ETV Bharat / science-and-technology

ବିନା ମାଟିରେ ହସିବ ସୁନାର ଫସଲ, ବୈଜ୍ଞାନିକ ବାହାର କଲେ ଇ-ସଏଲ

author img

By ETV Bharat Odisha Team

Published : Dec 27, 2023, 1:05 PM IST

Scientists Developed Electronic Soil: ଚାଷ ପାଇଁ ଆବଶ୍ୟକ ହେବନି ମାଟି । ବିନା ମାଟିରେ ହସିବ ସୁନାର ଫସଲ । ବୈଜ୍ଞାନିକ ବାହାର କଲେ ଇ-ସଏଲ । ଅଧିକ ପଢ଼ନ୍ତୁ

Electronic Soil
Electronic Soil

ହାଇଦ୍ରାବାଦ: ଏଣିକି ଚାଷ କ୍ଷେତ୍ରରେ ହେବନି ସମସ୍ୟା। ଚାରା ଲଗାଇବାର ଅଳ୍ପ ଦିନରେ ବଢିବ ଗଛ, ଫଳିବ ଫଳ । ବିନା ମାଟି, କମ ମାତ୍ରାରେ ଜଳ ସହିତ ବିନା ରାସାୟନିକ ସାରରେ ବଢିବ ଗଛ । ଏକଥା ଆମେ କହୁନାହୁଁ, ବରଂ ବୈଜ୍ଞାନିକମାନେ ଏନେଇ ଦାବି କରିଛନ୍ତି । ବୈଜ୍ଞାନିକମାନେ ବିଦ୍ୟୁତ ପରିବାହୀ ମୃତ୍ତିକା(Electronic Soil)ର ବିକାଶ କରିଛନ୍ତି । ଏହି ମାଟିରେ ଚାରା ଲଗାଇଲେ 15 ଦିନରେ 50 ପ୍ରତିଶତ ବୃଦ୍ଧି ପାଇବା ନେଇ ଦାବି କରାଯାଇଛି । ମୃତ୍ତିକା ବିହୀନ ଏହି କୃଷି ପଦ୍ଧତିକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଏହା ଦ୍ବାରା ଖୁବ କମ୍ ସମୟରେ ଚାରା ବୃଦ୍ଧି ପାଇ ଫଳ ପ୍ରଦାନ କରିବ ବୋଲି କୁହାଯାଇଛି ।

ତେବେ ଏନେଇ ସ୍ବିଡେନ୍‌ର ଲିଙ୍କୋପିଙ୍ଗ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଏଲେନି ଷ୍ଟାଭ୍ରିନିଡୋଉ କହିଛନ୍ତି, "ବିଶ୍ବରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହିତ ଜଳବାୟୁରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଉଛି । ତେଣୁ ବର୍ତ୍ତମାନ କୃଷି ପଦ୍ଧତି ଆପଣାଇ ବିଶ୍ବର ଖାଦ୍ୟ ଚାହିଦାକୁ ପୂରଣ କରିପାରିବା ନାହିଁ । ଏହା ଭବିଷ୍ୟତରେ ସମ୍ଭବପର ହେବ ନାହିଁ । କିନ୍ତୁ ହାଇଡ୍ରୋପୋନିକ୍ସ ସାହାଯ୍ୟରେ ଏହା ସମ୍ଭବ ହୋଇପାରିବ । ଏହାର ସହାୟତାରେ ସହରୀ ପରିବେଶରେ ଅତ୍ୟନ୍ତ ନିୟନ୍ତ୍ରିତ ବ୍ୟବସ୍ଥାରେ ଖାଦ୍ୟ ଉତ୍ପାଦନ କରିପାରିବା ।"

15ଦିନରେ 50 ପ୍ରତିଶତ ବଢିବ ଚାରା: ବୈଜ୍ଞାନିକମାନେ ହାଇଡ୍ରୋପୋନିକ୍ସ ଚାଷ ​​ପାଇଁ ବିଦ୍ୟୁତ ପରିବାହୀ ମୃତ୍ତିକା ବିକଶିତ କରିଛନ୍ତି । ଏହାକୁ ଇ-ସଏଲ ବୋଲି କୁହାଯାଉଛି । ଏନେଇ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ପତ୍ରିକାରେ ପ୍ରକାଶିତ ହୋଇଛି । ତେବେ ଏଥିରେ ମାତ୍ର 50 ଦିନରେ ଚାରା 50 ପ୍ରତିଶତ ବୃଦ୍ଧି ପାଇବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବିଶ୍ବ ଭାରତୀର ଗବେଷକ ଆବିଷ୍କାର କଲେ ଟାଗୋର, କୃଷି କ୍ଷେତ୍ରରେ ଆଣିବ ପରିବର୍ତ୍ତନ !

ବିନା ମାଟିରେ ଫଳିବ ଫଳ: ବିନା ମାଟିରେ ଫଳ ଫଳିବାକୁ ହାଇଡ୍ରୋପୋନିକ୍ସ ଚାଷ କୁହାଯାଏ । ଏଥିରେ ଚାଷ ପାଇଁ ଇ-ସଏଲର ବ୍ୟବହାର ହୋଇଥାଏ । ଏଥିରୁ ଚେର୍‌ ଆବଶ୍ୟକ ପରିମାଣର ପାଣି ଏବଂ ପୋଷକ ତତ୍ତ୍ବ ଗ୍ରହଣ କରିଥାଏ । ତେବେ ଏହି ପଦ୍ଧତିରେ ବିନା ମାଟି ଏବଂ କମ୍ ପାଣିରେ ଫଳ ଫଳିବା ସମ୍ଭବ ହୋଇଥାଏ । ଯାହା ପାରମ୍ପରିକ ଚାଷରେ ସମ୍ଭବ ହୁଏ ନାହିଁ । ତେବେ ସମସ୍ତ ପ୍ରକାର ଫଳ ପନିପରିବା ଚାଷ ସମ୍ଭବ ହୋଇପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.