ETV Bharat / science-and-technology

ଜଣେ ବୋକାକୁ ଦାୟିତ୍ବ ଦେଇ ଛାଡିଦେବି ଟ୍ବିଟର CEO ପଦ: ଏଲନ ମସ୍କ - ଟ୍ବିଟର ଅପଡେଟ୍ ନ୍ୟୁଜ

ଖୁବ୍‌ଶୀଘ୍ର ଟ୍ବିଟର CEO ପଦରୁ ଇସ୍ତଫା ଦେବେ ଏଲନ ମସ୍କ(Elon Musk will resign as twitter CEO) । ଜଣେ ବୋକା ଲୋକଙ୍କୁ ଦାୟିତ୍ବ ଦେଇ ଏହି ପଦ ଛାଡିବି କହିବା ପରେ ବଢିଲା ଚର୍ଚ୍ଚା । ଅଧିକ ପଢନ୍ତୁ

ଏଲନ ମସ୍କ
Elon Musk
author img

By

Published : Dec 21, 2022, 10:56 AM IST

ନୂଆଦିଲ୍ଲୀ: ଟ୍ବିଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(Chief Executive Officer) ପଦରୁ ଖୁବ୍‌ଶୀଘ୍ର ଇସ୍ତଫା ଦେବେ ଏଲନ ମସ୍କ । ଏନେଇ ଖୋଦ୍‌ ମସ୍କ ସ୍ପଷ୍ଟ କରିଛନ୍ତି । ଜଣେ ବୋକାଙ୍କୁ ଏହି ଦାୟିତ୍ବ ଦେବା ପୂର୍ବରୁ ମୁଁ ଟ୍ବିଟର CEO ପଦରୁ ଇସ୍ତଫା ଦେଇ ସାରିଥିବି ବୋଲି ମସ୍କ କହିଛନ୍ତି ।

  • I will resign as CEO as soon as I find someone foolish enough to take the job! After that, I will just run the software & servers teams.

    — Elon Musk (@elonmusk) December 21, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, କିଛିଦିନ ତଳେ ମସ୍କ ସୋସିଆଲ ମିଡିଆରେ ଏକ ସର୍ଭେ କରିଥିଲେ । ଯେଉଁଥିରେ ସେ ସର୍ବସାଧାରଣଙ୍କୁ ପ୍ରଶ୍ନ କରିଥିଲେ କି, "ମୁଁ ଟ୍ବିଟର CEO ପଦରୁ ଇସ୍ତଫା ଦେବା ଉଚିତ୍ କି ନୁହଁ ?" ଏହି ସର୍ଭେ ପରେ ମସ୍କ ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, "ଜଣେ ବୋକା ଲୋକଙ୍କୁ ଖୋଜି ଦାୟିତ୍ବ ଦେବା ପରେ ମୁଁ ସିଇଓ ପଦରୁ ଇସ୍ତଫା ଦେବି ! ଏହା ପରେ, ମୁଁ କେବଳ ସଫ୍ଟୱେର୍ ଏବଂ ସର୍ଭର ଟିମ୍ କାମ ତଦାରଖ କରିବି ।"

ତେବେ କହି ରଖୁଛୁ ଯେ, 44 ବିଲିୟନ ଡଲାର ବ୍ୟୟରେ ମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମର ମୁଖ୍ୟ ପଦରୁ ଇସ୍ତଫା ଦେବା ବିଷୟରେ ଉଲ୍ଲେଖ କରିଛନ୍ତି । ମସ୍କ ଏନେଇ ଜନତାଙ୍କ ସହଯୋଗ ମଧ୍ୟ ଲୋଡିଥିଲେ । ସେ ଜନତାଙ୍କୁ CEO ପଦରୁ ଇସ୍ତଫା ଦେବା ଉଚିତ୍ କି ନୁହଁ ବୋଲି ପଚାରିଥିଲେ ? ଏପରିକି ଟ୍ୱିଟରରେ ପଚାରିଥିବା ପ୍ରଶ୍ନର ମତଦାନ ଫଳାଫଳ ଯାହା ବି ଆସିବ, ସେ ଏହାକୁ ଅନୁସରଣ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ ।

ବର୍ତ୍ତମାନ ସର୍ଭେରେ 57.5 ପ୍ରତିଶତ ଲୋକ ଏହାର ଉତ୍ତରରେ ସେ CEO ପଦ ଛାଡି ଦିଅନ୍ତୁ ବୋଲି କହିଛନ୍ତି । ଏହାର ଅର୍ଥ ମସ୍କ ଇସ୍ତଫା ଦେବା ଉଚିତ୍ ବୋଲି ବିଶ୍ବର ଅଧାରୁ ଅଧିକ ଲୋକେ ଚାହୁଁଛନ୍ତି । ଏହି ଫଳାଫଳ ଅନୁସାରେ ମସ୍କ ଆଗାମୀ ଦିନରେ CEO ଦାୟିତ୍ବରୁ ଓହରିବେ ବୋଲି ଘୋଷଣା କରିଛନ୍ତି । ମାତ୍ର ସେ ଟ୍ବିଟ୍ କରିଥିବା "ବୋକା ଲୋକଙ୍କୁ ଦାୟିତ୍ବ ଦେବା" ଟ୍ବିଟ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.