ETV Bharat / science-and-technology

ଭାରତୀୟଙ୍କ ପାଇଁ ଉପଲବ୍ଧ ହେଲା Grok AI, ଏହା ରହିଛି ପ୍ଲାନ - ଭାରତରେ ଲଞ୍ଚ ହେଲା ଏଆଇ ଗ୍ରୋକ

Grok Available in India: ଗ୍ରୋକ ଏଆଇକୁ ଭାରତ ସହିତ ଅନ୍ୟ 46ଟି ଦେଶରେ ଲଞ୍ଚ କରିଲା ଏକ୍ସ । ଅଧିକ ପଢନ୍ତୁ

Grok Available in India
Grok Available in India
author img

By ETV Bharat Odisha Team

Published : Dec 14, 2023, 5:03 PM IST

ହାଇଦ୍ରାବାଦ: ବିଲେନିୟର ଏଲନ ମସ୍କ ଗତ ଶୁକ୍ରବାର ଦିନ ଏକ୍ସର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟାଟବୋଟ ଗ୍ରୋକ ଲଞ୍ଚ କରିଥିଲେ । ଆମେରିକାରେ ଏହା ଲଞ୍ଚ କରାଯାଇଥିବା ବେଳେ ଆଜି ଠାରୁ ଏହାର ଫାଇଦା ଉଠାଇ ପାରିବେ ଭାରତୀୟ । Grok AIକୁ ବିକଶିତ କରିଛି xAI । ଏହା ହେଉଛି ମସ୍କଙ୍କର ଏଆଇ ଷ୍ଟାଟଅପ । ତେବେ ଗ୍ରୋକ ଏଆଇ ଲଞ୍ଚ କରିବା ପରେ ଏଲନ ମସ୍କ ଦାବି କରିଛନ୍ତି ଯେ, ଏହା ଓପନଏଆଇର ଚାଟଜିପିଟି ଠାରୁ ସର୍ବୋତ୍ତମ ।

ଗ୍ରୋକ ଏଆଇ ନିକଟରେ ସଠିକ ସମୟରେ ସଠିକ ସୂଚନା ପ୍ରଦାନ କରିବାର କ୍ଷମତା ରହିଥିବା କାରଣରୁ ଏହା ସବୁଠାରୁ ଚର୍ଚ୍ଚାରେ ରହିଛି । ଯାହାକି ଚାଟଜିପିଟି ନିକଟରେ ସମ୍ଭବ ନୁହେଁ । ଗ୍ରୋକ ଏଆଇକୁ ଭାରତ ସହିତ ଅନ୍ୟ 46ଟି ଦେଶରେ ମଧ୍ୟ ଲଞ୍ଚ କରାଯାଇଛି । ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଅନେକ ଦେଶ ସାମିଲ ହୋଇ ରହିଛି । Grok AI ଚାଟବୋଟ ଏକ ଶୁଳ୍କ ଆଧାରିତ ଟୁଲ ଅଟେ । ଯାହାକୁ ଏକ୍ସର ପ୍ରିମିୟମ ପ୍ଲସ ସବସ୍କ୍ରାଇବର ହିଁ ବ୍ୟବହାର କରିପାରିବେ ।

X Premium+ୟୁଜର୍ସଙ୍କୁ ମିଳିବ ଏକ୍ସେସ: ଏଲନ ମସ୍କଙ୍କର ଗ୍ରୋକ ଏକ୍ସର ଆକ୍ସେସ ପ୍ରିମିୟମ ୟୁଜର୍ସଙ୍କୁ ହିଁ ମିଳିବ। ଭାରତରେ ଏକ୍ସ ପ୍ରିମିୟମ ପ୍ଲସର ମାସିକ ସବସ୍କ୍ରିପସନ 1300 ଟଙ୍କା ରହିଥିବା ବେଳେ ବାର୍ଷିକ ପ୍ଲାନର ଦାମ 13 ହଜାର 600 ଟଙ୍କା ରହିଛି । ଏହାକୁ ଓ୍ବେବ, ଆଇଓଏସ ଏବଂ ଆଣ୍ଡ୍ରୋଏଡ ଏହି 3ଟି ପ୍ଲାଟଫର୍ମରେ ବ୍ୟବହାର କରିପାରିବେ ୟୁଜର୍ସ ।

ଏହା ମଧ୍ୟ ପଢନ୍ତୁ: ଏଆଇ ଚାଟବୋଟ ଗ୍ରୋକ ଲଞ୍ଚ କଲେ ମସ୍କ, ଏହି ୟୁଜର୍ସଙ୍କୁ ମିଳିବ ସୁବିଧା

ଏକ୍ସର ଗ୍ରୋକ କଣ: ଗ୍ରୋକ ଏଆଇ ଗୁଗଲ ବାର୍ଡ ଏହଂ ଚାଟଜିପିଟି ଭଳି ଏକ ପ୍ରକାର ଏଆଇ ଟୁଲ ଅଟେ । ଗ୍ରୋକ ଏକ୍ସର ପ୍ରଥମ ଏଆଇ ଚାଟ ଟୁଲ ଅଟେ । ଏହା ଏକ୍ସରେ ସେୟାର ହେଉଥିବା ସୂଚନାକୁ ସଠିକ ସମୟରେ ଏକ୍ସେସ କରିପାରିବା ସହିତ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହେବ । ତେବେ ଏହା ବ୍ୟଙ୍ଗୋକ୍ତି ମଧ୍ୟ କହିପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି । ତେବେ ଗ୍ରୋକ ଏଆଇକୁ ଏଭଳି ଗାଇଡ କିଏ କରିଛି ସେନେଇ ଜାଣିନଥିବା କଥା କହିଛନ୍ତି ମସ୍କ ।

ଗ୍ରୋକ ଏଆଇ ନେଇ ଏଲନ ମସ୍କ କହିଛନ୍ତି,"ସମସ୍ତ ପ୍ରକାର ବିଷୟକୁ ଗ୍ରୋକ ନିଜେ ଶୁଣିବା ସହିତ କହିବାର କ୍ଷମତା ରହିଛି। କିନ୍ତୁ ଏହା କେତେକ ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହେବ ନାହିଁ । ଏହାର ଅର୍ଥ ବିପଦପୂର୍ଣ୍ଣ ବିଷୟ ଠାରୁ ଦୂରେଇ ରହିବ ଗ୍ରୋକ ଏଆଇ ଉଦାହରଣ ସ୍ବରୂପ ଯଦି ଜଣ ଡ୍ରଗ୍ସ ତିଆରି କରିବାର କୌଶଳ ପଚାରିବ ତାହେଲେ କୌଣସି ପ୍ରକାର ଉତ୍ତର ନଦେଇ ନିରବ ରହିବ ଗ୍ରୋକ ଏଆଇ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.