ETV Bharat / science-and-technology

୪ ଉଲକାପିଣ୍ଡ ଆବିଷ୍କାର କଲେ ଗୟା ସରକାରୀ ବିଦ୍ୟାଳୟର ଛାତ୍ର

author img

By

Published : Jan 6, 2023, 3:26 PM IST

ଗୟାର ସରକାରୀ ବିଦ୍ୟାଳୟର ଛାତ୍ରଙ୍କ କମାଲ । ୪ଟି ଉଲକାପିଣ୍ଡ ଆବିଷ୍କାର କରି ସ୍କୁଲକୁ ଗର୍ବିତ କଲେ ଛାତ୍ର । ଅଧିକ ପଢନ୍ତୁ

asteroids
asteroids

ପାଟନା: ବିହାରର ଗୟା ସରକାରୀ ବିଦ୍ୟାଳୟର ଛାତ୍ରଙ୍କ କମାଲ । ୪ଟି ଉଲ୍‌କା ପିଣ୍ଡ ଆବିଷ୍କାର କଲେ ଗୟାର ଜିଲ୍ଲା ସ୍କୁଲର ଛାତ୍ର(gaya students discovered 4 steroids ) । ଟିମ୍ ସପ୍ତଋଷୀ ଇଣ୍ଡିଆର ଛାତ୍ର ଏହି ସଫଳତା ହାସଲ କରିଛନ୍ତି । ଏଥିରେ ଗୟା ଜିଲ୍ଲାର ୫ ଜଣ ସ୍କୁଲ ଛାତ୍ରଙ୍କୁ ମିଶାଇ ମୋଟ ୧୦ ଜଣ ଛାତ୍ର ସାମିଲ ଥିଲେ । ତା ସହିତ ୪ ଜଣ ପ୍ରଶିକ୍ଷକ ସାମିଲ ହୋଇଥିଲେ ।

international astronomical search collaboration
ଉଲକାପିଣ୍ଡ ଆବିଷ୍କାର

ଗୟା ଜିଲ୍ଲା ସ୍କୁଲର ଛାତ୍ରଙ୍କ କମାଲ: IASC(International Astronomical Research Collaboration) ଅଧୀନରେ ପୁରା ବିଶ୍ୱରେ ଏକ ଟିମ ଗଠନ କରାଯାଏ । ଏଥର ସାରା ବିଶ୍ୱରୁ ୨୨୦ ଜଣିଆ ଟିମ୍ ଗଠନ କରାଯାଇଥିଲା । ଏଥିରେ ଟିମ୍ ସପ୍ତଋଷୀ ଇଣ୍ଡିଆ ଅଧୀନରେ ଗୟା ଜିଲ୍ଲା ବିଦ୍ୟାଳୟର ୫ ଜଣ ଛାତ୍ରଙ୍କ ସମେତ ଶିକ୍ଷକ ଦେବେନ୍ଦ୍ର ସିଂଙ୍କ ଓ ଅନ୍ୟ ୨ଜଣ ଛାତ୍ରଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ଉଲକାପିଣ୍ଡ ଆବିଷ୍କାର କଲେ ସରକାରୀ ବିଦ୍ୟାଳୟର ଛାତ୍ର: ଗୟା ଟିମର ନାମ ବିଳାସପୁର-ଗୟା ଦିଆଯାଇଥିଲା, ଯେଉଁଥିରେ ୧୦ ଜଣ ଛାତ୍ର ଏବଂ ୪ ଜଣ ଶିକ୍ଷକ ସାମିଲ ହୋଇଥିଲେ । ଟିମ୍ ସପ୍ତଋଷୀ ଇଣ୍ଡିଆ ଅଧୀନରେ ଛାତ୍ରଙ୍କ ଦ୍ବାରା ଚାରୋଟି ଆଷ୍ଟରଏଡ୍ ଆବିଷ୍କୃତ ହୋଇଛି । ମୋଟ ୧୭ଟି ଫଟୋ ଟିମ୍ ସପ୍ତଋଷୀ ଇଣ୍ଡିଆକୁ ପଠାଯାଇଥିଲା । ଏଥିରେ ୫ଟି ଫଟୋ IASCକୁ ପଠାଯାଇଥିଲା । କିନ୍ତୁ ଅନ୍ତିମ ରାଉଣ୍ଡରେ ଚାରୋଟି ଚିତ୍ରରେ ଉଲକାପିଣ୍ଡ ଥିଲା । ସେଠାରେ ଏକ ଗ୍ୟାସ ବଲ ଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଛାତ୍ରଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ: ଉଲକାପିଣ୍ଡ ଆବିଷ୍କାର କରିଥିବା ଛାତ୍ରଙ୍କୁ ଏବେ IASC ଅଭିନନ୍ଦନ ଜଣାଇଛି । ମେଲ୍‌ ମାଧ୍ୟମରେ ଛାତ୍ର ଓ ଶିକ୍ଷକଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଯାଇଛି । କୁହାଯାଉଛି ଯେ ୨୦୨୧ ମସିହାରେ ଭାରତରେ ଉଲକାପିଣ୍ଡ ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ନାସାରୁ ପଠାଯାଇଥିବା ପ୍ରତିଛବିରୁ ଉଲକାପିଣ୍ଡ ପ୍ରତିଛବି ଚୟନ କରାଯାଇଥାଏ ଏବଂ ତାପରେ ଏହା ପଠାଯାଇଥାଏ । ଉଲକାପିଣ୍ଡ ଖୋଜିବା ବହୁ କଷ୍ଟକର । କିନ୍ତୁ ସରକାରୀ ବିଦ୍ୟାଳୟର ଛାତ୍ରମାନେ ଏପରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ।

ଏପରି ଆରମ୍ଭ ହୋଇଥାଏ ପ୍ରକ୍ରିୟା: ଟିମ୍ ସପ୍ତଋଷୀ ଇଣ୍ଡିଆରେ ଜିଲ୍ଲା ବିଦ୍ୟାଳୟର ଡକ୍ଟର ଦେବେନ୍ଦ୍ର ସିଂଙ୍କ ସମେତ ଚାରିଜଣ ପରାମର୍ଶଦାତା ଏବଂ 1୦ ଜଣ ଛାତ୍ର ସାମିଲ ଥିଲେ। ଦଶ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ବିହାର ଗୟା ଜିଲ୍ଲାର ଛାତ୍ର ଥିଲେ । ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଅନୁସନ୍ଧାନ ସହଯୋଗ ଦ୍ୱାରା ସର୍ବଭାରତୀୟ ସ୍ତରରେ ଏକ ଦଳ ଗଠନ କରି ସମସ୍ତ ସଦସ୍ୟମାନଙ୍କୁ ଅନଲାଇନରେ ତାଲିମ ଦିଆଯାଇଥାଏ । ତା’ପରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରତ୍ୟେକ ଦଳ ଉଲକାପିଣ୍ଡର ସର୍ଚ୍ଚ କରିବା ପରେ ଆବିଷ୍କୃତ ହୋଇଥିବା ଉଲକାପିଣ୍ଡ ପ୍ରତିଛବିକୁ ଜ୍ୟୋତିର୍ବିଜ୍ଞାନ ସଫ୍ଟୱେୟାରରେ ଅପଲୋଡ କରିଥାଏ । ଏହାପରେ ନାସା ଦ୍ୱାରା ଏହାର ଅନୁସନ୍ଧାନ କରାଯାଇ ଅନ୍ତିମ ରିପୋର୍ଟ ଦିଆଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.