ETV Bharat / science-and-technology

ହୁ ମୁଖ୍ୟଙ୍କ ଚେତାବନୀ ପରେ ଚିନ୍ତା ବଢାଇଲା Disease X, ପଶୁଙ୍କ ପରେ ମଣିଷକୁ ବ୍ୟାପିବ - ଡିଜିଡ ଏକ୍ସ କଣ

WHO ମୁଖ୍ୟ ଟେଡ୍ରସ ଆଧାନୋମ ନିକଟରେ ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଭାରେ ଏକ ବୟାନ ଦେଇ ବିଶ୍ବବାସୀଙ୍କୁ ସଚେତନ କରାଇଥିଲେ । ଯେଉଁଥିରେ ସେ ଡିଜିଜX ବିଷୟରେ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଥିଲେ । ତେବେ ଜାଣନ୍ତୁ କଣ ଏହି Disease X

Disease X
Disease X
author img

By

Published : May 26, 2023, 1:26 PM IST

ହାଇଦ୍ରାବାଦ: ଗତ 3 ବର୍ଷ ଧରି କୋରୋନାରେ କବଳିତ ହୋଇଛି ଦେଶ । କୋଭିଡ ମହାମାରୀ ଯୋଗୁଁ ଭାରତରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏହାରି ଭିତରେ ପୁଣି ଏକ ଚିନ୍ତା ବଢାଇଲା ଭଳି ଖବର ସାମ୍ନାକୁ ଆସିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଆଉ ଏକ ମହାମାରୀ ପାଇଁ ବିଶ୍ବବାସୀଙ୍କୁ ଚେତାବନୀ ଦେଇଥିଲେ । Disease X ରୂପରେ ଏକ ମହାମାରୀ ଆସିବା ନେଇ ଆସିବା ନେଇ ଆଶଙ୍କା କରାଯାଇଛି । ଏହା କୋରୋନା ମହାମାରୀ ଠାରୁ ମଧ୍ୟ ଅଧିକ ଭୟଙ୍କର ହେବ ବୋଲି କୁହାଯାଇଛି ।

ମେ 22 ତାରିଖରୁ 76 ତମ ବିଶ୍ବ ସ୍ବାସ୍ଥ୍ୟ ସଭା ସ୍ବିଜରଲ୍ୟାଣ୍ଡର ଜେନେଭାରେ ଜାରି ରହିଛି । ଏହି ସଭାରେ ଗତ 24 ତାରିଖ ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରସ ଆଧାନୋମ କହିଥିଲେ, "ଆଗକୁ ଏକ ମହାମାରୀ ଆସିବାର ସମ୍ଭାବନା ରହିଛି । ଏହି ଭୂତାଣୁ ଦ୍ବାରା ବିଶ୍ବରେ ଅନେକ ଲୋକେ ସଂକ୍ରମିତ ହେବେ । ଏଥିପାଇଁ ସମସ୍ତଙ୍କୁ ସଜାଗ ରହିବାର ଆବଶ୍ୟକତା ରହିଛି । ଆମକୁ ନିର୍ଣ୍ଣାୟକ ଏବଂ ସାମୂହିକ ଭାବେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ ।"

ହୁର ୱ୍ୱେବସାଇଟରେ ଉପଲବ୍ଧ ପ୍ରାୟୋରିଟି ଡିଜିଜ୍ ଲିଷ୍ଟ ଉପରେ ଲୋକଙ୍କ ଧ୍ୟାନ କେନ୍ଦ୍ରିତ ହୋଇଛି । ତେବେ WHO କିଛି ସଂକ୍ରାମକ ରୋଗ ଚିହ୍ନଟ କରାଯାଇଛି ଯାହା ପରବର୍ତ୍ତୀ ମହାମାରୀର କାରଣ ହୋଇପାରେ ବୋଲି କୁହାଯାଇଛି । ଏହି ରୋଗ ଗୁଡ଼ିକରେ ଇବୋଲା ଭାଇରସ, ମାରବର୍ଗ, ମିଡିଲ ଇଷ୍ଟ ରେସ୍ପିରେଟରୀ ସିଣ୍ଡ୍ରୋମ, କୋଭିଡ -19, ଜିକା ଏବଂ ବୋଧ ହୁଏ ସବୁଠାରୁ ଭୟଭୀତ ରୋଗ ଡିଜିଜ X ଅନ୍ତର୍ଭୁକ୍ତ।

