେ ପ୍ରୟାସ ଜାରି ରଖିବୁ।"

  • From Moon walk to Sun Dance! What a glorious turn of year for Bharat!
    Under the visionary leadership of PM @narendramodi, yet another success story scripted by Team #ISRO. #AdityaL1 reaches its final orbit to discover the mysteries of Sun-Earth connection.

    — Dr Jitendra Singh (@DrJitendraSingh) January 6, 2024 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ସୂର୍ଯ୍ୟରେ ବିଜୟ ଧ୍ବଜା ଉଡାଇବ ଇସ୍ରୋ, ଆଜି ହାଲୋ ଅର୍ବିଟରେ ପହଞ୍ଚିବ ଆଦିତ୍ୟ-L1

ଅନ୍ୟପଟେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଧ୍ୟ ଟ୍ବିଟ ଯୋଗେ ଏହାର ସୂଚନା ଦେଇଛନ୍ତି। ସେ କହିଛଡନ୍ତି, "ଚଳିତବର୍ଷ ଭାରତ ପାଇଁ ଗୌରବପ୍ରଦ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ନେତୃତ୍ବରେ ଇସ୍ରୋ ଟିମ୍ ଆଉ ଏକ ସଫଳତା ହାସଲ କରିଛନ୍ତି। ସୂର୍ଯ୍ୟ ଏବଂ ପୃଥିବୀ ସଂଯୋଗର ରହସ୍ୟ ଖୋଜିବା ପାଇଁ ଆଦିତ୍ୟ ଏଲ 1 ଗନ୍ତବ୍ୟସ୍ଥଳରେ ପହଞ୍ଚି ସାରିଛି।"

ଏହି କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବ ଆଦିତ୍ୟ। ଏହି କକ୍ଷପଥରେ ରହି ସୂର୍ଯ୍ୟର ବିଭିନ୍ନ ଗତିବିଧି, ସୌରଝଡ ଓ ମହାକାଶ ପାଣିପାଗ ସମ୍ପର୍କରେ ଅଧ୍ୟୟନ କରିବ ଆଦିତ୍ୟ ଏଲ1 । ସେହିପରି ପୃଥିବୀ ପୃଷ୍ଠର ଉତପ୍ତତା, ସୌର ବାୟୁମଣ୍ଡଳ, ସୂର୍ଯ୍ୟକିରଣ, ସୌର ତାପମାତ୍ରା ଭଳି ବିଷୟରେ ଅଧ୍ୟୟନ କରି ତଥ୍ୟ ପଠାଇବ । ଆଦିତ୍ୟ L1ରେ ଲାଗିଥିବା ୭ଟି ପେଲୋଡ ଭିତରୁ ୪ଟି ରିମୋଟ ସେନ୍ସିଂ ପେଲୋଡ ଏବଂ ୩ଟି ଇନସିଟୁ ପେଲୋଡ ରହିଛି । ୪ଟି ପେଲୋଡ ସୂର୍ଯ୍ୟର ଆଲୋକ ଉପରେ ଅନୁଧ୍ୟାନ କରିବାକୁ ଥିବାବେଳେ ଆଉ ୩ଟି ମ୍ୟାଗ୍ନେଟିକ ଫିଲ୍ଡ ଓ ପ୍ଲାଜାର ଇନ-ସିଟୁ ପାରାମିଟର ଉପରେ ପରୀକ୍ଷା ନିରୀକ୍ଷା କରିବ । ଏଲ1 ପଏଣ୍ଚରେ ଚୁମ୍ବକୀୟ ପ୍ରଭାବ ରହିନଥାଏ ଫଳରେ ମହାକାଶଯାନ ସୂର୍ଯ୍ୟ ଉପରେ ଗବେଷଣା କରିବାରେ ସହଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 6, 2024, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.