ETV Bharat / science-and-technology

ଆମେରିକାକୁ ତଥ୍ୟ ଦେଇ ଫେସବୁକ ଗଣିବ 1.3 ବିଲିୟନର ଜରିମାନା

author img

By

Published : May 24, 2023, 12:53 PM IST

ଅନ୍ୟ ଦେଶର ତଥ୍ୟକୁ ଆମେରିକାକୁ ପଠାଉଥିବାରୁ ଫେସବୁକ ଉପରେ 1.3 ବିଲିୟନର ଜରିମାନା ଲଗାଇଲା ୟୁଇ । ଅଧିକ ପଢନ୍ତୁ

EU fines Meta
EU fines Meta

ହାଇଦ୍ରାବାଦ: ପୁଣି ସମସ୍ୟା ଘେରରେ ମେଟା । 1.3 ବିଲିୟନ ଡଲାରରର ଜରିମାନା ଲଗାଇଲା ୟୁଇ । ଆଇଏନସି ଉପରେ ୟୁରୋପୀୟ ସଂଘ(ଇୟୁ)ର ଗୋପନୀୟତା ନିୟାମକ 1.3 ବିଲିୟନ ଡଲାରରର ଜରିମାନା ଲଗାଯାଇଛି । 1.3 ବିଲିୟନ ଡଲାରର ମୂଲ୍ୟ 10765 କୋଟି ଅଟେ । ଫେସବୁକ, ଇନଷ୍ଟାଗ୍ରାମ ୟୁଜର୍ସଙ୍କ ତଥ୍ୟ ଆମେରିକାକୁ ପଠାଉଥିବାରୁ ଜରିମାନା ଲଗାଯାଇଥିବା ସୂଚନା ଦିଆଯାଇଛି ।

ସୂଚନାଥାଉକି, 5 ବର୍ଷ ପୂର୍ବେ ୟୁରୋପୀୟ ସଂଘ ଗୋପନୀୟତା ଉଲ୍ଲଘଂନ ଉପରେ କଡା ଆଇନ ଲାଗୁ କରାଯାଇଥିଲା । ଏହାପର ଠାରୁ ଥରେ ଆମାଜନ ଉପରେ ମଧ୍ୟ ଆଇନ ଉଲ୍ଲଘଂନ ନେଇ ଜରିମାନା ଆଦାୟ କରାଯାଇଥିଲା । 74.6 କୋଟି ୟୁରୋର ଜରିମାନା ଆଦାୟ କରାଯାଇଥିଲା । ଏହାପରେ ଫେସବୁକ ଉପରେ 10765 କୋଟିର ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଉଛି 5 ବର୍ଷ ଭିତରେ ଆହା ସବୁଠାରୁ ବଡ ଜରିମାନା ଅଟେ ।

ତେବେ ଏନେଇ ଆୟାରଲ୍ୟାଣ୍ଡ ଡାଟା ସଂରକ୍ଷଣ କମିଶନ ହେଲେନ ଡିକ୍ସନଙ୍କ ନେତୃତ୍ବରେ ୟୁରୋପୀୟ ସଂଘର ନିୟାମକ ଫେସବୁକ ଦ୍ବାରା ୟୁରୋପୀୟ ୟୁଜର୍ସଙ୍କ ଡାଟାକୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବହୃତ ହେଉଥିବା ଆଇନଗତ ଉପରକଣ ଉପରେ କଟକଣା ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: WhatsApp Sticker Feature : ଆହୁରି ମଜାଦାର ହେବ ହ୍ବାଟସଅପ୍ ଚାଟ୍‌, ନିଜେ ତିଆରି କରିପାରିବେ ଷ୍ଟିକର

ଏହା ମଧ୍ୟ ପଢନ୍ତୁ: Instagram Outage: ସ୍ବାଭାବିକ ହେଲା ଇନଷ୍ଟାଗ୍ରାମ, 1 ଲକ୍ଷ 80 ହଜାର ୟୁଜର୍ସ କରିଥିଲେ ଅଭିଯୋଗ

ଏନେଇ ଡାଟା ସୁରକ୍ଷା ଆୟୋଗ କହିଛନ୍ତି,"ଆମେରିକାକୁ ଡାଟା ଟ୍ରାନ୍ସଫର ନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ଯେଉଁ ଡାଟା ସେୟାର ହେଉଥିବା ନେଇ ଖବର ସାମ୍ନାକୁ ଆସୁଛି, ଏହା ଦ୍ବାରା ମୌଳିକ ଅଧିକାର ଏବଂ ସ୍ବାଧିନତା ପ୍ରତି ବିପଦ ସୃଷ୍ଟି ହୋଇପାରେ ।" ତେବେ ଏନେଇ ପରବର୍ତ୍ତୀ ସମୟରେ ଡାଟା ଟ୍ରାନ୍ସଫରକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି । ଫେସବୁକ ଟ୍ରାନ୍ସ ଆଟଲାଣ୍ଟିକ ଡାଟା ଟ୍ରାନ୍ସଫର ରୋକିବା ପାଇଁ ଏକମାସ ସମୟ ଥିଲା । କିନ୍ତୁ ଏଭଳି ତ୍ରୁଟି ଯୋଗୁଁ ଚଳିତମାସ ଶେଷ ସୁଦ୍ଧା ଏହା ଉପରେ ରୋକ ଲଗାଯିବା ନେଇ କୁହାଯାଉଛି ।

କହିରଖୁଛୁ କି, ୨୦୨୦ରେ ୟୁରୋପର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ରାୟରେ ଇୟୁ-ୟୁଏସ୍ ଡାଟା ଟ୍ରାନ୍ସଫର ବୁଝାମଣାକୁ ଅବୈଧ କୁହାଯାଇଥିଲା । ଏଥିପାଇଁ ମେଟାକୁ ଗତବର୍ଷ ଡାଟା ଟ୍ରାନ୍ସଫର ଲାଗି ସତର୍କ କରାଯିବା ସହ ୟୁରୋପରେ ଫେସବୁକ୍ ସେବାକୁ ମଧ୍ୟ ସସପେଣ୍ଡ କରାଯାଇଥିଲା । ଏହାପରେ ପୁଣି ଫେସବୁକ ଉପରେ ଜରିମାନା ନେଇ ଖବର ସାମ୍ନାକୁ ଆସୁଛି । ଫେସବୁକ ଉପରେ 1.3 ବିଲିୟନ ଡଲାରରର ଜରିମାନା ଲଗାଇଛି ୟୁଇ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.