ଏହା ମଧ୍ୟ ପଢନ୍ତୁ: ବିଶ୍ବବାସୀଙ୍କୁ WHOର ଚେତାବନୀ, ଆଗାମୀ ମହାମାରୀ ପାଇଁ ପ୍ରସ୍ତୁତ ରୁହ

ତେବେ ଡିଜିଜ ଏକ୍ସ କଣ ?: ଡିଜିଜ ଏକ୍ସ ଏକ ରୋଗ ନୁହେଁ ବରଂ ଏକ ଟର୍ମ ଅଟେ । ଏହା ସବୁଠାରୁ ଭୟଙ୍କର ମହାମାରୀ ହୋଇପାରେ । ରୋଗ X ଟର୍ମର ବ୍ୟବହାର ହୁ ଦ୍ବାରା ପ୍ୱେସ ହୋଲ୍ଡର ଭାବେ ବ୍ୟବହାର କରାଯାଇଛି, ଯାହା ମାନବ ସଂକ୍ରମଣରୁ ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ଚିକିତ୍ସା ବିଜ୍ଞାନ ପାଇଁ ଅଜ୍ଞାତ ଅଟେ । କହିବାକୁ ଗଲେ ଡିଜିଜ ଏକ୍ସ ଏମିତି ଏକ ରୋଗ ହୋଇପାରେ । ଯାହା ପରବର୍ତ୍ତୀ ସମୟରେ ଏକ ମହାମାରୀର ରୂପ ନେଇପାରେ । ଉଦାହରଣ ସ୍ୱରୂପ, କୋରୋନା ମଧ୍ୟ ପୂର୍ବରୁ 'ଡିଜିଜ X' ଥିଲା । 2018 ମସିହାରେ ପ୍ରଥମ ଥର ହୁ ଏହି ଡିଜିଜ ଏକ୍ସ ଟର୍ମର ବ୍ୟବହାର କରିଥିଲା । ପରବର୍ତ୍ତୀ ସମୟରେ ଡିଜିଜ ଏକ୍ସକୁ କୋଭିଡର ନାମ ଦିଆଯାଇଥିଲା । ଏଭଳି ଭାବେ ପରବର୍ତ୍ତୀ ସମୟରେ ମଧ୍ୟ ଡିଜିଜ ଏକ୍ସର ନାମକୁ ପରିବର୍ତ୍ତନ କରାଯିବ । ଯେତେବେଳେ ଏକ ମହାମାରୀ ସାମ୍ନାକୁ ଆସିବ ଏବଂ ନୂଆ ନାମ ଦିଆଯିବ ସେତେବେଳେ ଡିଜିଜ ଏକ୍ସର ନାମ ପରିବର୍ତ୍ତନ କରାଯାଇ ନୂଆ ନାମ ଦିଆଯିବ ।

ଡିଜିଡ ଏକ୍ସ ପରବର୍ତ୍ତୀ ସମୟରେ ଏକ ମାରାତ୍ମକ ରୋଗ ଭାବରେ ଉଭା ହେବ । ଏହାକୁ ଦୃଷ୍ଟିରେ ରଖି ଲୋକମାନେ ବର୍ତ୍ତମାନ ଠାରୁ ସତର୍କ ହେବା ଆବଶ୍ୟକ । କିନ୍ତୁ ଏକ ଚିନ୍ତାର ବିଷୟ ଯେ, ଯେତେବେଳେ କୋରୋନା ମହାମାରୀ ଆସିଥିଲା ସେତେବେଳେ କୌଣସି ଔଷଧ କିମ୍ବା ଟିକା ନଥିଲା । ଠିକ ସେଭଳି ଡିଜିଜ ଏକ୍ସକୁ ନେଇ ମଧ୍ୟ କୌଣସି ଟିକା ତିଆରି କରାଯାଇନାହିଁ । ତଥାପି, ବିଶ୍ୱାସ କରାଯାଏ ଏହି ରୋଗ ଏକ ଜୀବାଣୁ, ଭୂତାଣୁ ହୋଇପାରେ ଏବଂ ଏଥିପାଇଁ କୌଣସି ଟିକା କିମ୍ବା ଚିକିତ୍ସା ହେବ ନାହିଁ ।

ଖବର ଅନୁଯାୟୀ, ଏହା ମଧ୍ୟ ହୋଇପାରେ ଯେ 'ରୋଗ X' ପ୍ରଥମେ ପଶୁମାନଙ୍କ ମଧ୍ୟରେ ବ୍ୟାପିବା ପରେ ମଣିଷ ସଂକ୍ରମିତ ହୋଇପାରେ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଡିଜିଜ ଏକ୍ସ ଜୁନୋଟିକ ହେବ । ଏହାର ଅର୍ଥ ଏହା ପ୍ରଥମେ ପଶୁମାନଙ୍କୁ ବ୍ୟାପିବ ଏବଂ ପରବର୍ତ୍ତୀ ସମୟରେ ମନୁଷ୍ୟକୁ ସଂକ୍ରମିତ କରିବ ।

ଡିଜିଜ Xକୁ ନେଇ ଲୋକଙ୍କୁ ଭୟଭୀତ କରିବାର କୌଣସି ଆବଶ୍ୟକତା ନାହିଁ । ଏହାକୁ ରୋକିବା ପାଇଁ ସମଗ୍ର ବିଶ୍ବର ଡାକ୍ତର ଏବଂ ବିଶେଷଜ୍ଞମାନେ ପ୍ରୟାସ ଚଳାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.