ETV Bharat / science-and-technology

Elon Musk on Chandrayaan-3: ହଲିଉଡ ଫିଲ୍ମ ଇଣ୍ଟରଷ୍ଟେଲର ଠାରୁ ଚନ୍ଦ୍ରଯାନ-3ର ବଜେଟ କମ, ଏଭଳି କହିଲେ ମସ୍କ - ଚନ୍ଦ୍ରଯାନ 3ର ବଜେଟ

ଚନ୍ଦ୍ରଯାନ-3ର ବଜେଟକୁ ନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଚ୍ବିଟ ଭାଇରାଲ ହେବାରେ ଲାଗିଛି । ଇଣ୍ଟରଷ୍ଟେଲର ଠାରୁ ଚନ୍ଦ୍ରଯାନ-3ର ବଜେଟ କମ ବୋଲି ଟ୍ବିଟ ଭାଇରାଲ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଏଲନ ମସ୍କ । ଅଧିକ ପଢନ୍ତୁ

Elon Musk on Chandrayaan-3
Elon Musk on Chandrayaan-3
author img

By ETV Bharat Odisha Team

Published : Aug 23, 2023, 7:54 PM IST

ହାଇଦ୍ରାବାଦ: ଭାରତର ଚନ୍ଦ୍ରଯାନ-3 ଚନ୍ଦ୍ର ପୃଷ୍ଠରେ ଇତିହାସ ରଚିଛି। ସମସ୍ତଙ୍କର ନଜର ଇସ୍ରୋର ମୁନ ମିଶନ ଉପରେ ରହିଥିବା ବେଳେ ବିଶ୍ବରେ 4ର୍ଥ ନମ୍ବର ଦେଶ ହୋଇପାରିଛି ଭାରତ। ଏହାରି ଭିତରେ ଏକ ଟ୍ବିଟ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଟ୍ବିଟରେ କୁହାଯାଇଛି ଯେ, 'ଚନ୍ଦ୍ରଯାନ-3ର ବଜେଟ ହଲିଉଡ ଫିଲ୍ମ ଇଣ୍ଟରଷ୍ଟେଲର ଠାରୁ ମଧ୍ୟ କମ ଅଟେ।' ଏହି ଟ୍ବିଟ ଭାଇରାଲ ହେବା ପରେ ଏକ୍ସ ମାଲିକ ଏଲନ ମସ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କମେଣ୍ଟରେ କହିଛନ୍ତି Good For India (ଭାରତ ପାଇଁ ଉତ୍ତମ)।

ତେବେ କହିରଖୁଛୁ କି ଭାଇରାଲ ହୋଇଥିବା ଏକ୍ସ ଆକାଉଣ୍ଚ ଭେରିଫାଇଡ ହୋଇଛି। ଟ୍ବିଟ କରି କୁହାଯାଇଛି, "ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତର ଚନ୍ଦ୍ରଯାନ-3 ମିଶନର ବଜେଟ ହଲିଉଡର ଇଣ୍ଟରଷ୍ଟେଲର ବଜେଟ ଠାରୁ ମଧ୍ୟ କମ ଅଟେ।" ଇଣ୍ଟରଷ୍ଟେଲର 165 ମିଲିୟନ ଡଲାର ବଜେଟରେ ତିଆରି ହୋଇଥିବା ବେଳେ ଭାରତର ବହୁ ପ୍ରତୀକ୍ଷିତ ମୁନ ମିଶନ ଚନ୍ଦ୍ରଯାନ ପାଇଁ 75 ମିଲିୟନ ଡଲାର(615 କୋଟି) ଖର୍ଚ୍ଚ ହୋଇଛି। ଏହି ଟ୍ବିଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଟେସଲା ସିଇଓ। ପ୍ରକାଶଥାଉକି, 2013 ମସିହାରେ ଇଣ୍ଡିଆ ମଙ୍ଗଳ ମିଶନ ଗଗନଯାନର ବଜେଟ୍ ମଧ୍ୟ ହଲିଉଡ୍ ଚଳଚ୍ଚିତ୍ର ଗ୍ରେଭିଟି ଠାରୁ ବହୁତ କମ୍ ଥିଲା। ଚଳଚ୍ଚିତ୍ର ଗ୍ରେବିଟିର ବଜେଟ୍ 644 କୋଟି ଥିବାବେଳେ ଗଗନଯାନର ବଜେଟ୍ ମାତ୍ର 470 କୋଟି ରହିଥିଲା। ଏଲନ ମସ୍କଙ୍କ ଏହି ଜବାବକୁ 87 ହଜାରରୁ ଅଧିକ ଲେକ ଦେଖିଥିବା ବେଳେ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ଏହା ମଧ୍ୟ ପଢନ୍ତୁ: Chandrayaan3: ଆଜି ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-3, ଜାଣନ୍ତୁ କେମତି ହୁଏ ଲ୍ୟାଣ୍ଡିଂ

ଏହା ମଧ୍ୟ ପଢନ୍ତୁ: Chandrayaan 3 Soft landing: 'ଗର୍ବର ସହ କହୁଛି ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବ'

ପୂର୍ବ ନିର୍ଦ୍ଧାରିତ ସମୟ ଭାରତୀୟ ସମୟ ସଂଧ୍ୟା 6 ଟା 4 ମିନିଟରେ ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଏହି ସମସ୍ତ ପ୍ରକ୍ରିୟା ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟ ମିଶନ କଣ୍ଟ୍ରୋଲରୁ ନିୟନ୍ତ୍ରିତ କରାଯାଇଥିଲା । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର 4ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି । ଆଜିଠାରୁ ଭାରତ ଇତିହାସରେ ଯୋଡି ହେଲା ଆଉ ଏକ ସଫଳତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.