ନୂଆଦିଲ୍ଲୀ: ପକେଟକୁ ସୁହାଇବା ମୂଲ୍ୟରେ ପୁଣି ବଜାରରେ ଆମାଜ ଫିଟ୍ ୱାଚ୍ । ଆମାଜଫିଟ ଭର୍ଜ ଲାଇଟ ସ୍ମାର୍ଟ ଘଣ୍ଟାକୁ ପୁନଃ ଲଞ୍ଚ କରିଛି ହୁଆମି । ଏଥର ଏହି ସ୍ମାର୍ଟଘଣ୍ଟାରେ AMOLED ସ୍କ୍ରିନ ଏବଂ ଜିପିଏସ ରହିଛି । ବର୍ତ୍ତମାନ ଭାରତରେ ଏହାର ଦାମ ମାତ୍ର 4,999ଟଙ୍କା ରହିଛି ।
ଏହି ସ୍ମାର୍ଟ ଘଣ୍ଟା ପ୍ରଥମେ ଭାରତରେ 6,990 ଟଙ୍କାରେ ଲଞ୍ଚ କରାଯାଇଥିଲା । ଚଳିତ ବର୍ଷ ଆମାଜଫିଟ୍ ଭର୍ଜ ଲାଇଟରେ ଦର ହ୍ରାସ କରାଯାଇଥିବା ନେଇ ଆମାଜଫିଟ୍ ଇଣ୍ଡିଆ ଟ୍ୱିଟ୍ କରିଛି।
ଆମାଜଫିଟ ଭର୍ଜ୍ ଲାଇଟରେ ଜିପିଏସ୍ ସହ ରହିଛି 1.3 ଇଞ୍ଚର AMOLED ଡିସପ୍ଲେ । ଏହି ସ୍ମାର୍ଟ ୱାଚର ଅନ୍ୟାନ୍ୟ ଫିଚର ଗୁଡିକ ହେଲା--

କମ୍ପାନୀ ଗତ ମାସରେ 13,999 ଟଙ୍କାରେ ଭାରତରେ ଆମାଜଫିଟ୍ ଷ୍ଟ୍ରାଟୋସ୍ 3 ସ୍ମାର୍ଟୱାଚ୍ ଲଞ୍ଚ କରିଥିଲା। ଏହି ଘଣ୍ଟା ଏକ ଡୁଆଲ୍-ଚିପ୍ ଏବଂ ଡୁଆଲ୍ ଅପରେଟିଂ ସିଷ୍ଟମ୍ ସହିତ ଚାଳିତ ଏବଂ ବ୍ୟାଟେରୀ କ୍ଷମତା 14 ଦିନ ପର୍ଯ୍ୟନ୍ତ ରହିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