ହାଇଦ୍ରାବାଦ: XDA ଡେଭଲପର୍ସଙ୍କ ଦ୍ବାରା ଚିହ୍ନଟ ହୋଇଥିବା ନୂତନ ଗୁଗୁଲ୍ ଫଟୋ ଅପଡେଟ୍ ୟୁଜର୍ସଙ୍କୁ ଏକ ଗୁଗୁଲ୍ ୱାନ୍ ସଦସ୍ୟତା ପାଇଁ ପ୍ରୋତ୍ସାହିତ କରିଥାଏ । ଗୁଗୁଲ୍ ୱାନ୍ ସଦସ୍ୟ ଭାବରେ ଆପଣ ଅତିରିକ୍ତ ଏଡିଟିଂ ବୈଶିଷ୍ଟ୍ୟ ଗୁଡିକରେ ପ୍ରବେଶ କରିପାରିବେ ।
ଗୁଗୁଲ୍ ୱାନ୍ ସଦସ୍ୟତା ସହିତ ଅଧିକ ଏଡିଟିଂ ବୈଶିଷ୍ଟ୍ୟ ଏବଂ ଷ୍ଟୋରେଜ୍ ଅନଲକ୍ କରିପାରିବେ । ତଥାପି ନୂତନ ପ୍ରମ୍ପ୍ଟ ଗୁଡିକ ଗୁଗୁଲ୍ ୱାନ୍ ସବସ୍କ୍ରିପସନ୍ ପଛରେ କେଉଁ ବୈଶିଷ୍ଟ୍ୟଗୁଡିକ ଲକ୍ ହେବ, ସେ ସମ୍ବନ୍ଧରେ କୈଣସି ସୂଚନା ଜଣାପଡିନାହିଁ ।
ଜଣେ ଗୁଗୁଲ୍ ଫଟୋ ବ୍ୟବହାରକାରୀ ଦାବି କରିଛନ୍ତି ଯେ ‘କଲର୍ ପପ୍’ ବୈଶିଷ୍ଟ୍ୟ ଗୁଗୁଲ୍ ୱାନ୍ ପେୱାଲରେ ଲକ୍ ହୋଇ ରହିଛି। ଗୁଗୁଲ୍ କିନ୍ତୁ କହିଛି ଏହି ବୈଶିଷ୍ଟ୍ୟ ଲକ୍ ହୋଇନାହିଁ ଏବଂ ଏହା ଏକ ନୂତନ ସଂସ୍କରଣ ପ୍ରଦାନ କରିବ, ଯାହା ପୂର୍ବ ଅପେକ୍ଷା ଅଧିକ ଫଟୋରେ ବ୍ୟବହାର କରାଯାଇପାରିବ ।